ଓଡିଶା

odisha

ETV Bharat / sports

Ind vs WI 1st T20: ରବି-ରୋହିତଙ୍କ କମାଲ, ୬ ୱିକେଟରେ ଜିତିଲା ଭାରତ - ପ୍ରଥମ ଟିଟ୍ବେଣ୍ଟି ମ୍ୟାଚ ଜିତିଲା ଭାରତ

ଇଡେନ ଗାର୍ଡେନରେ ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟିଟ୍ବେଣ୍ଟି ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ପଦାର୍ପଣରେ ରବି ବିଶ୍ନୋଇଙ୍କ ଘାତକ ବୋଲିଂ ଓ ରୋହିତ ଶର୍ମାଙ୍କ ବିସ୍ଫୋରଣ ବ୍ୟାଟିଂ ବଳରେ ଇଣ୍ଡିଜକୁ ୬ ୱିକେଟରେ ହରାଇଛି ଭାରତ । ଅଧିକ ପଢନ୍ତୁ

୬ ୱିକେଟରେ ଜିତିଲା ଭାରତ
୬ ୱିକେଟରେ ଜିତିଲା ଭାରତ

By

Published : Feb 17, 2022, 7:14 AM IST

କୋଲକାତା: ଇଡେନ ଗାର୍ଡେନରେ ଘରୋଇ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟିଟ୍ବେଣ୍ଟି ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ପଦାର୍ପଣରେ ରବି ବିଶ୍ନୋଇଙ୍କ ଘାତକ ବୋଲିଂ ଓ ରୋହିତ ଶର୍ମାଙ୍କ ବିସ୍ଫୋରଣ ବ୍ୟାଟିଂ ବଳରେ ଇଣ୍ଡିଜକୁ ୬ ୱିକେଟରେ ହରାଇଛି ଭାରତ । ୧୮.୫ ଓଭରରେ ୪ ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ବିଜୟ ହାସଲ କରି ନେଇଥିବା ଭାରତ । ଘାତକ ବୋଲିଂ କରିଥିବା ରବି ବିଶ୍ନୋଇ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ପ୍ରଥମେ ଟସ ଜିତି ରୋହିତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଇଣ୍ଡିଜ ପକ୍ଷରୁ ପ୍ରଥମେ ବ୍ରଣ୍ଡନ କିଙ୍ଗ ଓ କେଲି ମେୟର୍ସ ପାଳି ଆରମ୍ଭ କରିଥିଲେ । ମାତ୍ର ୪ ରନ କରି କିଙ୍ଗ ଆଉଟ ହୋଇଥିଲେ । ଏହାପରେ ପୂରନ ଅପରାଜିତ ମେୟର୍ସଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ଦଳୀୟ ସ୍କୋର ୫୧ ବେଳକୁ ମେୟର୍ସ ବ୍ୟକ୍ତିଗତ ୩୧ ରନ କରି ଆଉଟ ହୋଇଥିଲେ । ଏହାପରେ ଦୁଇ ବ୍ୟାଟ୍ସମ୍ୟାନ ରଷ୍ଟନ ଚେଜ(୪) ଓ ରୋଭମାନ ପାୱେଲ(୨) ବିଫଳ ହୋଇଥିଲେ । ପ୍ରଥମ ମ୍ୟାଚ ଖେଳୁଥିବା ରବି ଭଭୟଙ୍କୁ ଆଉଟ କରିଥିଲେ । ଅନ୍ତିମ ଭାଗରେ ଅଧନାୟକ ପୋଲାର୍ଡ ୧୯ ବଲରେ ୨୪ ରନ ସଂଗ୍ରହ କରିଥିଲେ । ନିକୋଲାସ ପୂରନଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଇଣ୍ଡିଜ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୭ ରନ୍‌ କରିବାକୁ ସକ୍ଷମ ହୋଇ ପାରିଥିଲା । ଭାରତକୁ ୧୫୮ରନ ଟାର୍ଗେଟ ହେଇଥିଲା ୱେଷ୍ଟଇଣ୍ଡିଜ । ରବି ଓ ପଟେଲ ୨ଟି ଲେଖାଏଁ ୱିକେଟ ହାତେଇଥିଲେ । ଭୁବନେଶ୍ବର, ଚହର ଓ ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

୧୫୮ ରନ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଭାରତ । ଦୁଇ ଓପନର ରୋହିତ ଓ ଇଶାନ ଆକ୍ରମଣତ୍ମକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ । ରୋହିତଙ୍କ ବ୍ୟାଟିଂକୁ ବ୍ରେକ ଦେବା ଇଣ୍ଡିଜ ବୋଲରଙ୍କ ପାଇଁ କାଠି କର ପାଠ ହୋଇଥିଲା । ଭଭୟ ୬୪ ରନ ଭାଗିଦାରୀ କରିଥିଲେ । ଅଷ୍ଟମ ଓଭରରେ ରୋହିତ ରଷ୍ଟନ ଚେଜଙ୍କ ବଲରେ ଛକା ମାରି କ୍ୟାଚ ଆଉଟ ହୋଇଥିଲେ । ୧୯ ବଲରେ ୪୦ ରନ କରି ଦଳକୁ ଏକପ୍ରକାର ଦୃଢ ସ୍ଥିତିରେ ପହଞ୍ଚାଇ ପାଭିଲିୟନ ଫେରିଥିଲେ ରୋହିତ । ବିରାଟ କୋହଲି ଓ ଇଶାନ ମିଶି ଦଳୀୟ ସ୍କୋରକୁ ୯୩ରେ ପହଞ୍ଚାଇଥିଲେ । କିଷାନ ଆଉଟ ହେବା ପରେ ସ୍ଥିତି ଟିକେ ଟଳମଳ ହୋଇଥିଲା । ୧୧୪ ରନରେ ଭାରତ ୪ ୱିକେଟ ହରାଇଥିଲା । ଏହା ପରେ ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟେଶ ଆୟର ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ । ୭ ଟି ବଲ ବାକି ଥାଇ ୬ ୱିକେଟରେ ମ୍ୟାଚ କବଜା କରି ନେଇଥିଲା ଟିମ ଇଣ୍ଡିଆ ।

ABOUT THE AUTHOR

...view details