ନୂଆଦିଲ୍ଲୀ:ଗୁରୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଗୁଡ଼ିକ ଇଂଲଣ୍ଡରେ ଆୟୋଜନ ନ ହେବା ଉଚିତ । ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ କେଭିନ ପିଟରସନ । ବର୍ଷା ଯୋଗୁଁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ବାରମ୍ବାର ବାଧାପ୍ରାପ୍ତ ହୋଇଛି । ଏହାପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ପିଟରସନ ।
ବର୍ଷା ଯୋଗୁଁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚର ପ୍ରଥମ ଦିନ ଖେଳ ବାତିଲ ହୋଇଥିଲା । ଏହାପରେ ପୁନଃ ସୋମବାର ବର୍ଷା ଯୋଗୁଁ ଚତୁର୍ଥ ଦିନ ଖେଳ ବାତିଲ ହୋଇଛି । ବର୍ଷା ଯୋଗୁଁ ମ୍ୟାଚ ବାରମ୍ବାର ବାଧାପ୍ରାପ୍ତ ହେବା ପରେ ଉଭୟ ଖେଳାଳି ଓ ଫ୍ୟାନମାନଙ୍କ ମନରେ ନିରାଶା ଦେଖା ଦେଇଛି । ସମୟ ଅତିବାହିତ କରିବା ପାଇଁ ଇଲଂଣ୍ଡ ଖେଳାଳି ଟେବୁଲ ଟେନିସ ଖେଳୁଥିବା ଦେଖା ଦେଇଛି ।
ଏହାକୁ ନେଇ କେଭିନ ପିଟରସନ ଟ୍ୱିଟ୍ କରି କହିଛନ୍ତି ଯେ, “ଏହା କହିବାକୁ ମୋତେ ଦୁଃଖ ଲାଗୁଛି । କିନ୍ତୁ ଅତି ଗୁରୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଇଂଲଣ୍ଡରେ ଆୟୋଜନ ନହେବା ଉଚିତ ।”