ଓଡିଶା

odisha

ETV Bharat / sports

Ind vs SL: ଶ୍ରୀଲଙ୍କା କ୍ୟାମ୍ପରେ ମାଡୁଛି କୋରୋନା, ବାୟୋବବଲରେ ଖେଳାଳି ପଜିଟିଭ

ଶ୍ରୀଲଙ୍କାର ଜଣେ ଖେଳାଳିଙ୍କ COVID-19 ରିପୋର୍ଟ ପଜିଟିଭ ଜଣାପଡିବା ପରେ ଆଶଙ୍କାରେ ଭାରତ ବିପକ୍ଷ ସିରିଜ । ଅଧିକ ପଢନ୍ତୁ..

Ind vs SL: Player in hosts' alternate bubble tests positive for Covid-19
Ind vs SL: ଶ୍ରୀଲଙ୍କା କ୍ୟାମ୍ପରେ ବଢୁଛି କୋରୋନା, ବାୟୋବବଲରେ ଖେଳାଳି ପଜିଟିଭ

By

Published : Jul 10, 2021, 10:39 PM IST

କଲମ୍ବୋ: ବଢିବାରେ ଲାଗିଛି ଶ୍ରୀଲଙ୍କା କ୍ୟାମ୍ପରେ COVID-19 ପଜିଟିଭ ମାମଲା । ଫଳରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ସୀମିତ ଓଭର ସିରିଜ ଖେଳାଯିବା ନେଇ ଆଶଙ୍କା ଦେଖାଦେଇଛି । ଶ୍ରୀଲଙ୍କାର ଆଉ ଜଣେ ଖେଳାଳିଙ୍କ ରିପୋର୍ଟ ଶନିବାର ପଜିଟିଭ ଚିହ୍ନଟ ହେଇଥିବା ଜଣାପଡିଛି ।

ଭାରତ ସିରିଜ ପାଇଁ ଏକ ବ୍ୟାକଅପ୍‌ ବାୟୋବବଲ ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା । କଲମ୍ବୋର ସିନାମନ ଗ୍ରାଣ୍ଡ ହୋଟେଲରେ ଥିବା ଏହି ବାୟୋବବଲରୁ ଜଣେ ଶ୍ରୀଲଙ୍କା ଖେଳାଳି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଭ୍ରମଣକାରୀ ଭାରତୀୟ ଖେଳାଳି ଅନ୍ୟ ହୋଟେଲରେ ରହିଛନ୍ତି ।

ଶ୍ରୀଲଙ୍କା ବ୍ୟାଟିଂ କୋଚ ଗ୍ରାଣ୍ଟ ଫ୍ଲାୱର ଓ ଆନାଲିଷ୍ଟ ଜିଟି ନିରୋସାନ COVID-19 ପଜିଟିଭ ଚିହ୍ନଟ ହେବାପରେ ଭାରତ ଓ ଶ୍ରୀଲଙ୍କା ସିରିଜ ସୂଚୀରେ ପରିବର୍ତ୍ତନ ହୋଇଛି ।

ଭାରତୀୟ କ୍ରିକେଟ ବୋର୍ଡ(BCCI) ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ(SLC) ଶନିବାର ସିରିଜର ନୂଆ ସୂଚୀ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details