ହାଇଦ୍ରାବାଦ: ଗୋଟିଏ ଓଭରରେ ଅଧିକରୁ ଅଧିକ ୩୬ ରନ୍ର ପରିକଳ୍ପନା କରାଯାଇ ପାରେ । କିନ୍ତୁ ଏକ ଆଇଏଲ୍ର ୨୦୧୧ ମସିହା ସଂସ୍କରଣ କ୍ରିସ ଗେଲ୍ ଏହାକୁ ଭୁଲ ପ୍ରମାଣିତ କରି ଗୋଟିଏ ଓଭରରେ ୩୭ ରନ୍ କରିଥିଲେ । ପୁନଃ ୨୦୨୧ରେ ରବିନ୍ଦ୍ର ଜାଡେଜା ଏହାକୁ ଦୋହରାଇଥିଲେ । ବର୍ତ୍ତମାନ ଏକ ମ୍ୟାଚ୍ରେ ଜଣେ ବ୍ୟାଟର ଗୋଟିଏ ଓଭରରେ ୪୬ ରନ୍ କରି ସବୁ ରେକର୍ଡକୁ ଫିକା ପକାଇଛନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । କୁଏତ୍ରେ ଖେଳା ଯାଉଥିବା ଏକ ଘରୋଇ ପ୍ରିମିୟର ଟି-ଟ୍ବେଣ୍ଟି ଲିଗ୍ରେ ଏଭଳି ଇନିଂସ ଦେଖିବାକୁ ମିଳିଛି ।
ବର୍ତ୍ତମାନ କୁଏତ୍ରେ କେସିସି ଫ୍ରେଣ୍ଡ୍ସ୍ ମୋବାଇଲ ଟି-ଟ୍ବେଣ୍ଟି ଚମ୍ପିଆନ୍ସ ଟ୍ରଫି ଖେଳାଯାଉଛି । ଏକ ମ୍ୟାଚ୍ରେ NCM ଇଭେଷ୍ଟମେଣ୍ଟ୍ ଓ ଟାଲି CC ମୁହାଁମୁହିଁ ହୋଇଥିଲେ । ଟାଲି CCର ସ୍ପିନର ହରମାନଙ୍କ ଓଭରରେ ବ୍ୟାଟିଂ କରୁଥିଲେ NCM ଇଭେଷ୍ଟମେଣ୍ଟ୍ର ବାସୁ । ତେବେ ଓଭରର ପ୍ରଥମ ବଲ ନୋ' ବଲ ପକାଇଥିଲେ ହରମାନ । ଏହି ବଲ୍ରେ ଛକା ମାରିଥିଲେ ବାସୁ । ଏହାପରେ ଲଗାତାର ୫ଟି ଛକା ମାରିଥିଲେ ବାସୁ । ସେଥିମଧ୍ୟ ବି ଏକ ନୋ ବଲ୍ ସାମିଲ ଥିଲା । ଓଭରରେ 4 ବାଇରେ ଦେଇଥିଲେ । ଏଭଳି ଭାବରେ ହରମାନ ଗୋଟିଏ ଓଭରରେ ୪୬ ରନ୍ ଖର୍ଚ୍ଚ କରିଥିଲେ ।