ଓଡିଶା

odisha

By

Published : Nov 28, 2021, 4:22 PM IST

ETV Bharat / sports

Ind vs NZ, 1st test: ଶ୍ରେୟସ ଓ ଶାହାଙ୍କ ଲଢୁଆ ଅର୍ଦ୍ଧଶତକ, ଦୃଢ ସ୍ଥିତିରେ ଭାରତ

୫୧ ରନ୍‌ରେ ଶୀର୍ଷକ୍ରମର ୫ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା ଭାରତ । ଟି' ବ୍ରେକ୍‌ ସୁଦ୍ଧା ଭାରତର ସ୍କୋର ୧୬୭/୭ ରହିଛି ଓ ଲିଡ୍‌(lead) ୨୧୬ରେ ପହଞ୍ଚିଛି । ଅଧିକ ପଢନ୍ତୁ

Ind vs NZ, 1st test: Iyer, Saha's fightback help hosts extend lead to 216 (Tea, Day 4)
Ind vs NZ, 1st test: ଶ୍ରେୟସ, ଶାହାଙ୍କ ଲଢୁଆ ଇଂନିସ, ଦୃଢ ସ୍ଥିତିରେ ଭାରତ

କାନପୁର: ଶ୍ରେୟସ ଆୟର ଓ ରିଦ୍ଧିମାନ ଶାହାଙ୍କ ଲଢୁଆ ଅର୍ଦ୍ଧଶତକୀୟ ଇଂନିସ ବଳରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଭାରତର ଲଢୁଆ ଜବାବ । ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଚତୁର୍ଥ ଦିନରେ ରବିବାର ଦ୍ବିତୀୟ ସେସନରେ ଜୋରଦାର କମବ୍ୟାକ କରିଛି ଭାରତ । ଏକ ସମୟରେ ମାତ୍ର ୫୧ ରନ୍‌ରେ ଶୀର୍ଷକ୍ରମର ୫ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା ଭାରତ । ମାତ୍ର ଟି'(Tea) ବ୍ରେକ୍‌ ସୁଦ୍ଧା ଭାରତର ସ୍କୋର ୧୬୭/୭ ରହିଛି ଓ ଲିଡ୍‌ ୨୧୬ରେ ପହଞ୍ଚିଛି ।

୮୪/୫ରୁ ଦ୍ବିତୀୟ ସେସନ ଖେଳ ଆରମ୍ଭ କରିଥିଲା ଭାରତ । ଶ୍ରେୟସ ଆୟର ଓ ରବିଚନ୍ଦ୍ରନ ଅଶ୍ବିନ ଅଧିକ ୧୯ ରନ ଯୋଡିବା ପରେ ମ୍ୟାଚ୍‌ର ୪୦ତମ ଓଭରରେ ୩୨ ରନ୍‌ର ଇଂନିସ ଖେଳି କେଏଲ ଜେମିଏସନଙ୍କ ଶିକାର ହୋଇଥିଲେ ଅଶ୍ବିନ । ପରେ ରିଦ୍ଧିମାନ ଶାହା ବ୍ୟାଟିଂ ପାଇଁ ଆସିଥିଲେ । ଶ୍ରେୟସ ଆୟରଙ୍କ ସହ ମିଶି ଶାହା ସପ୍ତମ ୱିକେଟ ଯୋଡିରେ ୬୪ ରନ୍‌ର ଉପଯୋଗୀ ଭାଗିଦାରୀ କରିଥିଲେ । ତେବେ ମ୍ୟାଚ୍‌ର ୬୧ତମ ଓଭରରେ ଟିମ ସାଉଦିଙ୍କ ଦ୍ବାରା ଆୟର ୬୫ ରନ୍‌ର ଇଂନିସ ଖେଳି ଆଉଟ୍‌ ହୋଇଥିଲେ ।

ପୂର୍ବରୁ କେଏଲ ଜେମିଏସନ ଓ ଟିମ ସାଉଦି ପ୍ରଥମ ସେସନରେ ଘାତକ ବୋଲିଂ ସହ ଭାରତକୁ ଜୋରଦାର ଝଟ୍‌କା ଦେଇଥିଲେ । ଲଞ୍ଚ୍ ବ୍ରେକ୍‌ ସୁଦ୍ଧା ଭାରତର ସ୍କୋର ୮୪/୫ ରହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details