ଓଡିଶା

odisha

ETV Bharat / sports

IND vs SA 3rd T-20: ବୋଲିଂ ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୪୯ ରନରେ ଜିତିଲା ଦକ୍ଷିଣ ଆଫ୍ରିକା - ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ

ଭାରତ ବିପକ୍ଷ ତିନି ଟିକିଆ ଟି-୨୦ ସିରିଜରେ ସମ୍ମାନ ରକ୍ଷା କଲା ଦକ୍ଷିଣ ଆଫ୍ରିକା । ତୃତୀୟ ଟି-୨୦ ରେ ଫେଲ ମାରିଲା ଭାରତର ବ୍ୟାଟିଂ ଅର୍ଡର । ଆଜିର ଅନ୍ତିମ ତଥା ଟି୨୦ ମ୍ୟାଚରେ ଭାରତକୁ ୪୯ ରନରେ ହରାଇ ଦକ୍ଷିଣ ଆଫ୍ରିକା ଦମଦାର ବିଜୟ ହାସଲ କରିଛି । ଅଧିକ ପଢନ୍ତୁ

IND vs SA 3rd T20 : ବୋଲିଂ ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ , ୪୯ ରନରେ ଜିତିଲା ଦ. ଆଫ୍ରିକା
IND vs SA 3rd T20 : ବୋଲିଂ ପରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ , ୪୯ ରନରେ ଜିତିଲା ଦ. ଆଫ୍ରିକା

By

Published : Oct 4, 2022, 10:49 PM IST

Updated : Oct 4, 2022, 10:57 PM IST

ହାଇଦ୍ରାବାଦ: ଭାରତ ବିପକ୍ଷ ତିନି ଟିକିଆ ଟି୨୦ ସିରିଜରେ ସମ୍ମାନ ରକ୍ଷା କଲା ଦକ୍ଷିଣ ଆଫ୍ରିକା । ତୃତୀୟ ଟି୨୦ ରେ ଫେଲ ମାରିଲା ଭାରତର ବ୍ୟାଟିଂ ଅର୍ଡର । ଆଜିର ଅନ୍ତିମ ତଥା ଟି୨୦ ମ୍ୟାଚରେ ଭାରତକୁ ୪୯ ରନରେ ହରାଇ ଦକ୍ଷିଣ ଆଫ୍ରିକା ଦମଦାର ବିଜୟ ହାସଲ କରିଛି । ରିଲେ ରୁସୋଙ୍କ ବିସ୍ଫୋରକ ଶତକ ବଳରେ ଦକ୍ଷିଣ ଆଫ୍ରିକା ୩ ୱିକେଟ ହରାଇ ୨୨୭ ରନ କରିଥିଲା । ଏହା ଜବାବରେ ଭାରତ ୧୮.୩ ଓଭରେ ୧୭୮ ରନ କରି ଅଲଆଉଟ ହୋଇଛି । ତେବେ ଭାରତ 2-1ରେ ସିରିଜ ବିଜୟୀ ହୋଇଛି ।

ଦକ୍ଷିଣ ଆଫ୍ରିକାଠୁ ୨୨୮ ରନର ଟାର୍ଗେଟ ପାଇ ମଇଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । କିନ୍ତୁ ଭାରତର ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ପ୍ରଥମ ଓଭରରେ ରୋହିତ ଶର୍ମାଙ୍କ ୱିକେଟ ହରାଇଥିଲା ଭାରତ । ତିନି ନମ୍ବର ବ୍ୟାଟିଂ ଅର୍ଡରରେ ଆସିଥିବା ଶ୍ରେୟାସ ଆୟର ୧ ରନ କରି ସଅଳ ପାଭଲିୟନ ଫେରିଥିଲେ । ଏହା ପରେ କିଛି ସମୟ ପାଇଁ ପାଳି ସମ୍ଭାଳିଥିଲେ ଦିନେଶ କାର୍ତ୍ତିକ ଏବଂ ଋଷଭ ପନ୍ତ । ୪.୬ ଓଭରରେ ଋଷଭ ପନ୍ତ ୧୪ ବଲରେ ୨୭ ରନ କରି ଆଉଟ ହୋଇଥିଲେ । ଏହା ପରେ ଭାରତର ଗୋଟେ ପରେ ଗୋଟେ ୱିକେଟ ପଡିଥିଲା । ଦିନେଶ କାର୍ତ୍ତିକ ୨୧ ବଲରୁ ସର୍ବାଧିକ ୪୬ ରନ କରି ଆଉଟ ହୋଇଥିଲେ । ସେହିପରି ସୂର୍ଯ୍ୟକୁମାର ଯାଦବ ୮ ରନ, ଅକ୍ଷର ପଟେଲ ୯ ରନ, ହର୍ଷଲ ପଟେଲ ୧୭ ରନ, ରବିଚନ୍ଦ୍ରନ ଅଶ୍ବୀନ ୨ ରନ, ଦୀପକ ଚହର ୩୧ ରନ, ମହମ୍ମଦ ସିରାଜ ୫ କରି ଆଉଟ ହୋଇଥିଲେ । ଉମେଶ ଯାଦବ ୨୦ ରନ କରି ଅପରାଜିତ ରହିଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆସିଥିଲା ଦକ୍ଷିଣ ଆଫ୍ରିକା । ରିଲେ ରୁସୋ ଏବଂ ଡି କୋକ୍ ଙ୍କ ଲଢୁଆ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ୨୦୦ ସ୍କୋର ଅତିକ୍ରମ କରିବାରେ ସକ୍ଷମ ହୋଇପାରିଥିଲା । ପ୍ରଥମେ ଅଧିନାୟକ ତେମ୍ବା ବାଭୁମା ୩ ରନ କରି ଆଉଟ ହୋଇଥିଲେ । ଏହା ପରେ ଦମଦାର ଫର୍ମରେ ମଇଦାନକୁ ଆସିଥିଲେ ଦକ୍ଷିଣ ଆଫ୍ରିକା ଷ୍ଟାର ବ୍ୟାଟର ରିଲେ ରୁସୋ । ମାତ୍ର ୪୮ ବଲରେ ଶତକ ହାସଲ କରିଛନ୍ତି ରୁସୋ । ୪୮ ବଲରୁ ୭ ଟି ଚୌକା ଏବଂ ୮ ଟି ଛକା ମାରି ୧୦୦ ରନ କରି ଅପରାଜିତ ରହିଥିଲେ ରିଲେ ରୁସୋ । ଏହା ସହିତ କ୍ବିଣ୍ଟନ ଡି କୋକ୍ ମଧ୍ୟ ଜବରଦସ୍ତ ବ୍ୟାଟିଂ କରି ୪୩ ବଲରୁ ୬ ଟି ଚୌକା ଏବଂ ୪ ଟି ଛକା ସହିତ ୬୮ ରନର ଇନିଂସ ଖେଳିଥିଲେ । ଭାରତ ପ୍ରଥମ ଦୁଇଟି ମ୍ୟାଚ ଜିତିବା ସହିତ ଟି୨୦ ସିରିଜକୁ ୨-୧ ରେ ଆଗୁଆ ଜିତି ନେଇଛି ।

Last Updated : Oct 4, 2022, 10:57 PM IST

ABOUT THE AUTHOR

...view details