ଓଡିଶା

odisha

ETV Bharat / sports

IND vs SL: ଚିନ୍ନାସ୍ବାମୀରେ ଚିକୁ କରିବେ ଚମତ୍କାର ! ୭୧ତମ ଶତକ ଅପେକ୍ଷାରେ ଫ୍ୟାନ୍ସ - ବିରାଟ କୋହଲି ଅନ୍ତର୍ଜାତୀୟ ଶତକ

ବିରାଟଙ୍କ ସ୍ପିରିଚୁଆଲ ହୋମ୍‌(Spiritual Home) ଗ୍ରାଉଣ୍ଡ କୁହାଯାଉଥିବା ବେଙ୍ଗାଲୁରୁର ଚିନ୍ନାସ୍ବାମୀରେ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ, ଏଠାରେ ତାଙ୍କ ବ୍ୟାଟ୍‌ରୁ ଶତକୀୟ ଇଂନିସର ଦୀର୍ଘ ଅପେକ୍ଷାର ଅନ୍ତ ହେବ ବୋଲି ଆଶା କରୁଛନ୍ତି ଫ୍ୟାନ୍ସ । ଅଧିକ ପଢନ୍ତୁ

IND vs SL:Will Virat Kohli's wait for elusive 71st international ton end at Chinnaswamy?
IND vs SL: ଚିନ୍ନାସ୍ବାମୀରେ ଚିକୁ କରିବେ ଚମତ୍କାର ! ୭୧ତମ ଅନ୍ତର୍ଜାତୀୟ ଶତକ ଅପେକ୍ଷାରେ ଫ୍ୟାନ୍ସ

By

Published : Mar 11, 2022, 8:11 PM IST

ବେଙ୍ଗାଲୁରୁ: ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟେଷ୍ଟ । ଏହି ମ୍ୟାଚ୍‌ରେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପେଟନ ବିରାଟ କୋହଲିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କର ବିଶେଷ ନଜର ରହିବ । ବିରାଟଙ୍କ ସ୍ପିରିଚୁଆଲ ହୋମ୍‌ (Spiritual Home) ଗ୍ରାଉଣ୍ଡ କୁହାଯାଉଥିବା ବେଙ୍ଗାଲୁରୁର ଚିନ୍ନାସ୍ବାମୀରେ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ, ଏଠାରେ ତାଙ୍କ ବ୍ୟାଟ୍‌ରୁ ଶତକୀୟ ଇଂନିସର ଦୀର୍ଘ ଅପେକ୍ଷାର ଅନ୍ତ ହେବ ବୋଲି ଆଶା କରୁଛନ୍ତି ଫ୍ୟାନ୍ସ । ୨୮ ମାସ ଧରି ବିରାଟଙ୍କ ବ୍ୟାଟ୍‌ରୁ କୌଣସି ଅନ୍ତର୍ଜାତୀୟ ଶତକ ଦେଖିବାକୁ ମିଳିନାହିଁ ।

ସବୁଠୁ ମଜାଦାର କଥା ହେଉଛି, କୋହଲି ଯେବେ ଶେଷ ଥର ପାଇଁ ତିନିଅଙ୍କ ମାର୍କ ଛୁଇଁଥିଲେ ଏହା ଏକ ପିଙ୍କ୍‌ ବଲ୍‌ ଟେଷ୍ଟ ଥିଲା । ନଭେମ୍ବର ୨୦୧୯ରେ କୋଲକାତାର ଐତିହାସିକ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଭାରତ ଏକ ଇଂନିସ ଓ ୪୬ ରନ୍‌ରେ ବାଂଲାଦେଶକୁ ହରାଇଥିଲା । ଏହି ମ୍ୟାଚ୍‌ରେ ବିରାଟ କୋହଲି ୧୩୬ ରନ୍‌ର ଇଂନିସ ଖେଳିଥିଲେ ।

ପୂର୍ବତନ ଭାରତୀୟ କ୍ୟାପେଟନ୍‌ ଏହାପରଠାରୁ ୨୮ଟି ଇଂନିସ ଖେଳିସାରିଥିଲେ ମଧ୍ୟ ଟେଷ୍ଟ ଶତକ ହାସଲ କରିବାକୁ ବଞ୍ଚିତ ରହିଛନ୍ତି । ୩୩ବର୍ଷୀୟ ଷ୍ଟାର ଭାରତୀୟ ବ୍ୟାଟ୍‌ର ଏହି ସମୟ ମଧ୍ୟରେ ୫୦ରୁ ଅଧିକ ରନ୍‌ ମାର୍କ ୬ ଥର ପାର୍‌ କରିଛନ୍ତି ଓ ସର୍ବାଧିକ ସ୍କୋର ୭୯ ରହିଛି ମାତ୍ର ଶତକ ହାସଲ କରିପାରିନାହାନ୍ତି । ଚଳିତ ଜାନୁଆରୀ ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ କେପଟାଉନ ଟେଷ୍ଟରେ ବିରାଟ ଏହି ଇଂନିସ ଖେଳିଥିଲେ ।

କୋହଲିଙ୍କ ୭୧ତମ ଶତକକୁ ଫ୍ୟାନ୍ସଙ୍କ ଅପେକ୍ଷା ରହିଛି । ଏବେ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମକୁ ଫେରିଥିବାରୁ ଏଙି ଷ୍ଟାଡିୟମରେ ବିରାଟ ସଫଳ ହେବେ ବୋଲି ଆଶା କରାଯାଉଛି । ପ୍ରାୟ ଏକ ଦଶନ୍ଧି ଧରି ଆଇପିଏଲ ଟିମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଟିମର ନେତୃତ୍ବ ନେଇଥିବାରୁ ବେଙ୍ଗାଲୁରୁ ପରିବେଶ ସହିତ ବିରାଟଙ୍କ ନିଆରା ସଂପର୍କ ରହିଛି । ଫଳରେ ବିରାଟ ଏହି ପରିବେଶରୁ ଫାଇଦା ଉଠାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସ୍କ୍ବାଡ୍‌:

ଭାରତ: ରୋହିତ ଶର୍ମା(କ୍ୟାପଟେନ୍‌), ପ୍ରିୟଙ୍କ ପଞ୍ଚଲ, ମୟଙ୍କ ଅଗ୍ରୱାଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଶୁଭମନ ଗିଲ୍‌, ଋଷଭ ପନ୍ତ(ୱିକେଟ କିପର), କେଏସ ଭାରତ, ରବିନ୍ଦ୍ର ଜାଡେଜା, ଜୟନ୍ତ ଯାଦବ, ଆର ଅଶ୍ବିନ, ସୌରଭ କୁମାର, ମହମ୍ମଦ ସିରାଜ, ଉମେଶ ଯାଦବ, ମହମ୍ମଦ ସାମି, ଜଶପ୍ରୀତ ବୁମରା(ଭାଇସ-କ୍ୟାପେଟନ୍‌), ଅକ୍ଷର ପଟେଲ ।

ଶ୍ରୀଲଙ୍କା: ଦିମୁଥ କରୁଣାରତ୍ନେ(କ୍ୟାପଟେନ୍‌), ଲାହିରୁ ଥିରିମାନେ, ଧନଞ୍ଜୟ ଦି ସିଲଭା(ଭାଇସ-କ୍ୟାପେଟନ୍‌),କୁଶଲ ମେଣ୍ଡିସ, ଆଞ୍ଜେଲୋ ମାଥ୍ୟୁସ, ଦିନେଶ ଚାନ୍ଦିମାଲ, ଚାରିଥ ଅସଲାଙ୍କା, ନିରୋଶନ ଡିକୱେଲା(ୱିକେଟ କିପର), ଚମିକା କରୁଣାରତ୍ନେ, ଲାହିରୁ କୁମାରା, ସୁରଙ୍ଗା ଲକମଲ, ବିଶ୍ବା ଫର୍ନାଣ୍ଡୋ, ଜେଫରେ ଭାନ୍ଦରସେ, ପ୍ରବୀଣ ଜୟାୱିକରେମା ଓ ଲସିଥ ଇମ୍ବୁଲଦେନିୟା ।

ABOUT THE AUTHOR

...view details