ଚଣ୍ଡିଗଡ:ଆଜିଠୁ ଘରୋଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଟି-ଟ୍ବେଣ୍ଟି ସିରିଜ । ଆଜି (ମଙ୍ଗଳବାର) ଦୁଇ ଦଳ ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି( India vs Australia 1st t20) ମ୍ୟାଚ ଖେଳାଯିବ । ଏ ନେଇ ଦୁଇଦଳ ପ୍ରସ୍ତୁତି ଶେଷ କରିଛନ୍ତି । ମୋହାଲି ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ସଦ୍ୟ ସମାପ୍ତ ଏସିଆ କପ୍ରେ ସମସ୍ତ ତ୍ରୁଟି ସୁଧାରି ଉତ୍ତମ ପ୍ରଦର୍ଶନ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଦଳର ପ୍ରତ୍ୟେକ ଖେଳାଳି ଫର୍ମ ବଜାୟ ରଖିବାକୁ ପ୍ରାଥମିକତା ଦେବେ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ସେପଟେ ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ଏହି ସିରିଜରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ।
ଭାରତୀୟ ଦଳ ଏସିଆ କପର ପ୍ରଦର୍ଶନକୁ ଭୁଲି ସରିଜ ବିଜୟୀ ହେବାକୁ ପ୍ରୟାସ କରିବ । ଦଳର ମଧ୍ୟକ୍ରମ ବ୍ୟାଟିଂ ନେଇ ସମସ୍ୟା ରହିଛି । ଆଗକୁ ବିଶ୍ବକପ ଆସୁଛି ତେଣୁ ଏହା ପୂର୍ବରୁ ଦଳର ଏ ମସ୍ୟାର ସମାଧାନ କରିବାକୁ ପଡିବ । ମଧ୍ୟଭାଗରେ ବ୍ୟାଟରଙ୍କୁ ଦ୍ରୁଢ ବ୍ୟାଟିଂ କରିବାକୁ ପଡିବ । ଖାଲି ବ୍ୟାଟିଂ ନୁହେଁ ସବୁ ବିଭାଗର ତ୍ରୁଟି ସୁଧାରିବାକୁ ପଡିବ । ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟକ୍ରମ ସମ୍ଭାଳୁଛନ୍ତି । ଆଜିର ମୁକାବିଲାରେ ସେମାନଙ୍କୁ କିଛି କମାଲ କରିବାକୁ ହେବ । କିଛି ଦିନ ହେବ ଫର୍ମ ହରାଇଥିବା ବିଟାର କୋହଲି ଏସିଆ କପରେ ଫର୍ମକୁ ଫେରିଥିଲେ ତେଣୁ ଆଜି ତାଙ୍କ ବ୍ୟାଟରୁ ସଫଳ ଇନିଂସ ଆଶା କରୁଛନ୍ତି ଫ୍ୟାନ୍ସ ।
ଏହି ବି ପଢନ୍ତୁ...ଟି୨୦ ସିରିଜ ପୂର୍ବରୁ କୋହଲିଙ୍କ ପ୍ରଶଂସା କଲେ ଆରୋନ ଫିଞ୍ଚ