ଓଡିଶା

odisha

ETV Bharat / sports

IND vs SA 3rd T20: ଭାରତର ବୋଲିଂ ନିଷ୍ପତ୍ତି, ଫେରିଲେ ଆୟର-ସିରାଜ - ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଜି ତୃତୀୟ ଟି-୨୦ ମ୍ୟାଚ ଖେଳୁଛି ଭାରତ । ଭାରତ ଟସ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା । ଅଧିକ ପଢନ୍ତୁ

IND vs SA 3rd T20 : ଭାରତର ବୋଲିଂ ନିଷ୍ପତ୍ତି, ବିରାଟ ଓ ରାହୁଲଙ୍କୁ ବିଶ୍ରାମ
IND vs SA 3rd T20 : ଭାରତର ବୋଲିଂ ନିଷ୍ପତ୍ତି, ବିରାଟ ଓ ରାହୁଲଙ୍କୁ ବିଶ୍ରାମ

By

Published : Oct 4, 2022, 6:51 PM IST

Updated : Oct 4, 2022, 7:11 PM IST

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ଟିକିଆ ଟି-୨୦ ସିରିଜରେ ଆଜି ତୃତୀୟ ଟି୨୦ ମ୍ୟାଚ ଖେଳୁଛି ଭାରତ । ଭାରତ ଟସ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା ।

ଆଜିର ମ୍ୟାଚରେ ବିରାଟ କୋହଲି ଏବଂ କେଏଲ ରାହୁଲଙ୍କୁ ଦଳ ତରଫରୁ ବିଶ୍ରାମ ଦିଆଯାଇଛି । ସେହିପରି ଯୁବ ବୋଲର ଅର୍ଶଦୀପ ସିଂହ ମଧ୍ୟ ଆଜିର ମ୍ୟାଚ ଖେଳୁନାହାଁନ୍ତି । ତେଣୁ ଭାରତୀୟ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି । ବିରାଟ କୋହଲି, ଲୋକେଶ ରାହୁଲ ଏବଂ ଅର୍ଶଦୀପ ସିଂହଙ୍କ ବଦଳରେ ଶ୍ରେୟାସ ଆୟାର, ଉମେଶ ଯାଦବ ଏବଂ ମହମ୍ମଦ ସିରାଜଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଛି । ତେବେ ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ଯୁବ ବ୍ୟାଟର ରୋହିତ ଶର୍ମାଙ୍କ ସହିତ ଋଷଭ ପନ୍ତ ଓପନିଂ କରିପାରନ୍ତି । ସେପଟେ ଏହି ତିନି ଟିକିଆ ଟି୨୦ ସିରିଜରେ ଭାରତ ୨-୦ ରେ ଆଗୁଆ ସିରିଜ କବଜା କରିଥିବା ବେଳେ ସିରିଜ କ୍ଲିନ ସ୍ବିପ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ରୋହିତ ବାହିନୀ । ସେହିପରି ଦକ୍ଷିଣ ଆଫ୍ରିକା ପ୍ରଥମ ଦୁଇଟି ମ୍ୟାଚ ହାରି ସାରିଥିବା ବେଳେ ସମ୍ମାନ ରକ୍ଷା କରିବା ପାଇଁ ଆଜିର ଅନ୍ତିମ ଟି-୨୦ ଜିତିବାକୁ ଚେଷ୍ଟା କରିବ ।

ଚୂଡାନ୍ତ ଏକାଦଶ ଭାରତ

ରୋହିତ ଶର୍ମା (ଅଧିନାୟକ), ଋଷଭ ପନ୍ତ, ଶ୍ରେୟାସ ଆୟାର, ଦିନେଶ କାର୍ତ୍ତିକ, ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବୀନ, ହର୍ଷଲ ପଟେଲ, ଦୀପକ ଚହର, ଉମେଶ ଯାଦବ, ମହମ୍ମଦ ସିରାଜ

ଚୂଡାନ୍ତ ଏକାଦଶ ଦକ୍ଷିଣ ଆଫ୍ରିକା

ତେମ୍ବା ବାଭୁମା ( ଅଧିନାୟକ ), କ୍ବିଣ୍ଟନ ଡି କକ୍, ରିଲେ ରସୌ, ଏଡେନ ମାକ୍ରମ, ଡେଭିଡ ମିଲର, ତ୍ରିସ୍ତାନ ଷ୍ଟୁବାସ, ୱାନି ପାର୍ଲେ, ଦିୱାନ ପ୍ରିଟୋରିୟସ, କେଶବ ମହାରାଜା, କାଗିସୋ ରାବଡା, ଲୁଙ୍ଗି ନିଗିଡି

Last Updated : Oct 4, 2022, 7:11 PM IST

ABOUT THE AUTHOR

...view details