ଓଡିଶା

odisha

ETV Bharat / sports

IND vs AUS 1st Test: ୪୦୦ ରନରେ ଭାରତ ଅଲଆଉଟ, ୨୨୩ ରନରେ ଲିଡ - ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ପାଳି ଶେଷ କଲା ଭାରତ । ୪୦୦ ରନରେ ଅଲ ଆଉଟ ହେଲା ଭାରତ । ଅଧିକ ପଢନ୍ତୁ

ind vs aus 1st test
ind vs aus 1st test

By

Published : Feb 11, 2023, 12:36 PM IST

Updated : Feb 11, 2023, 12:56 PM IST

ହାଇଦ୍ରାବାଦ:ଭାରତ ଓ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚର ଆଜି(ଶନିବାର) ତୃତୀୟ ଦିନ । ୪୦୦ ରନରେ ପ୍ରଥମ ଇନିଂସ ଶେଷ କଲା ଭାରତ । ଫଳରେ ୨୨୩ ରନରେ ଲିଡ କରୁଛି ଟିମ ଇଣ୍ଡିଆ । ଗତକାଲି ଦ୍ବିତୀୟ ଦିନରେ ଭାରତ ବ୍ୟାଟିଙ୍ଗ କରିଥିବା ବେଳେ ୭ ୱିକେଟ ହରାଇ ୩୨୧ ରନ କରିଥିଲା । ଆଜି ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ଭାରତ ୪୦୦ ରନରେ ପ୍ରଥମ ଇନିଂସ ଶେଷ କରିଛି ।

ଗତକାଲି ରବିନ୍ଦ୍ର ଜାଡେଜା ଓ ଅକ୍ସର ପଟ୍ଟେଲ ଅର୍ଦ୍ଧ ଶତକ କରି ଅପରାଜିତ ରହିଥିବା ବେଳେ ଆଜି ତୃତୀୟ ଦିନରେ ପଡିଆକୁ ଓହ୍ଳାଇଥିଲେ । ଜାଡେଜା ୭୦ ରନ କରି ପାଭିଲିୟନକୁ ଫେରିଥିବା ବେଳେ ଅକ୍ସର ପଟ୍ଟେଲ ୮୪ ରନ କରି ଶତକରୁ ବଞ୍ଚିତ ହୋଇଛନ୍ତି । ଉଭୟଙ୍କ ଲଢୁଆ ବ୍ୟାଟିଙ୍ଗରେ ଦଳୀୟ ସ୍କୋର ୪୦୦ରେ ପହଞ୍ଚିଥିଲା ।

ନାଗପୁରରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚ ଫେବୃଆରୀ ୯ ତାରିଖରୁ ଆରମ୍ଭ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରିଥିଲା କଙ୍ଗାରୁ ଦଳ । ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ପ୍ରଥମେ ବ୍ୟାଟିଂ କରି ୧୭୭ ରନ କରି ଅଲଆଉଟ ହୋଇଥିଲା । ଏହାପରେ ଭାରତ ପ୍ରଥମ ଇନିଂସ ପାଳି ଆରମ୍ଭ କରି ୨୪ ଓଭର ଖେଳି ୭୭ ରନ କରିଥିଲା ।

ଦ୍ବିତୀୟ ଦିନର ୭ ୱିକେଟ ହରାଇ ୩୨୧ ରନ କରିଥିଲା ଭାରତ । ଗତକାଲି ଅଧିନାୟକ ରୋହିତ ଶର୍ମା ୧୫ ଟି ଚୌକା ଏବଂ ୨ଟି ଛକା ସହିତ ୧୨୦ ରନର ଇନିଂସ ଖେଳି ପ୍ୟାଟ୍ କମିନ୍ସଙ୍କ ବଲ୍‌ରେ ବୋଲ୍ଡ ହୋଇଥିଲେ । ଏହାପରେ ରବିନ୍ଦ୍ର ଜାଡେଜା ୬୬ରନ ଓ ଅକ୍ସର ପଟେଲ ୫୩ ରନ କରି ଅପରାଜିତ ରହି ଆଜି ପାଳି ପୁଣି ଥରେ ପାଳି ଆରମ୍ବ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-IND vs AUS 1st Test: କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ଜାଡେଜା

ପ୍ରଥମ ଦିନ ମ୍ୟାଚରେ ଅଷ୍ଟ୍ରେଲିଆ ତରଫରୁ ମାରନସ ଲାବୁସେନଙ୍କ ସର୍ବାଧିକ ୪୯ ରନ କରିବାକୁ ସକ୍ଷମ ହୋଇଥିଲେ । ସେହିପରି ଷ୍ଟିଭ୍‌ ସ୍ମିଥ୍‌ ୧୦୭ ବଲରେ ୩୭ ରନ୍‌ର ଇନିଂସ ଖେଳି ସ୍ପିନର ଜାଡେଜାଙ୍କ ବଲରେ ଆଉଟ ହୋଇଥିଲେ । ହେଣ୍ଡସ୍କମ ୩୧ ରନ, ଆଲେକ୍ସ କେରୀ ୩୬ ରନ କରିଥିଲେ । ଏହି ୪ଜଣ ବ୍ୟାଟରଙ୍କୁ ଛାଡିଦେଲେ କଙ୍ଗାରୁ ଟିମ୍‌ର ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍‌ କରିବାରେ ସଫଳ ହୋଇ ପାରିନଥିଲେ ।

Last Updated : Feb 11, 2023, 12:56 PM IST

ABOUT THE AUTHOR

...view details