କୋଲକାତା: ଐତିହାସିକ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ । ଟସ୍ ଜିତି ଭାରତୀୟ କ୍ୟାପଟେନ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।
ଭାରତୀୟ ଚୁଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଛି । କେଏଲ ରାହୁଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ, ଇଶାନ କିଶନ ଓ ୟୁଜଭେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିଛି । ୩ ଟିକିଆ ସିରିଜରେ ୨-୦ରେ ଆଗୁଆ ରହିଛି ଭାରତ । ଫଳରେ ଆଜିରେ ମ୍ୟାଚ୍ରେ ବିଜୟ ସହ କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି ମେନ ଇନ୍ ବ୍ଲୁ୍ ।
ଅନ୍ୟପଟେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ପୂର୍ବରୁ ଦ୍ରୁତ ବୋଲର ଟିମ ସାଉଦୀଙ୍କୁ ବିଶ୍ରାମ ଦେଇଛି । ଫଳରେ ମିଚେଲ ସାଣ୍ଟନର ତୃତୀୟ ଟି-୨୦ରେ କାମଚଲା କ୍ୟାପଟେନ ଦାୟିତ୍ବରେ ରହିଛନ୍ତି ।