ହାଇଦ୍ରାବାଦ:ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ହାତେଇଲା ଟିମ୍ ଇଣ୍ଡିଆ । ସଞ୍ଜୁ ସାମସନଙ୍କ ଲଢ଼ୁଆ ଶତକ ଓ ଅର୍ଶଦୀପଙ୍କ ଘାତକ ବୋଲିଂ ବଳରେ ସିରିଜ ଜିତିଲା ଭାରତ । ଅନ୍ତମ ମ୍ୟାଚ୍ରେ 78 ରନରେ ଘରୋଇ ଦଳକୁ ପରାସ୍ତ କରିବା ସହ 2-1ରେ ଦିନିକିଆ ସିରିଜ ବିଜୟୀ ହୋଇଛି। ସଞ୍ଜୁ ସାମସନ ପ୍ଲେୟାର ଅଫ ଦ ମ୍ୟାଚ ଓ ଅର୍ଶଦୀପ ସିଂ ପ୍ଲେୟାର ଅଫ ଦି ସିରିଜି ବିବେଚିତ ହୋଇଛନ୍ତି ।
ପ୍ରଥମେ ଟସ୍ ଜିତି ବୋଲି ନିଷ୍ଟତ୍ତି ନେଇଥିଲା ଘରୋଇ ଟିମ୍ । ଏହାପରେ ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲା । ଭାରତ ପକ୍ଷରୁ ସାଇ ସୁଦର୍ଶନ ଓ ରଜତ ପଟିଦାର ଓପନିଂ କରିଥିଲେ । କିନ୍ତୁ ଦକ୍ଷିଆ ଆଫ୍ରିକାର ଫାଷ୍ଟ ବୋଲିଂ ଯୋଗୁଁ ବେଶି ସମୟ ପଡ଼ିଆରେ ତିଷ୍ଟି ପାରିନଥିଲେ ଏହି ଯୋଡି । ସାଇ ସୁଦର୍ଶନ 10 ଓ ରଜତ ପଟିଦାର ମାତ୍ର 22 ରନ୍ କରି ଆଉଟ ହୋଇଯାଇଥିଲେ । ଏହାପରେ ତିନି ନମ୍ବରରେ କେଏଲ ରାହୁଲ ବ୍ୟାଟିଂ କରିବାକୁ ଆସି ମାତ୍ର 21 ରନ୍ରେ ଆଉଟ୍ ହୋଇ ପାଭିଲିୟନକୁ ଫେରିଥିଲେ । ପରେ ସଞ୍ଜୁ ସାମସନ ଓ ତିଳକ ବର୍ମା ଦମଦାର ପାଳି ଖେଳିଥିଲେ । ଉଭୟ ଗୋଟିଏ ପରେ ଗୋଟିଏ ଦମଦାର ସଟ୍ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ତିଲକ ବର୍ମା 52 ରନ କରି ଆଉଟ ହୋଇଥିବା ବେଳେ ସଞ୍ଜୁ ସାମସନ କିନ୍ତୁ ଅଟକି ନଥିଲେ । 114 ବଲରେ 6ଟି ଚୌକା ଓ 3ଟି ଛକା ବଳରେ 108 ରନ କରି ଆଉଟ ହୋଇଥିଲେ । ପରେ ପରେ ରିଙ୍କୁ ସିଂଙ୍କ 38 ରନ୍, ଓ୍ବାସିଂଟନ୍ ସୁନ୍ଦର 14 ଓ ଅର୍ଶଦୀପଙ୍କ 7 ରନ ବଳରେ ଭାରତ 296 ରନରେ ଅଲ୍ଆଉଟ୍ ହୋଇଥିଲେ । ବିପକ୍ଷ ଦଳକୁ ବିଜୟୀ ହେବାକୁ 297 ରନର ଟାର୍ଗେଟ ଦେଇଥିଲା ଭାରତ ।