ମୁମ୍ବାଇ: ସ୍ଥାନୀୟ ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି ଭାରତ (India in strong position after day two of mumbai test against new Zealand ) । ଦ୍ବିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ବିନା କୌଣସି ୱିକେଟରେ ୬୯ ରନ୍ ସଂଗ୍ରହ କରିନେଇଛି । ଫଳରେ ସମସ୍ତ ୧୦ ୱିକେଟ ହାତରେ ଥିବାବେଳେ ଭାରତ ୩୩୨ ରନ୍ରେ ଆଗୁଆ ରହିଛି ।
ନ୍ୟୁଜିଲାଣ୍ଡ ବାମହାତୀ ସ୍ପିନର ଏଜାଜ ପଟେଲ ଟେଷ୍ଟ କ୍ରିକେଟ ଇତିହାସରେ ତୃତୀୟ ବୋଲର ଭାବେ ଗୋଟିଏ ଇଂନିସରେ ୧୦ ୱିକେଟ ହାସଲ କରିବାର ଇତିହାସ ରଚିବା ପରେ ଭାରତର ପ୍ରଥମ ଇଂନିସ ୩୨୫ରେ ଶେଷ ହୋଇଥିଲା ।
ତେବେ ଘରୋଇ ଟିମ ଦମଦାର କମବ୍ୟାକ୍ ସହ ନ୍ୟୁଜିଲାଣ୍ଡକୁ ମାତ୍ର ୬୨ ରନ୍ରେ ଅଲଆଉଟ୍ କରିଥିଲା । ଏହା କୌଣସି ଟିମ ପାଇଁ ଭାରତ ବିପକ୍ଷରେ ସର୍ବନିମ୍ନ ଟେଷ୍ଟ ସ୍କୋର । ପୂର୍ବରୁ ୨୦୧୫ରେ ନାଗପୁର ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୭୯ ରନ୍ରେ ଅଲଆଉଟ୍ ହୋଇଥିଲା ।
ସଂପୂର୍ଣ୍ଣ ନ୍ୟୁଜିଲାଣ୍ଡ ଇଂନିସ ମାତ୍ର ୧୨୮ ମିନିଟ୍ରେ ଶେଷ ହେବା ସହ କେବଳ ଦୁଇଜଣ ବ୍ୟାଟ୍ର ଦୁଇଅଙ୍କ ସ୍କୋର ପାର୍ କରିବାକୁ ସକ୍ଷମ ହୋଇଥିଲେ ।