ଓଡିଶା

odisha

ETV Bharat / sports

ଅବସର ଘୋଷଣା ବେଳେ ଭାବବିହ୍ବଳ AB de Villiers; କହିଲେ ମୁଁ ଅଧା ଭାରତୀୟ, ଅଧା ଦକ୍ଷିଣ ଆଫ୍ରିକୀୟ - AB de Villiers on IPL

ଅବସରକାଳୀନ ବାର୍ତ୍ତାରେ IPL ଟିମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ପରିବାର ଛାଡିବା ଅତ୍ୟନ୍ତ କଷ୍ଟଦାୟକ ଥିଲା କହିଛନ୍ତି ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ଏବି ଡି ଭିଲିୟର୍ସ । ଅଧିକ ପଢନ୍ତୁ

Im an RCBian forever, says AB de Villiers as he bids adieu to all forms of cricket
ଅବସର ଘୋଷଣା ବେଳେ ଭାବବିହ୍ବଳ ଡିଭିଲିୟର୍ସ, କହିଲେ ମୁଁ ଅଧା ଭାରତୀୟ, ଅଧା ଦକ୍ଷିଣ ଆଫ୍ରିକୀୟ

By

Published : Nov 19, 2021, 5:42 PM IST

ବେଙ୍ଗାଲୁରୁ:ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ବ୍ୟାଟର ଏବି ଡିଭିଲିୟର୍ସ ( AB de Villiers) କ୍ରିକେଟର ସମସ୍ତ ଫର୍ମାଟରୁ ଶୁକ୍ରବାର ଅବସର ଘୋଷଣା କରିଛନ୍ତି । ଅବସର କାଳୀନ ବାର୍ତ୍ତାରେ ଡି ଭିଲିୟର୍ସ କହିଛନ୍ତି ଏହି ନିଷ୍ପତ୍ତିରେ ପହଞ୍ଚିବା ପାଇଁ ବହୁତ ସମୟ ଲାଗିଥିଲା ।

ଏଥିସହ ଡି ଭିଲିୟର୍ସ ନିଜର IPL ଟିମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ପରିବାର ଛାଡିବା ଅତ୍ୟନ୍ତ କଷ୍ଟଦାୟକ ବୋଲି କହିଛନ୍ତି । ସମସ୍ତ ପ୍ରକାର ସହଯୋଗ ପାଇଁ ବିରାଟ କୋହଲି, ସାଥୀ ଖେଳାଳି, କୋଚ୍‌ ଓ ସପୋର୍ଟ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବି ।

"ଦୀର୍ଘ ବର୍ଷ ଧରି RCB ପକ୍ଷରୁ ଖେଳିଥିବାରୁ ଅନେକ ସ୍ମୃତି ରହିଛି । ୧୧ ବର୍ଷର ସଂପର୍କକୁ ଶେଷ କରିବା ନିଷ୍ପତ୍ତି ସହଜ ନଥିଲା । ତେବେ ପରିବାର ସହିତ ସମୟ ବିତାଇବାକୁ ନିଷ୍ପତ୍ତି କରିଛି ଓ ସନ୍ୟାସ ଘୋଷଣା କରୁଛି" କହିଛନ୍ତି ଡିଭିଲିୟର୍ସ ।

RCB ମ୍ୟାନେଜମେଣ୍ଟ, ମୋର ବନ୍ଧୁ ବିରାଟ କୋହଲି, ସାଥୀ ଖେଳାଳି, କୋଚ୍‌, ସପୋର୍ଟ ଷ୍ଟାଫ, ଫ୍ୟାନ୍ସ ଓ ସଂପୂର୍ଣ୍ଣ RCB ପରିବାର ଭରସା ଓ ସମର୍ଥନ କରିଥିବାରୁ ଧନ୍ୟବାଦ ଜଣାଇବାକୁ ଚାହେଁ । ସବୁଦିନ ପାଇଁ ହୃଦୟରେ RCBର ଏକ ସ୍ବତନ୍ତ୍ର ସ୍ଥାନ ରହିବ । ସବୁଦିନ ପାଇଁ RCBian ହୋଇରହିବି," କହିଛନ୍ତି ଡିଭିଲିୟର୍ସ ।

RCB ଚେୟାରମ୍ୟାନ ପ୍ରଥମେଶ ମିଶ୍ର, ଡିଭିଲିୟର୍ସଙ୍କ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଓ କହିଛନ୍ତି, "ଏବି ଡି ଭିଲିୟର୍ସ କ୍ରିକେଟର ଶ୍ରେଷ୍ଠ ଆମ୍ବାସଡରଙ୍କ ମଧ୍ୟରେ ଅନ୍ୟତମ । IPLରେ ସେ RCB ପକ୍ଷରୁ ଖେଳିଥିବାରୁ ଆମେ ଗର୍ବିତ । ଏବି ସବୁବେଳେ RCB ପରିବାରର ସଦସ୍ୟ ହୋଇରହିବେ ।"

ବର୍ଷ ୨୦୧୧ରେ ଦକ୍ଷିଣ ଆଫ୍ରିକୀୟ ଷ୍ଟାର ବ୍ୟାଟର ଡିଭିଲିୟର୍ସଙ୍କ RCB କ୍ୟାରିୟର ଆରମ୍ଭ ହୋଇଥିଲା । ୧୦ଟି ସଂସ୍କରଣ ଖେଳିଥିବାବେଳେ, ତାଙ୍କ ସମୟରେ ଟିମର ୫ଟି ପ୍ଲେଅଫ୍‌ ପ୍ରବେଶରେ ପ୍ରମୁଖ ଯୋଗଦାନ ରହିଛି ।

IPLରେ ଏବି ଡି ଭିଲିୟର୍ସ ୧୫୬ଟି ମ୍ୟାଚ୍‌ RCB ପାଇଁ ଖେଳିଛନ୍ତି ଓ ୪,୪୯୧ ରନ୍‌ ସଂଗ୍ରହ କରିଛନ୍ତି । ବିରାଟ କୋହଲିଙ୍କ ପରେ ଦ୍ବିତୀୟ ସର୍ବକାଳୀନ ସର୍ବାଧିକ ରନ୍‌ ସଂଗ୍ରହକାରୀ ଓ RCB ଇତିହାସରେ ତୃତୀୟ ସର୍ବାଧିକ ବ୍ୟକ୍ତିଗତ ରନ୍‌ ମଧ୍ୟ ତାଙ୍କ ନାମରେ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଅପରାଜିତ ୧୩୩ ରନ୍‌(୨୦୧୫) ଓ ଗୁରୁରାଜ ଲାୟନ୍ସ ବିପକ୍ଷରେ(୨୦୧୬) ଅପରାଜିତ ୧୨୯ ରନ୍‌ର ଇଂନିସ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details