ଓଡିଶା

odisha

ETV Bharat / sports

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ: 261ରେ ଅଲଆଉଟ କଙ୍ଗାରୁ ଟିମ, ବିଜୟୀ ମୁହାଁ ଟିମ ଇଣ୍ଡିଆ - ବିଜୟୀ ମୁହାଁ ଟିମ ଇଣ୍ଡିଆ

India vs Australia test series: ଚତୁର୍ଥ ଦିନରେ ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ । 261ରେ ଅଲଆଉଟ କଙ୍ଗାରୁ ଟିମ । ଅଧିକ ପଢନ୍ତୁ

ind vs aus test series
ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ

By ETV Bharat Odisha Team

Published : Dec 24, 2023, 12:50 PM IST

ମୁମ୍ବାଇ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାରି ରହିଛି ଟେଷ୍ଟ ସିରିଜ । ଚତୁର୍ଥ ଦିନରେ ଦ୍ବିତୀୟ ଇନିଂସରେ 261ରେ ଅଲଆଉଟ ହେଲା ଭ୍ରମଣକାରୀ ଦଳ । ପ୍ରଥମ ଇନିଂସ ପରି ଦ୍ବିତୀୟ ଇନିଂସରେ ବିପକ୍ଷ ଦଳ ପ୍ରତି ଘାତକ ସାବ୍ୟସ୍ତ ହେଲେ ଭାରତୀୟ ମହିଳା ବୋଲର । ସ୍ନେହ ରଣା ସର୍ବାଧିକ ଚାରୋଟି ଓ୍ବିକେଟ ନେଇଥିବା ବେଳେ ରାଜେଶ୍ବରୀ ଓ ହରମନପ୍ରୀତ 2ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି । ଚତୁର୍ଥ ଦିନରେ ଭାରତୀୟ ମହିଳା ଦଳ ଦ୍ବିତୀୟ ପାଳି ଆରମ୍ଭ କରିଛି । ଗୋଟିଏ ଓ୍ବିକେଟ ହରାଇ 29 ରନ କରିଛି ଟିମ ଇଣ୍ଡିଆ । ସ୍ମୃତି ଓ ରିଚା ବ୍ୟାଟିଂ ଜାରି ରଖିଛନ୍ତି ।

ତୃତୀୟ ଦିନରେ 406 ରନରେ ଭାରତ ଅଲ ଆଉଟ ହେବା ପରେ ଦ୍ବିତୀୟ ପାଳି ଆରମ୍ଭ କରିଥିଲା କଙ୍ଗାରୁ ଟିମ । ଶନିବାର ଷ୍ଟମ୍ପ ଅପସାରଣ ସୁଦ୍ଧା 5 ଓ୍ବିକେଟ ହରାଇ 233 ରନ କରିଥିଲା 4 ଅଷ୍ଟ୍ରେଲିଆ ମହିଳା ଦଳ । ଫଳରେ 46 ରନରେ ଆଗୁଆ ରହି ଚତୁର୍ଥ ଦିନରେ ବ୍ୟାଟିଂ ଆରମ୍ଭ କରିଥିଲା । ସକାଳ 10ଟା ସୁଦ୍ଧା ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ କରି 261 ରନରେ ଅଲ ଆଉଟ ହୋଇଛି । ଭ୍ରମଣକାରୀ ଦଳ 74 ରନରେ ଆଗୁଆ ରହିଛି । ଅଷ୍ଟ୍ରେଲିଆ ପକ୍ଷରୁ ତାହିଲା ଏମସି ଗ୍ରଥ 73, ଏଲିସେ ପେରୀ 45, ବେଥ ମୋନି 33 ରନ କରିଥିଲେ । ଅନ୍ୟ କେଉଁ ଖେଳାଳି 30 ରନ କରିବାକୁ ମଧ୍ୟ ସକ୍ଷମ ହୋଇନଥିଲେ । ଭାରତୀୟ ମହିଳା ଦଳକୁ ଏହି ଟେଷ୍ଟ ସିରିଜ ବିଜୟୀ ହେବାକୁ ହେଲେ ଆଉ 75 ରନର ମାତ୍ର ଆବଶ୍ୟକତା ରହିଛି ।

ଏହା ମଧ୍ୟ ପଢନ୍ତୁ-ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ: 406ରେ ଅଲ ଆଉଟ ଟିମ ଇଣ୍ଡିଆ

ଦ୍ବିତୀୟ ଦିନରେ ଷ୍ଟମ୍ପ ଅପସାରଣ ସୁଦ୍ଧା 376 ରନରେ ଅଟକିଥିଲା ଭାରତ । ତୃତୀୟ ଦିନରେ ପୁଣି ପାଳି ଆରମ୍ଭ କରି ଦଳୀୟ ସ୍କୋରକୁ 406ରେ ପହଞ୍ଚାଇଥିଲେ ବ୍ୟାଟର । ଭାରତୀୟ ଦଳ ପକ୍ଷରୁ ସ୍ମୃତି ମାନ୍ଦନା, ରିଚା ଘୋଷ, ଜେମିମା ଓ ଦୀପ୍ତି ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି । ପ୍ରଥମ ଇନିଂସ ଶେଷ କରି 187ରନରେ ଆଗୁଆ ରହିଥିଲା । ଅଷ୍ଟ୍ରେଲିଆ ଟିମ ଦ୍ବିତୀୟ ପାଳି ଖେଳି 74 ରନରେ ଆଗୁଆ ରହିଛି । ଭାରତୀୟ ମହିଳା ଦଳ ଉଭୟ ବ୍ୟାଟଂ ଓ ବୋଲିଂରେ ଜବଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି । ଏହି ସିରିଜ ମଧ୍ୟ ଭାରତ ସପକ୍ଷରେ ହେବ ବୋଲି ଆଶା ରହିଛି ।

ABOUT THE AUTHOR

...view details