ଓଡିଶା

odisha

ETV Bharat / sports

India vs West indies: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, କଳାବ୍ୟାଚ ପିନ୍ଧି ଲତାଙ୍କୁ ଶ୍ରଦ୍ଧାଞ୍ଜଳି

ଆରମ୍ଭ ହାେଇଛି ଭାରତ ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ । ଏହାସହ ଭ୍ରମଣକାରୀ ଦଳ ଇଣ୍ଡିଜ ପ୍ରଥମେ ବ୍ୟାଟିଂ କରୁଛି । ଅଧିକ ପଢନ୍ତୁ

By

Published : Feb 6, 2022, 2:44 PM IST

ଟସ୍ ଜିତି ଭାରତର ଫିଲ଼୍ଡିଂ ନିଷ୍ପତ୍ତି
ଟସ୍ ଜିତି ଭାରତର ଫିଲ଼୍ଡିଂ ନିଷ୍ପତ୍ତି

ଅହମ୍ମଦାବାଦ:ଆଜିଠୁ ଭାରତ ଓ ଓ୍ବେଷ୍ଟ ଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍ । ଏହି ମୁକାବିଲା ସହ ଭାରତର ୧୦୦୦ ତମ ଦିନିକିଆ ଖେଳିବ । ମ୍ୟାଚ୍ ପୂର୍ବରୁ ଟସ ଜିତିଛି ଟିମ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମା ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଏହାସହ ଭ୍ରମଣକାରୀ ଦଳ ଇଣ୍ଡିଜ ପ୍ରଥମେ ବ୍ୟାଟିଂ କରୁଛି ।

ଟସ୍ ଜିତି ଭାରତର ଫିଲ଼୍ଡିଂ ନିଷ୍ପତ୍ତି

ଅହମଦାବାଦସ୍ଥିତ ବିଶ୍ବର ବୃହତ୍ କ୍ରିକେଟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୋହିତଙ୍କ ନେତୃତ୍ବରେ ଭାରତ ୧୦୦୦ତମ ଦିନିକିଆ ଖେଳିବାକୁ ଯାଉଥିଲା ବେଳେ କୋଭିଡ୍ ସଂକଟ ଯୋଗୁଁ କୌଣସି ଦର୍ଶକଙ୍କୁ ଷ୍ଟାଡିୟମ୍ ପ୍ରବେଶ ଅନୁମତି ମିଳିବନି । ୪ ଖେଳାଳି କୋରୋନା ପଜିଟିଭ୍ ହେବା ଦଳ ପାଇଁ ଚିନ୍ତା ବଢାଇଛି । ଭାରତୀୟ ଦିନିକିଆ ଦଳର ନେତୃତ୍ବ ନେଇଥିବା ରୋହିତ ଶର୍ମା ଏହି ସିରିଜ୍ ରେ ଦଳକୁ କିପରି ପରିଚାଳନା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସେପଟେ ମ୍ୟାଚ ଆରମ୍ଭ ପୂର୍ବକୁ ସ୍ବର ସାମ୍ରାଜ୍ଞୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । କଳାଫିତା ଭିଡି ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି ଟିମ ଇଣ୍ଡିଆ । ପ୍ରକାଶ ଥାଉ କି ଆଜି ସକାଳେ ତାଙ୍କର ନିଧନ ହୋଇଛି । ଏ ନେଇ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ୨ ଦିନ ପାଇଁ ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

@ANI

ABOUT THE AUTHOR

...view details