ମେଲବର୍ଣ୍ଣ: ଦଳକୁ ମଜବୁତ କରିବା ପାଇଁ ଅଷ୍ଟ୍ରେଲିଆକୁ ଭାରତକୁ ଅନୁକରଣ କରିବା ଉଚିତ୍ ଯାହାଦ୍ବାରା ଶ୍ରେଷ୍ଠ ଖେଳାଳିଙ୍କୁ ବିଶ୍ରାମ ମିଳିବ ଓ ସେମାନେ ପ୍ରସ୍ତୁତ ରହିବେ ବୋଲି ମତ ଦେଇଛନ୍ତି ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ଟିମ୍ ପେନ୍ ।
ଭାରତର ଶ୍ରେଷ୍ଠ ଖେଳାଳି ମାନେ ବର୍ତ୍ତମାନ ବିଶ୍ବ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ(WTC FINAL) ସହ ଇଂଲଣ୍ଡ ସହ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡରେ ରହିଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ହ୍ବାଇଟ ବଲ ସିରିଜ ଖେଳିବା ପାଇଁ ଭାରତ ଟି-20 ସ୍କ୍ବାର୍ଡ ଘୋଷଣା କରିଛି । ଆଉ ସେଇ ଟିମ୍ରେ ରହିଛନ୍ତି ଅନେକ ଗୁଡ଼ିଏ ଯୁବ ଖେଳାଳି ।
ସେପଟେ ଅଷ୍ଟ୍ରେଲିଆ କିନ୍ତୁ ୱେଷ୍ଟଇଣ୍ଡିଜ୍ ଗସ୍ତରୁ ସିନିୟର ଖେଳାଳି ବାହର ହୋଇଯିବା ଆଶଙ୍କାର ସାମ୍ନା କରୁଛି ।
ଏଭଳି ସ୍ଥିତିରେ ପେନ୍ ଅନୁଭବ କରୁଛନ୍ତି ଯେ ଅଷ୍ଟ୍ରେଲିଆ ପାଖରେ ଯୁବ ଖେଳାଳି ରହିବା ନିହାତି ଆବଶ୍ୟକ ଯେଉଁମାନେ ଅନ୍ତର୍ଜାତୀୟ କ୍ରିକେଟ ଖେଳିପାରିବେ । ଯାହାଦ୍ବାରା ଟିମ୍ ର ସିନିୟର ଖେଳାଳିଙ୍କର ବୋଝ କମ୍ ହୋଇ ପାରିବ ।
‘‘ଆମ ସ୍କ୍ବାଡକୁ ବର୍ତ୍ତମାନ ସଶକ୍ତ କରିବାର ଆବଶ୍ୟକତା ରହିଛି, ଯାହା ଦ୍ବାରା ଆମେ ଏହାକୁ କଭର କରିପାରିବୁ। ସାଧାରଣତଃ ଆମ ପାଖରେ ଗସ୍ତରୁ ବାହାରି ଯିବା ଲୋକ ନଥାନ୍ତି, କିନ୍ତୁ ଯେଉଁମାନେ କୌଣସି କାରଣ ବଶତଃ ବିଶ୍ରାମ ନିଅନ୍ତି ସେତେବେଳେ ଆମକୁ ଅସୁବିଧା ହେବ ନାହିଁ,’’ ବୋଲି ପେନ କହିଛନ୍ତି ।