ଓଡିଶା

odisha

ETV Bharat / sports

Ind vs SL: ବେଙ୍ଗାଲୁରୁ ପିଙ୍କ୍‌ ବଲ ଟେଷ୍ଟ, ଷ୍ଟାଡିୟମରେ ଶତ ପ୍ରତିଶତ ଦର୍ଶକ ଅନୁମତି

ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟେଷ୍ଟରେ ହାଉସଫୁଲ ରହିବ ଦର୍ଶକ ଗ୍ୟାଲେରୀ । ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ସମୟରେ ଷ୍ଟାଡିୟମରେ ଶତପ୍ରତିଶତ ଦର୍ଶକଙ୍କ ଉପସ୍ଥିତିକୁ ଅନୁମତି ମିଳିଛି । ଅଧିକ ପଢନ୍ତୁ

Ind vs SL: KSCA allows 100 percent crowd for pink-ball Test in Bengaluru
Ind vs SL: ବେଙ୍ଗାଲୁରୁ ପିଙ୍କ୍‌ ବଲ ଟେଷ୍ଟ, ଷ୍ଟାଡିୟମରେ ଶତପ୍ରତିଶତ ଦର୍ଶକ ଅନୁମତି

By

Published : Mar 11, 2022, 6:12 PM IST

ବେଙ୍ଗାଲୁରୁ: ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଥିବା ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟେଷ୍ଟରେ ହାଉସଫୁଲ ରହିବ ଦର୍ଶକ ଗ୍ୟାଲେରୀ । ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ସମୟରେ ଷ୍ଟାଡିୟମରେ ଶତପ୍ରତିଶତ ଦର୍ଶକଙ୍କ ଉପସ୍ଥିତିକୁ ଅନୁମତି ମିଳିଛି । କର୍ଣ୍ଣାଟକ ରାଜ୍ୟ କ୍ରିକେଟ ଆସୋସିଏସନ(KSCA ) ଏହି ମ୍ୟାଚ୍‌ ପାଇଁ ଷ୍ଟାଡିୟମରେ ଶତ ପ୍ରତିଶତ ଦର୍ଶକ ଉପସ୍ଥିତିକୁ ଅନୁମତି ପ୍ରଦାନ କରିଛି ।

ପୂର୍ବରୁ KSCA ଷ୍ଟାଡିୟମରେ ଦର୍ଶକ କ୍ଷମତାର ୫୦ ପ୍ରତିଶତ ଦର୍ଶକ ଉପସ୍ଥିତ ରହିବେ ବୋଲି ଘୋଷଣା କରିଥିଲା । ମାତ୍ର ରାଜ୍ୟ ସରକାରଙ୍କ ଠାରୁ ଗ୍ରୀନ୍‌ ସିଗନାଲ୍‌ ମିଳିବା ପରେ ବୋର୍ଡ ଶତ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିଛି ।

ଭାରତ-ଶ୍ରୀଲଙ୍କା ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍‌ର ଟିକେଟ ପାଇଁ ଚାହିଦା ବଢିବା ପରେ ରାଜ୍ୟ କ୍ରିକେଟ ସଂଘ ସରକାରଙ୍କୁ ଅନୁମତି ମାଗିଥିଲା । KSCA କୋଷାଧ୍ୟକ୍ଷ ବିଜୟ ମୃତ୍ୟୁଞ୍ଜୟଙ୍କ ସୂଚୀ ଅନୁଯାୟୀ, ମ୍ୟାଚ୍‌ର ପ୍ରଥମ ଦୁଇ ଦିନ ପାଇଁ ପ୍ରାୟ ୧୦,୦୦୦ ଟିକେଟ ସାଧାରଣ ଦର୍ଶକଙ୍କୁ ବିକ୍ରି ହୋଇଛି । ଜୁନ ୨୦୧୮ରେ ଆଫଗାନିସ୍ତାନ ପ୍ରଥମ ମ୍ୟାଚ୍‌ ଖେଳିବା ଠାରୁ ବେଙ୍ଗାଲୁରୁ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ୍‌ ଆୟୋଜନ କରୁଛି । ଜାନୁଆରୀ ୨୦୨୦ରେ ଏହି ଷ୍ଟାଡିୟମରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଥିଲା ।

ଘରେ ଏହି ମ୍ୟାଚ୍‌ ଭାରତର ତୃତୀୟ ପିଙ୍କ୍‌ ବଲ୍‌ ଟେଷ୍ଟ ହେବ । ପୂର୍ବରୁ କୋଲକାତାରେ ବାଂଲାଦେଶ ବିପକ୍ଷରେ(ଜୁନ ୨୦୧୮) ଓ ଇଂଲଣ୍ଡ ବିପକ୍ଷରେ ଅହମ୍ମଦାବାଦରେ(ଫେବୃଆରୀ ୨୦୨୧) ପିଙ୍କ୍‌ ବଲ୍‌ ଟେଷ୍ଟ ଖେଳିସାରିଛି ଭାରତ । ୩ଦିନ ମଧ୍ୟରେ ଏହି ଦୁଇ ଟେଷ୍ଟରେ ଭାରତ ଏକତରଫା ବିଜୟ ହାସଲ କରିଛି ।

ବେଙ୍ଗାଲୁରୁ ପ୍ରଥମେ ଶ୍ରୀଲଙ୍କା ସିରିଜର ପ୍ରଥମ ଟେଷ୍ଟ ଅର୍ଥାତ ବିରାଟ କୋହଲିଙ୍କ ୧୦୦ତମ ଟେଷ୍ଟ ଆୟୋଜନ କରିବା ନେଇ ସୂଚୀ ରହିଥିଲା । ମାତ୍ର ପରେ ଏଥିରେ ପରିବର୍ତ୍ତନ ସହ ସିରିଜର ଦ୍ବିତୀୟ ଟେଷ୍ଟ ଆୟୋଜନ ପାଇଁ ସ୍ଥିର ହୋଇଥିଲା । ଭ୍ରମଣକାରୀ ଶ୍ରୀଲଙ୍କା ଟିମର ଖେଳାଳିଙ୍କୁ ବେଙ୍ଗାଲୁରୁରୁ କଲମ୍ବୋ ନିଜ ସ୍ବଦେଶ ଫେରିବାକୁ ସିଧାସଳଖ ବିମାନ ସୁବିଧା ଥିବାରୁ ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା ।

ABOUT THE AUTHOR

...view details