ଓଡିଶା

odisha

ETV Bharat / sports

ବିରାଟଙ୍କୁ ODI ଅଧିନାୟକ ପଦରୁ ହଟାଇଲା BCCI, ରାଗିଲେ ଫ୍ୟାନ୍ସ - ରୋହିତ ଶର୍ମା ଟିମ ଇଣ୍ଡିଆ ଅଧିନାୟକ

ଭେଟେରାନ ଓପନିଂ ବ୍ୟାଟ୍‌ର ରୋହିତ ଶର୍ମା ଟିମ ଇଣ୍ଡିଆର ନୂଆ ଟି-୨୦ ଓ ODI ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ ରେଡ୍‌ ବଲ୍‌ ଫର୍ମାଟରେ ବିରାଟ କୋହଲି ଟିମର ନେତୃତ୍ବ ନେବା ଜାରିରଖିବେ । ଏହି ଖବର ପ୍ରଚାରିତ ହେବାପରେ ସୋସିଆଲ ମିଡିଆରେ କ୍ରିକେଟପ୍ରେମୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି । ଅଧିକାଂଶ ଫ୍ୟାନ୍ସ BCCIର ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରିଛନ୍ତି । ଅଧିକ ପଢନ୍ତୁ

IND vs SA: BCCI Face Fans Fury As Rohit Sharma Replaces Virat Kohli As ODI Captain
ବିରାଟଙ୍କୁ ODI ଅଧିନାୟକ ପଦରୁ ହଟାଇଲା BCCI, ରାଗିଲେ ଫ୍ୟାନ୍ସ

By

Published : Dec 9, 2021, 4:42 PM IST

ନୂଆଦିଲ୍ଲୀ:ଭେଟେରାନ ଓପନିଂ ବ୍ୟାଟ୍‌ର ରୋହିତ ଶର୍ମା ଟିମ ଇଣ୍ଡିଆର ନୂଆ ଟି-୨୦ ଓ ODI ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ ରେଡ୍‌ ବଲ୍‌ ଫର୍ମାଟରେ ବିରାଟ କୋହଲି ଟିମର ନେତୃତ୍ବ ନେବା ଜାରିରଖିବେ । ୨୦୨୧ ଟି-୨୦ ବିଶ୍ବକପ ପର୍ଯ୍ୟନ୍ତ ବିରାଟ କୋହଲି ସମସ୍ତ ଫର୍ମାଟରେ ଭାରତୀୟ ଟିମର ଅଧିନାୟକ ରହିଥିଲେ । ମାତ୍ର ରୋହିତଙ୍କୁ ପ୍ରଥମେ ଟି-୨୦ ଫର୍ମାଟ ଓ ପରେ ଦିନିକିଆ ଟିମର ନେତୃତ୍ବ ଭାର ମିଳିଛି ।

BCCIର ସର୍ବଭାରତୀୟ ସିନିୟର ଚୟନକର୍ତ୍ତା କମିଟି ବିରାଟ କୋହଲିଙ୍କୁ ଦିନିକିଆ(ODI) ଅଧିନାୟକ ପଦରୁ ହଟାଇବା ନିଷ୍ପତ୍ତି ନେଇଛି । ଭାରତୀୟ ଅଧିନାୟକ ଭାବେ ଦିନିକିଆ ଫର୍ମାଟରେ ବିରାଟ କୋହଲିଙ୍କ ଦମଦାର 72.65 ଆଭରେଜ ସହ ୫୦୦୦ରୁ ଅଧିକ ରନ୍‌ ରହିଛି । ଏଥିସହ ୯୫ଟି ମ୍ୟାଚ୍‌ରେ ୨୧ଟି ଶତକୀୟ ଇଂନିସ ମଧ୍ୟ ରହିଛି । ଫଳରେ ଏହି ଫର୍ମାଟରେ ବିରାଟଙ୍କ ନାମରେ ଅନ୍ୟତମ ସଫଳ ଭାରତୀୟ ଅଧିନାୟକ ରେକର୍ଡ ରହିଛି । ମାତ୍ର ବୁଧବାର ବିନା କୌଣସି କାରଣ ସ୍ପଷ୍ଟ କରି BCCI ଏହା ଘୋଷଣା କରିଛି ଯେ, ରୋହିତ ଶର୍ମା ଦିନିକିଆ ଓ ଟି-୨୦ ଫର୍ମାଟରେ ଭାରତୀୟ ଟିମର ନେତୃତ୍ବ ନେବେ ।

ଏହି ଖବର ପ୍ରଚାରିତ ହେବାପରେ ସୋସିଆଲ ମିଡିଆରେ କ୍ରିକେଟପ୍ରେମୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି । କ୍ରିକେଟ ଖେଳାଳିଙ୍କ ଠାରୁ ନେଇ ସମୀକ୍ଷକ, ପ୍ରଶଂସକ ସମସ୍ତେ ଟ୍ବିଟ୍‌ରେ ନିଜର ପ୍ରତିକ୍ରିୟା ରଖିବାରେ ଲାଗିଛନ୍ତି । ଅଧିକାଂଶ ଫ୍ୟାନ୍ସ BCCIର ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଇବା ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରିଛନ୍ତି ।

ଅନ୍ୟପଟେ କିଛି ଭାଗ ଫ୍ୟାନ୍ସ ଏହି ନିଷ୍ପତ୍ତି ବହୁତ ନିଆଯିବାର ଥିଲା ବୋଲି ମତ ଦେଇଛନ୍ତି । BCCI ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ପଛର କାରଣ ସ୍ପଷ୍ଟ କରିବା ଉଚିତ ବୋଲି ଅନେକ ମତ ରଖିଛନ୍ତି । ଏହି କ୍ରମରେ ବିଶ୍ବକପ ବିତ୍ତଶାଳୀ କ୍ରିକେଟ ପରିଚାଳନ ବୋର୍ଡକୁ ଫ୍ୟାନ୍ସ ସମାଲୋଚନା କରିବାରେ ଲାଗିଛନ୍ତି ।

ଏହାମଧ୍ୟ ପଢନ୍ତୁ: Ind vs SA: ହଟିଲେ କୋହଲି, ODI ଅଧିନାୟକ ହେଲେ ରୋହିତ

ଏକ ରିପୋର୍ଟ ଅନୁଯାୟୀ, ଚୟନକର୍ତ୍ତା କମିଟି ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦ ଛାଡିବାକୁ କହିଥିଲେ । ମାତ୍ର ନିର୍ଦ୍ଧାରିତ ସମୟ ଅବଧି ପୂରଣ ପର୍ଯ୍ୟନ୍ତ ବିରାଟ କୌଣସି ଘୋଷଣା କରିନଥିଲେ । ୨୦୨୩ ଦିନିକିଆ ବିଶ୍ବକପରେ ସେ ଟିମର ନେତୃତ୍ବ ନେବାକୁ ଚାହୁଁଥିଲେ । ଏହାପରେ ଜାତୀୟ ଚୟନକର୍ତ୍ତ କମିଟି ରୋହିତ ଶର୍ମାଙ୍କୁ ଦିନିକିଆ ଟିମର ଅଧିନାୟକ ଘୋଷଣା କରିଥିଲେ ବୋଲି ଦର୍ଶାଯାଇଛି । ତେବେ ଏନେଇ କୌଣସି ଔପଚାରିକ ଘୋଷଣା ସ୍ପଷ୍ଟ ହୋଇନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details