ମୁମ୍ବାଇ: ଦ୍ବିତୀୟ ଦିନରେ ଭାରତ ଓ ଇଂଲଣ୍ଡ ଟେଷ୍ଟ ସିରିଜ । ପ୍ରଥମ ପାଳି ଶେଷ କଲା ଇଂଲଣ୍ଡ । ବଡ଼ ସ୍କୋର ଲକ୍ଷ୍ୟରେ ଥିବା ଇଂଲଣ୍ଡ ବ୍ୟାଟରଙ୍କୁ ଅଟକାଇଲେ ଭାରତୀୟ ବୋଲର । ଭାରତୀୟ ମହିଳା ଦଳର ଘାତକ ବୋଲିଂରେ କେବଳ ୧୩୬ ରନ୍ରେ ଅଲ୍ଆଉଟ୍ ହେଲା ନାଇଟ୍ ବାହିନୀ । ପ୍ରଥମ ପାଳିରେ ୪୨୮ ରନ୍ ସ୍କୋର କରିଥିବା ଭାରତ ୨୯୨ ରନ୍ ଲିଡ୍ ନେଇ ଦ୍ବିତୀୟ ପାଳି ବ୍ୟାଟିଂ କରୁଛି । ଦୀପ୍ତି ଶର୍ମା ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ସ୍ନେହା ରଣା ୨ଟି, ରେଣୁକା ସିଂହ ଠାକୁର ଓ ପୂଜାବସ୍ତ୍ରକାର ଗୋଟିଏ ଲେଖାଁଏ ୱିକେଟ ଅକ୍ତିଆର କରିଛନ୍ତି ।
ଭାରତ ୧ମ ପାଳି: ଦୀର୍ଘ ୯ ବର୍ଷ ପରେ ଘରୋଇ ଗ୍ରାଉଣ୍ଡରେ ଟେଷ୍ଟ ମ୍ୟାଚ ଖେଳୁଛି ଟିମ୍ ଇଣ୍ଡିଆ ଓମେନ୍ସ ଟିମ୍ । ଗୁରୁବାର ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିଲା ଟେଷ୍ଟ୍ ସିରିଜ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀ ଅଧିନାୟିକା ହରମନପ୍ରୀତ କୌର । ଜବାବରେ ବେଶ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ ଭାରତୀୟ ବ୍ୟାଟର । ପ୍ରଥମ ଦିନରେ ୭ ୱିକେଟ ହରାଇ ଭାରତ ୪୧୦ ରନ କରିଥିଲା । ଏହା ସହିତ ପ୍ରଥମ ଥର ପାଇଁ ମହିଳା ଟେଷ୍ଟ ମ୍ୟାଚର ଗୋଟିଏ ଦିନରେ ସର୍ବାଧିକ ସ୍କୋର ହାସଲ କରିବାର ରେକର୍ଡ ମଧ୍ୟ କରିଥିଲା କୌର ବାହିନୀ । ଆଜି (ଶୁକ୍ରବାର) ଦ୍ବିତୀୟ ଦିନରେ ପୁଣି ଥରେ ବ୍ୟାଟିଂ କରି ପ୍ରଥମ ପାଳିକୁ ୪୨୮ ରନରେ ଶେଷ କରିଥିଲା ଟିମ୍ ଇଣ୍ଡିଆ । ଭାରତ ପକ୍ଷରୁ ଶୁଭା ସତୀଶ ୬୭, ଜେମିମା ୬୮, ଦୀପ୍ତି ଶର୍ମା ୬୭ ଓ ୟସ୍ତିକା ଭାଟିଆ ୬୬ ରନର ଲଢୁଆ ବ୍ୟାଟିଂ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ, 428ରେ ପ୍ରଥମ ପାଳି ଶେଷ କଲା ଭାରତୀୟ ମହିଳା ଦଳ