ମୁମ୍ବାଇ:ଆରମ୍ଭ ହୋଇଛି ଭାରତୀୟ ହ୍ବାଇଟ ବଲ୍ ସ୍କ୍ବାଡ୍ର ଶ୍ରୀଲଙ୍କା ଗସ୍ତ ପ୍ରସ୍ତୁତି । ମଙ୍ଗଳବାର ଟିମ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତ ପାଇଁ ଚୟନ ହୋଇଥିବା ସଦସ୍ୟ ମୁମ୍ବାଇରେ ପହଞ୍ଚି କ୍ବାରେଣ୍ଟିନରେ ରହିଛନ୍ତି । ଏନେଇ ବିସିସିଆଇ ଟ୍ବିଟ ଯୋଗେ ଘୋଷଣା କରିଛି । ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ ପାଇଁ ଶିଖର ଧାୱନଙ୍କ ନେତୃତ୍ବରେ ଭାରତୀୟ ଦଳ ଦ୍ବୀପ ଦେଶ ଗସ୍ତ କରିବ ।
ଶ୍ରୀଲଙ୍କା ବିପକ୍ଷରେ ସିରିଜ ପ୍ରସ୍ତୁତି ନେଇ କଲମ୍ବୋରେ ଭାରତ ଧାୱନଙ୍କ ନେତୃତ୍ବରେ ଅନ୍ତଃଦଳ ମ୍ୟାଚ୍ ଖେଳିବ । ମାତ୍ର ଏହା ପୂର୍ବରୁ ଭାରତରେ 14ଦିନ କ୍ବାରେଣ୍ଟିନରେ ରହିବାକୁ ହେବ ।(7 ଦିନ କଠୋର ଓ 7 ଦିନ କୋହଳ କ୍ବାରେଣ୍ଟିନ)
କଲମ୍ବୋରେ ପହଞ୍ଚିବା ପରେ ମଧ୍ୟ ଟିମର ସଦସ୍ୟଙ୍କୁ ଆଉ ଏକ ପର୍ଯ୍ୟାୟ କ୍ବାରେଣ୍ଟିନରେ ରହିବାକୁ ହେବ ।