ଓଡିଶା

odisha

ETV Bharat / sports

Cricket World Cup 2023: ମ୍ୟାଚ୍‌ ପରେ ଫ୍ୟାନ୍ସଙ୍କ ହୃଦୟ ଜିତିଲେ କୋହଲି, ବାବରଙ୍କୁ ଗିଫ୍ଟ କଲେ ଜର୍ସି-ଅଟୋଗ୍ରାଫ୍‌ - ବିରାଟ କୋହଲି

ବିଶ୍ବକପ୍‌ ୨୦୨୩ର ବହୁ ପ୍ରତିକ୍ଷୀତ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ଭାରତ ଏକପାଖିଆ ବିଜୟ ହାସଲ କରିବା ପରେ ଫ୍ୟାନ୍ସଙ୍କ ହୃଦୟ ଜିତିଲେ କୋହଲି । ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ନିଜ ଜର୍ସି ଓ ଅଟୋଗ୍ରାଫ୍‌ ସହିତ କିଛି ଟିପ୍ସ ଦେଇଥିଲେ କୋହଲି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଅଧିକ ପଢ଼ନ୍ତୁ

ବାବରଙ୍କୁ ଜର୍ସି ଗିଫ୍ଟ ଦେଲେ କୋହଲି
ବାବରଙ୍କୁ ଜର୍ସି ଗିଫ୍ଟ ଦେଲେ କୋହଲି

By ETV Bharat Odisha Team

Published : Oct 15, 2023, 5:44 PM IST

ଅହମ୍ମଦାବାଦ: ଆଇସିସି ଦିନିକିଆ ବିଶ୍ବକପ୍‌ ୨୦୨୩ରେ ଶନିବାର ଖେଳାଯାଇଥିବା ହାଇପ୍ରୋଫାଇଲ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇ ବିଜୟଧାରା ଜାରି ରଖିଛି ଭାରତ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବାବର ଆଜମଙ୍କ ପାକିସ୍ତାନ କେବଳ ୧୯୧ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଭାରତୀୟ ବୋଲିଂ ଆଟାକ୍‌ର ସାମ୍ନା କରିବା ବାବର ବାହିନୀକୁ ଏତେ ସହଜ ହୋଇନଥିଲା । ଜବାବରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ୮୬ ରନ୍‌ର ବିସ୍ଫୋରକ ଇନିଂସ ବଳରେ ପାକିସ୍ତାନକୁ ବିଶ୍ବକପ୍‌ ଇତିହାସରେ ଅଷ୍ଟମ ଥର ପାଇଁ ପରାସ୍ତ କରିଥିଲା ଭାରତ । କିନ୍ତୁ ମ୍ୟାଚ୍‌ ପରେ ପାକିସ୍ତାନୀ ଅଧିନାୟକ ବାବର ଆଜମ କିଙ୍ଗ୍‌ କୋହଲିଙ୍କ ପ୍ରଶଂସକ ଭାବରେ ଦେଖିବାକୁ ମିଳିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ବିଳି ବିଳଉଛନ୍ତି ମିକି ଆର୍ଥର, କହିଲେ ଏହା ICC ନୁହେଁ BCCI ଇଭେଣ୍

ପ୍ରତି ମ୍ୟାଚ୍‌ ଭଳି ଗତକାଲି ମ୍ୟାଚ୍‌ ହାରିଯିବା ପରେ ବିରାଟ କୋହଲିଙ୍କ ନିକଟରୁ ବାବର କିଛି ଟିପ୍ସ ନେଉଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ବିରାଟଙ୍କ ଏକ ଜର୍ସିରେ ବିରାଟଙ୍କର ଅଟୋଗ୍ରାଫ୍‌ ନେଇଥିଲେ ବାବର । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି, ବାବର ଆଜମ ଏବଂ ବିରାଟ କୋହଲି ପଡ଼ିଆ ଭିତରେ ଏକାଠି ଛିଡ଼ା ହୋଇଛନ୍ତି । ଏହି ସମୟରେ କୋହଲି ବାବରଙ୍କୁ ନିଜ ଇଣ୍ଡିଆ ଜର୍ସିରେ ଏକ ଅଟୋଗ୍ରାଫ୍‌ ଦେଇଥିଲେ । ଏହି ଭିଡିଓରେ ପ୍ରଶଂସକଙ୍କ ଠାରୁ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳିଛି । କେହି କେହି ବିରାଟଙ୍କ ସହ ବାବରଙ୍କୁ ଏଥିପାଇଁ ପ୍ରଶଂସା କରିଥିବାବେଳେ ଅନେକ ବାବରଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ପାକିସ୍ତାନକୁ ମାତ ଦେଇ ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ଭାରତ

ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ସୋସିଆଲ ମିଡିଆ ୟୁଜର୍ସ ବହୁତ ସୁନ୍ଦର ପ୍ରତିକ୍ରିୟା ଦେଇ ଲେଖିଛନ୍ତି, "ବାବର ଏତେ ଭାଗ୍ୟବାନ କାହିଁକି ? ସେ କିଙ୍ଗ କୋହଲିଙ୍କୁ ଏତେ ପାଖରୁ ଦେଖୁଛନ୍ତି, ତାଙ୍କ ଜର୍ସି ନେଉଛନ୍ତି, ଏପରିକି ତାଙ୍କ ସହ ଖେଳୁଛନ୍ତି ।" ବାବରଙ୍କୁ ପ୍ରଶଂସା କରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, "ବାବର ବହୁତ ଭଦ୍ର । ସେ ବରିଷ୍ଠ କ୍ରିକେଟରଙ୍କୁ ସମ୍ମାନ କରନ୍ତି ।" ଏହି ମ୍ୟାଚ୍‌ରେ ପାକ୍‌ ଅଧିନାୟକ ବାବର ଆଜମ ଭାରତ ବିପକ୍ଷରେ ସର୍ବାଧିକ ରନ୍‌ ସ୍କୋର କରିଥିଲେ । ଏହି ମ୍ୟାଚ୍‌ରେ ସେ ୫୦ ରନ୍‌ର ଇନିଂସ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details