ଓଡିଶା

odisha

ETV Bharat / sports

ଶ୍ରୀଲଙ୍କା ବିପକ୍ଷ ସିରିଜରେ ଧାୱନ କ୍ୟାପଟେନ, ଭୁବନେଶ୍ବର ଭାଇସ-କ୍ୟାପଟେନ - ଭାରତୀୟ ଦଳ ଘୋଷଣା

ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ ପାଇଁ ଭାରତୀୟ ଦଳ ଘୋଷଣା । ଅଧିକ ପଢନ୍ତୁ...

Ind vs SL: Dhawan to lead, Shaw and Padikkal earn call-ups
ଶ୍ରୀଲଙ୍କା ବିପକ୍ଷର ସିରିଜରେ ଧାୱନ କ୍ୟାପଟେନ, ଭୁବନେଶ୍ବର ଭାଇସ-କ୍ୟାପଟେନ

By

Published : Jun 10, 2021, 10:52 PM IST

ମୁମ୍ବାଇ: ସର୍ବଭାରତୀୟ ବରିଷ୍ଠ ଚୟନକର୍ତ୍ତା କମିଟି ଗୁରୁବାର ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ ପାଇଁ ଭାରତୀୟ ଟିମ ଚୟନ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଓ ପରେ 3ଟିକିଆ ଟି-20 ସିରିଜ ଖେଳିବ ଭାରତ । ଜୁଲାଇ ମାସରେ ଏହି ସିରିଜ ଖେଳାଯିବା ନେଇ ସୂଚୀ ରହିଛି । ଓପନର ଶିଖର ଧାୱନଙ୍କୁ ଶ୍ରୀଲଙ୍କା ସିରିଜ ପାଇଁ ଭାରତୀୟ ଟିମର ଅଧିନାୟକ ଦାୟିତ୍ବ ମିଳିଛି । ଦ୍ରୁତ ବୋଲର ଭୁବନେଶ୍ବର କୁମାର ଉପ-ଅଧିନାୟକ ନିଯୁକ୍ତ ହୋଇଛନ୍ତି ।

ତେବେ ସମସ୍ତ ମ୍ୟାଚ ଆର ପ୍ରେମଦାସା ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ କଲମ୍ବୋରେ ଖେଳାଯିବ । ପୃଥୀ ଶ ସୀମିତ ଓଭର ଦଳକୁ ଫେରିଥିବାବେଳେ, ଓପନର ଦେବଦତ୍ତ ପାଦିକ୍କଲ ଓ ଋତୁରାଜ ଗାଏକ୍ବାଡଙ୍କୁ ମଧ୍ୟ ସ୍କ୍ବାଡରେ ସାମିଲ କରାଯାଇଛି ।

ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ରାହୁଲ ଚହର, କେ ଗୌତମ ସ୍ପିନର ଭାବେ ଚୟନ ହୋଇଛନ୍ତି । ଅନ୍ୟପଟେ ଆଇପିଏଲରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଦ୍ରୁତ ବୋଲର ଚେତନ ସକାରିଆଙ୍କୁ ମଧ୍ୟ ସ୍କ୍ବାଡରେ ସ୍ଥାନ ମିଳିଛି ।

ଦିନିକିଆ ସିରିଜ ଜୁଲାଇ 13, 16 ଓ 18 ତାରିଖରେ ଖେଳାଯିବାକୁ ଥିବାବେଳେ, ଟି-20 ମ୍ୟାଚ ଜୁଲାଇ 21, 23 ଓ 25 ତାରିଖରେ ଖେଳାଯିବ ।

ପୂର୍ବତନ ଭାରତୀୟ କ୍ୟାପଟେନ ତଥା ଜାତୀୟ କ୍ରିକେଟ ଏକେଡେମୀ (NCA) ମୁଖ୍ୟ ରାହୁଲ ଦ୍ରାବିଡ ଶ୍ରୀଲଙ୍କା ବିପକ୍ଷର ଏହି 6ମ୍ୟାଚ ବିଶିଷ୍ଟ ସିରିଜରେ ମୁଖ୍ୟ କୋଚ ଦାୟିତ୍ବ ତୁଲାଇବେ ।

ଭାରତୀୟ ସ୍କ୍ବାଡ: ଶିଖର ଧାୱନ (କ୍ୟାପଟେନ), ପୃଥ୍ବୀ ଶ, ଦେବଦତ୍ତ ପାଦିକ୍କଲ, ଋତୁରାଜ ଗାଏକ୍ବାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ ରାଣା, ଇଶାନ କିଶନ(ୱିକେଟ କିପର), ସଞ୍ଜୁ ସାମସମ(ୱିକେଟ କିପର), ୟୁଜଭେନ୍ଦ୍ର ଚହଲ, ରାହୁଲ ଚହର, କେ ଗୌତମ, କ୍ରୁଣାଳ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଭୁବନେଶ୍ବର କୁମାର(ଉପ-ଅଧିନାୟକ), ଦୀପକ ଚହର, ନବଦୀପ ସାଇନି, ଚେତନ ସକାରିଆ ।

ନେଟ୍‌ ବୋଲର: ଇଶାନ ପୋରେଲ, ସନ୍ଦୀପ ୱାରିୟର, ଅର୍ଶଦୀପ ସିଂହ, ସାଇ କିଶୋର, ସିମ୍ରନଜିତ ସିଂହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details