ଓଡିଶା

odisha

ETV Bharat / sports

Ind Vs SA 1st T20: ଭାରତର ବୋଲିଂ ନିଷ୍ପତ୍ତି, ଦଳକୁ ଫେରିଲେ ଅର୍ଶଦୀପ, ବାଦ ପଡିଲେ ବୁମରା - India Won The Toss

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଖେଳୁଛି ପ୍ରଥମ ଟି୨୦ ମ୍ୟାଚ । ଭାରତ ଟସ ଜିିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା ।

Ind Vs SA 1st T20 : ଭାରତର ବୋଲିଂ ନିଷ୍ପତ୍ତି, ଦଳକୁ ଫେରିଲେ ଅର୍ଶଦୀପ
Ind Vs SA 1st T20 : ଭାରତର ବୋଲିଂ ନିଷ୍ପତ୍ତି, ଦଳକୁ ଫେରିଲେ ଅର୍ଶଦୀପ

By

Published : Sep 28, 2022, 6:54 PM IST

Updated : Sep 28, 2022, 7:34 PM IST

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ଖେଳୁଛି ପ୍ରଥମ ଟି୨୦ ମ୍ୟାଚ । ଭାରତ ଟସ ଜିିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା । ଦଳକୁ ଫେରିଲେ ଅର୍ଶଦୀପ, ବାଦ ପଡିଲେ ବୁମରା ।

ଆଜିର ମ୍ୟାଚରେ ଅନେକ ପରିବର୍ତ୍ତନ କରାଯାଇଛି । ଯୁବ ବୋଲର ଅର୍ଶଦୀପ ସଂହ ଦଳକୁ ଫେରିବା ସହିତ ଆଜି ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି । ସେପଟେ ଫାଷ୍ଟ ବୋଲର ଜଶପ୍ରିତ ବୁମରା ମଧ୍ୟ ଆଜି ଖେଳରୁ ବାଦ ପଡିଛନ୍ତି । ଏହା ସହିତ ୟୁଜିବେନ୍ଦ୍ର ଚହଲ ମଧ୍ୟ ଆଜିର ମ୍ୟାଚ ଖେଳିବେ ନାହିଁ । ତେଣୁ ତାଙ୍କ ବଦଳରେ ଆଜିର ଚୂଡାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି ଦୀପକ ଚହର ଏବଂ ରବିଚନ୍ଦ୍ରନ ଅଶ୍ବୀନ । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭୁବନେଶ୍ବର କୁମାର ଏହି ସିରିଜରୁ ବାଦ ପଡିଛନ୍ତି । ଟି୨୦ ବିଶ୍ବକପକୁ ନଜରରେ ରଖି ସେମାନଙ୍କୁ ବିଶ୍ରାମ ଦିଆଯାଇଛି ।

ସେପଟେ ଘରୋଇ ମାଟିରେ କଙ୍ଗାରୁ ଦଳକୁ ୨-୧ ରେ ହରାଇବାରେ ପରେ ଭାରତର ମନୋବଳ ବୃଦ୍ଧି ପାଇଛି । ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜରେ ଭାରତ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ୪ ୱିକେଟରେ ପରାସ୍ତ ହୋଇଥିବା ବେଳେ । ଦ୍ବିତୀୟ ଏବଂ ତୃତୀୟ ମ୍ୟାଚ ଭାରତ କ୍ରମାଗତ ଭାବରେ ଜିତିଥିଲା । ତେବେ ଭାରତ ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରିବ । ସେପଟେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ଲଢୁଆ ବ୍ୟାଟିଂ କରି ଚର୍ଚ୍ଚା ରହିଥିବା ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେହିପରି ଦଳ ପାଇଁ ଡେଥ ଓଭର ବୋଲିଂ ମୁଣ୍ଡବ୍ୟଥାର କାରଣ ସାଜିଥିବା ବେଳେ ଭାରତ ପୂର୍ବ ଭୁଲକୁ ସୁଧାରିବାକୁ ଚେଷ୍ଟା କରିବ ।

ଚୂଡାନ୍ତ ଏକାଦଶ ଭାରତ

ରୋହିତ ଶର୍ମା ( ଅଧିନାୟକ ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ କିପର), ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ବୀନ, ହର୍ଷଲ ପଟେଲ, ଦୀପକ ଚହର, ଅର୍ଶଦୀପ ସିଂହ

ଚୂଡାନ୍ତ ଏକାଦଶ ଦକ୍ଷିଣ ଆଫ୍ରିକା

କ୍ବିଣ୍ଟନ ଡି କକ୍ ( ୱିକେଟ କିପର ), ତେମ୍ବା ବାଭୁମା ( ଅଧିନାୟକ ), ରିଲି ରୋସୌ, ଏଡେନ ମାକ୍ରମ, ଡେଭିଡ ମିଲର, ତ୍ରିସ୍ତାନ ସ୍ଟବସ, ୱାଏନ ପାର୍ଲେ, କାଗିସୋ ରାବଡା, କେଶବ ମହାରାଜ, ଅନରିଜ ନର୍ତୋଜା, ତାବରିଜ ସାମସି

Last Updated : Sep 28, 2022, 7:34 PM IST

ABOUT THE AUTHOR

...view details