ଓଡିଶା

odisha

By

Published : Dec 25, 2022, 10:07 PM IST

ETV Bharat / sports

IPL 2023 : ଏଥର ଲାଗୁ ହେବ ଇମ୍ପାକ୍ଟ ପ୍ଲେୟାର ନିୟମ

ଆଇପିଏଲ ୨୦୨୩ ରେ ଲାଗୁ ହେବ ନୂଆ ନିୟମ । ପ୍ଲେଇଂ ଇଲେଭେନ ସହିତ ଅନ୍ୟ ୪ ଜଣ ଖେଳାଳିଙ୍କ ନାମକୁ ଇମ୍ପେକ୍ଟ ପ୍ଲେୟାର ହିସାବରେ ରଖାଯିବ । ଅଧିକ ପଢନ୍ତୁ

IPL 2023 : ଏଥର ଲାଗୁ ହେବ ଇମ୍ପେକ୍ଟ ପ୍ଲେୟର ନିୟମ
IPL 2023 : ଏଥର ଲାଗୁ ହେବ ଇମ୍ପେକ୍ଟ ପ୍ଲେୟର ନିୟମ

ହାଇଦ୍ରାବାଦ:ଆଇପିଏଲ ୨୦୨୩କୁ ଅଧିକ ରୋମାଞ୍ଚ କରିବା ପାଇଁ କିଛି ନିୟମର ପରିବର୍ତ୍ତନ କରାଯାଇଛି । ଆଇପିଏଲ ୨୦୨୩ ସଂସ୍କରଣରେ ଇମ୍ପାକ୍ଟର ପ୍ଲେୟାର ନିୟମ ଲାଗୁ କରିବ । ଫୁଟବଲ, ରଗବୀ, ବାସ୍କେଟବଲ, ବେସବଲ ଭଳି ଖେଳରେ ଏହି ନିୟମର ବ୍ୟବହାର କରାଯାଉଛି ।

ଇମ୍ପାକ୍ଟ ପ୍ଲେୟର ନିୟମ କଣ ଏବଂ ଏହା କେମିତି କାମ କରିବ

ଇମ୍ପାକ୍ଟ ପ୍ଲେୟର ନିୟମ ଅନୁସାରେ ଗୋଟିଏ ଦଳ ପ୍ଲେଇଂ ଇଲେଭେନ ବ୍ୟତୀତ ଅନ୍ୟ ଚାରି ଖେଳାଳିଙ୍କ ନାମକୁ ଟସ୍‌ ସମୟରେ ଦେବାକୁ ପଡିବ । ଦଳ ଇମ୍ପାକ୍ଟ ପ୍ଲେୟର ଭାବରେ ଚାରି ଖେଳାଳିଙ୍କ ଭିତରୁ ଦରକାର ପଡିଲେ ଜଣେ ଖେଳାଳିଙ୍କୁ ବ୍ୟବହାର କରାଯାଇପାରେ । ଯଦି ଚୂଡାନ୍ତ ଏକାଦଶରେ ୪ ବିଦେଶୀ ଖେଳାଳି ରହିଥିବେ ତାହେଲେ ଇମ୍ପାକ୍ଟ ପ୍ଲେୟରରେ ରିପ୍ଲେସ ହେବାକୁ ଥିବା ଖେଳାଳି ଭାରତୀୟ ହୋଇଥିବା ଦରକାର । ଯଦି ଚୂଡାନ୍ତ ଏକାଦଶରେ ୩ ବିଦେଶୀ ଖେଳାଳି ସାମିଲ ହୋଇଥିବେ ତାହାଲେ ଜଣେ ବିଦେଶୀ ଖେଳାଳି ଇମ୍ପାକ୍ଟ ପ୍ଲେୟରରେ ରିପ୍ଲେସ ହୋଇପାରିବ ।

ଅଭିଜ୍ଞ ଖେଳାଳିଙ୍କୁ ମିଳିବ ଇମ୍ପାକ୍ଟ ପ୍ଲେୟର ନିୟମର ଫାଇଦା

ଇଣ୍ଡିଆନ ପ୍ରିମିୟର ଲିଗର ବିଭିନ୍ନ ଫ୍ରାଞ୍ଚାଇଜିର କୋଚ୍‌ ଓ ବିଶେଷଜ୍ଞଙ୍କ ମତରେ ଏହି ଇମ୍ପାକ୍ଟ ପ୍ଲେୟାର ନିୟମ କିଛି ଅଭିଜ୍ଞ କ୍ରିକେଟରଙ୍କ ପାଇଁ ଅଧିକ ଫାଇଦା ଦେଇପାରେ । ୪ ଅନୁଭବୀ କ୍ରିକେଟରଙ୍କୁ ୨୦୨୩ ମିନି ଆଇପିଏଲ ଅକ୍ସନରେ ୫୦ ହଜାର ଟଙ୍କା ବେଶ ପ୍ରାଇସରେ କିଣାଯାଇଛି । ଯଦି ଆମେ ଏହି ଭାରତୀୟ ଖେଳାଳିଙ୍କୁ କ୍ୟାରିଅର ଉପରେ ନଜର ପକାଇବା ତାହେଲେ ସେମାନଙ୍କ କ୍ୟାରିଅର ଶେଷ ହେବା ଉପରେ ରହିଛି । ଏହି ଖେଳାଳି ତାଲିକାରେ ରହିଛନ୍ତି 40 ବର୍ଷିୟ ଅମିତ ମିଶ୍ର । ସେ ଆଇପିଏଲରେ ୧୬୬ଟି ୱିକେଟ ନେଇଛନ୍ତି । ସେହିପରି ୩୪ ବର୍ଷୀୟ ପିୟୁଷ ଚାୱଲା, ତାଙ୍କ ଖାତାରେ ରହିଛି ୧୫୭ଟି ୱିକେଟ । ଏବଂ ମୋହିତ ଶର୍ମା ୯୨ଟି ୱିକେଟ ନେଇଥିବା ବେଳେ ଇଶାନ୍ତ ଶର୍ମା ୮୪ଟି ୱିକେଟ ନେଇଛନ୍ତି ।

ABOUT THE AUTHOR

...view details