ମୁମ୍ବାଇ:କ୍ରିକେଟ ମହାକୁମ୍ଭ ବିଶ୍ବକପ ୨୦୨୩ର ୧୭ତମ ଲିଗ୍ ମ୍ୟାଚ୍ ଜାରି ରହିଛି । ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ବାଂଲାଦେଶକୁ ଭେଟିଛି ଭାରତ । ମ୍ୟାଚ୍ ଆରମ୍ଭରୁ ଭାରତୀୟ ଟିମକୁ ଲାଗିଥିଲା ଝଟକା । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ । ସଦ୍ୟ ସୂଚନା ଅନୁସାରେ ତାଙ୍କ ଗୋଡ଼ର ସ୍କାନିଂ ପାଇଁ ତାଙ୍କୁ ହସ୍ପିଟାଲକୁ ନିଆଯାଇଛି । ତେବେ ଦ୍ବିତୀୟ ଇନିଂସରେ ସେ ବ୍ୟାଟିଂ କରିପାରିବେ ନାହିଁ ବୋଲି ଚର୍ଚ୍ଚା ହୋଇଛି ।
ଆଜି ମ୍ୟାଚ୍ର ପ୍ରଥମ ଇନିଂସରେ ନିଜର ପ୍ରଥମ ଓଭର ବୋଲିଂ କରୁଥିବା ସମୟରେ ବାମ ପାଦରେ ତାଙ୍କୁ ଆଘାତ ଲାଗିଥିଲା । ସେ ୩ଟି ବଲ୍ ପକାଇଥିବା ବେଳେ ବାକି ୩ଟି ବଲ୍ ବିରାଟ କୋହଲି ପକାଇ ଓଭରକୁ ସମ୍ପୂର୍ଣ୍ଣ କରିଥିଲେ ।
ହାର୍ଦ୍ଦିକ ୯ ନମ୍ବର ଓଭର୍ ବୋଲିଂ କରିଥିଲେ । ତେବେ ୩ ନମ୍ବର ବଲ୍ ପକାଇବା ପରେ ବାଂଲାଦେଶ ବ୍ୟାଟର୍ ଲିଟନ ଦାସ ଷ୍ଟ୍ରେଟ ଡ୍ରାଇଭ ମାରିଥିଲେ । ଏହି ସମୟରେ ହାର୍ଦ୍ଦିକ ନିଜ ଡାହାଣ ଗୋଡ଼ରେ ବଲ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଆହତ ହୋଇଛନ୍ତି । ତାଙ୍କ ବାମ ଗୋଡ଼ ମୋଡ଼ି ହୋଇଯିବାରୁ ଚାଲିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା । କିଛି ସମୟ ହାର୍ଦ୍ଦିକ ଗ୍ରାଉଣ୍ଡରେ ଚାଲିବା ଅଭ୍ୟାସ କରିଥିଲେ । ମାତ୍ର ବୋଲିଂ କରିବା ସମ୍ଭବ ନ ହେବା ପରେ ବାକି ୩ଟି ବଲ୍ ଫିଙ୍ଗିଥିଲେ ଭାରତୀୟ ବ୍ୟାଟର୍ ବିରାଟ କୋହଲି ।
ଏହା ବି ପଢନ୍ତୁ- World Cup 2023: ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ବାଂଲାଦେଶ