ଓଡିଶା

odisha

ETV Bharat / sports

IND vs NZ 2nd ODI: ସିରିଜ ଜିତିବା ଲକ୍ଷ୍ୟରେ ରୋହିତ ବାହିନୀ - india vs new zealand 2nd ODI

ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ ଆଜି ରାୟପୁରରେ ଖେଳାଯିବ । ଦ୍ବିତୀୟ ଦିନିକିଆ ମ୍ୟାଚ ଜିତି ସିରିଜ ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ଅଧିକ ପଢନ୍ତୁ

ଭାରତ ବନାମ ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ
ଭାରତ ବନାମ ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ

By

Published : Jan 21, 2023, 7:00 AM IST

ରାୟପୁର: ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ କବଜା କରିବା ଲକ୍ଷ୍ୟରେ ରୋହିତ ଏଣ୍ଡ କୋ । ପ୍ରଥମ ଦିନିକିଆରେ କିୱି ଦଳକୁ ୧୨ ରନରେ ପରାସ୍ତ କରିବା ପରେ ଟିମ ଇଣ୍ଡିଆର ମନୋବଳ ଦୃଢ ରହିଛି । ଆଜି (ଶନିବାର) ଦ୍ବିତୀୟ ଦିନିକିଆ ମ୍ୟାଚ ଜିତି ସିରିଜ ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ମେନ୍ ଇନ୍ ବ୍ଲୁ । ତିନି ଟିକିଆ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି । ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଦିନିକିଆ ମ୍ୟାଚ ଆଜି ରାୟପୁରରେ ଖେଳାଯିବ ।

ଏହି ମ୍ୟାଚ ଦିନ ୧.୩୦ରେ ରାୟପୁର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ଥର ପାଇଁ ଛତିଶଗଡ ରାୟପୁରରେ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯିବ । ଏଠାରେ ୬ ଥର IPL ମ୍ୟାଚ ଖେଳାଯାଇଛି । ପ୍ରଥମ ଥର ପାଇଁ ଭାରତ ଏହି ଷ୍ଟାଡିୟମରେ ଦିନିକିଆ ମ୍ୟାଚ ଖେଳିବ ।

ପ୍ରଥମ ଦିନିକିଆରେ ବ୍ଲାକ୍ କେପ୍ସକୁ ମେନ୍ ଇନ୍ ବ୍ଲୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଥିଲା । ତେବେ ପ୍ରଥମ ଦିନିକିଆ ବିଜୟ ପରେ ଟିମ ଇଣ୍ଡିଆର ମନୋବଳ ଦୃଢ ରହିଛି । ଘରୋଇ ମାଟିରେ ଭାରତୀୟ ଖେଳାଳି ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଯୁବ ବ୍ୟାଟର ନିଜ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଦ୍ବିଶତକ ହାସଲ କରିଥିଲେ । ତେବେ ଦ୍ବିତୀୟ ଦିନିକିଆରେ ମଧ୍ୟ ତାଙ୍କଠାରୁ ବଡ ଇନିଂସ ଆଶା ରଖିବ ଦଳ । ସେପଟେ ବିରାଟ କୋହଲି, ଇଶାନ କିଶାନ, ୱାସିଙ୍ଗଟନ ସୁନ୍ଦର, ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଦମଦାର ଫର୍ମରେ ଅଛନ୍ତି । ଏହି କ୍ରିକେଟରଙ୍କ ଉପରେ ଦଳ ବ୍ୟାଟିଂ ଲାଇନ ଅପ ନିର୍ଭର କରିବ ।

ସେହିପରି ପ୍ରଥମ ଦିନିକିଆରେ ସର୍ବାଧିକ ୪ ଟି ୱିକେଟ ଅକ୍ତିଆର କରିଥିବା ପାଷ୍ଟ ବୋଲର ମହମ୍ମଦ ସିରାଜଙ୍କଠାରୁ ମଧ୍ୟ ସମାନ ପ୍ରଦର୍ଶନ ଆଶା ରଖିବ ଦଳ । ପ୍ରଥମ ଦିନିକିଆରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ୩୩୭ ରନରେ ଅଲ ଆଉଟ ହୋଇଥିଲା । ଏହି ମ୍ୟାଚରେ ହିରୋ ସାଜିଥିଲେ ଯୁବ ବ୍ୟାଟର ଶୁବମନ ଗିଲ । ଏଥିରେ ସେ ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଦ୍ବିଶତକ ହାସଲ କରିବାରେ ସଫଳ ହୋଇଥିଲେ ।

ଶହୀଦ ବୀର ନାରାୟଣ ସିଂହ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ ଫଳାଫଳ:ଶହୀଦ ବୀର ନାରାୟଣ ସିଂହ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ଭାରତୀୟ ପ୍ରିମିୟର ଲିଗର ୬ଟି ମ୍ୟାଚ ଖେଳାଯାଇଛି । ଏଠାରେ ଖେଳାଯାଇଥିବା ମ୍ୟାଚର ସବୁଠୁ ଅଧିକ ସ୍କୋର ୧୬୪ ରନ ରହିଛି । ଏହାକୁ ବ୍ୟାଟିଂ ଏବଂ ବୋଲିଂ ପିଚ୍ ବୋଲି କୁହାଯାଉଛି ।

ABOUT THE AUTHOR

...view details