ଓଡିଶା

odisha

ETV Bharat / sports

ମ୍ୟାଚ ଜିତିବା ପରେ ଖୁବ ଉତ୍ସାହିତ ହେଲେ ବିରାଟ-ରୋହିତ, ଭାଇରାଲ ହେଲା ଭିଡିଓ - ଭିଡିଓ ସୋସିଆଲ ମିଡିଆରେ ଭାଇରାଲ

ଭାରତ ମ୍ୟାଚ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

ମ୍ୟାଚ ଜିତିବା ପରେ ଖୁବ ଉତ୍ସାହିତ ହେଲେ ବିରାଟ-ରୋହିତ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ମ୍ୟାଚ ଜିତିବା ପରେ ଖୁବ ଉତ୍ସାହିତ ହେଲେ ବିରାଟ-ରୋହିତ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

By

Published : Sep 27, 2022, 4:22 PM IST

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ( India vs Australia T20 Series ) ତିନୋଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ ରେ ସିରିଜ କବଜା କରିଛି । ତୃତୀୟ ଟି୨୦ ମ୍ୟାଚରେ ୧୮୭ ରନର ଟାର୍ଗେଟକୁ ହାସଲ କରିବା ସହିତ ଭାରତ ୬ ୱିକେଟରେ ମ୍ୟାଚ ଜିତିଥିଲା । ଶେଷ ଓଭରେ ଗୋଟିଏ ବଲ ବାକିଥାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାଉଣ୍ଡରୀ ସଟ ୪ ରନ ବଳରେ ଭାରତ ମ୍ୟାଚ ଜିତି ଯାଇଥିଲା । ଭାରତ ମ୍ୟାଚ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରୋହିତ ( Rohit Sharma ) ଏବଂ କୋହଲି ( Virat Kohli ) ମ୍ୟାଚ ବିଜୟକୁ ନେଇ ବହୁତ ଉତ୍ସାହିତ ଥିବା ନଜର ଆସିଛି ।

ଶେଷ ଓଭରରେ ଭାରତକୁ ୧୧ ରନର ଆବଶ୍ୟକ ଥିଲା । ବିରାଟ କୋହଲି ଶେଷ ଓଭରର ପ୍ରଥମ ବଲରେ ଛକା ମାରିଥିଲେ । ହେଲେ ପରବର୍ତ୍ତୀ ବଲରେ ବଡ ସଟ ଖେଳିବାକୁ ଯାଇ କ୍ୟାଚ ଆଉଟ ହୋଇଥିଲେ ଦିନେଶ କାର୍ତ୍ତିକ ପିଚକୁ ଆସିଥିଲେ । ତୃତୀୟ ବଲରେ ଦିନେଶ କାର୍ତ୍ତିକ ଏକ ରନ ନେଇଥିଲେ । କ୍ରିଜରେ ଦମଦାର ଫର୍ମରେ ଥିବା ହାର୍ଦ୍ଦିକ ପାଣ୍ଡ୍ୟା ଚତୁର୍ଥ ବଲରେ କୌଣସି ରନ କରି ପାରିନଥିଲେ । ମ୍ୟାଚ ଜିତିବା ପାଇଁ ଦଳକୁ ୨ ଟି ବଲରେ ୪ ରନର ଆବଶ୍ୟକ ଥିଲା । ପଞ୍ଚମ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା ଚୌକା ମାରି ମ୍ୟାଚ ଜିତାଇ ଦେଇଥିଲେ । ବିରାଟ କୋହଲି ଏବଂ ରୋହିତ ଶର୍ମା ପାଭଲିୟନରେ ଥାଇ ପାଣ୍ଡ୍ୟାଙ୍କର ଚୌକା ପରେ ମ୍ୟାଚ ଜିତିବା ନେଇ ବହୁତ ଉତ୍ସାହିତ ହୋଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲଲ ହେବାରେ ଲାଗିଛି ।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଏହି ଅନ୍ତିମ ଟି୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଏବଂ ବିରାଟ କୋହଲିଙ୍କର ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଦମଦାର ବିଜୟ ହାସଲ କରିଥିଲା । ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇବା ସହିତ ସିରିଜକୁ ୨-୧ ରେ କବଜା କରିଛି ଭାରତ । ଟସ ହାରି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୬ ରନ କରିଥିଲା । ଏହାର ଜବାବରେ ଭାରତ ଗୋଟିଏ ବଲ ବାକିଥାଇ ଟାର୍ଗେଟ ହାସଲ କରିନେଇଥିଲା । ସେପଟେ ଆସନ୍ତା ୨୮ ତାରିଖରୁ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ (India vs South Africa T20 Series) ଏବଂ ତିନୋଟି ଦିନିକିଆ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ ।

ABOUT THE AUTHOR

...view details