କାନପୁର:ସ୍ଥାନୀୟ ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ପଞ୍ଚମ ଦିନ ଖେଳ ଜାରି ରହିଛି । ଶେଷ ଦିନରେ ବିଜୟ ପାଇଁ ଭାରତ ୯ ୱିକେଟ ଆବଶ୍ୟକ କରୁଥିଲା । ମାତ୍ର ପ୍ରଥମ ସେସନରେ ଟମ ଲାଥମ ଓ ୱିଲ ସମରଭିଲେ ଭାରତକୁ ନିରାଶ କରିଥିଲେ । ପ୍ରଥମ ସେସନରେ କୌଣସି ୱିକେଟ ହାସଲ କରିପାରିନଥିଲେ ଭାରତୀୟ ବୋଲର ।
ତେବେ ଦ୍ବିତୀୟ ସେସନରେ ୩ଟି ୱିକେଟ ହାତେଇ ବିଜୟ ଠାରୁ ଆଉ ୬ ୱିକେଟ ଦୂରରେ ରହିଛି ଟିମ ଇଣ୍ଡିଆ । ଟି' ବ୍ରେକ୍ ସୁଦ୍ଧା ନ୍ୟୁଜିଲାଣ୍ଡର ସ୍କୋର ୧୨୫/୪ ରହିଛି । କ୍ୟାପଟେନ କେନ୍ ୱିଲିୟମସନ ଅପରାଜିତ(୨୪*) ଅଛନ୍ତି ।