ଓଡିଶା

odisha

By ETV Bharat Odisha Team

Published : Oct 13, 2023, 9:05 PM IST

ETV Bharat / sports

Cricket World Cup 2023: ବିଶ୍ବକପ୍‌ ୨୦୧୧ରୁ ବାଦ୍‌ ପଡ଼ିଥିଲେ, ଏବେ ସଟ୍‌ ସିଲେକ୍ସନରେ ମାହିର୍‌ ଭାରତୀୟ ଅଧିନାୟକ

ବିଶ୍ବକପ୍‌ ୨୦୨୩ର ବହୁ ପ୍ରତିକ୍ଷୀତ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ଆସନ୍ତାକାଲି (ଶନିବାର) ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହା ପୂର୍ବରୁ ସମସ୍ତଙ୍କ ନଜର ଅଟକିଛି ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ । ଦିନେ ନିଜ ଖେଳକୁ ସମୟ ନଦେବାରୁ ୨୦୧୧ ବିଶ୍ବକପ୍‌ ଖେଳିବାରୁ ବଞ୍ଚିତ ହୋଇଥିଲେ । ଏବେ ସଟ୍‌ ସିଲେକ୍ସନରେ ମାହିର୍‌ ଭାରତୀୟ ଅଧିନାୟକ । ଅଧିକ ପଢ଼ନ୍ତୁ

ସଟ୍‌ ସିଲେକ୍ସନରେ ମାହିର୍‌ ଭାରତୀୟ ଅଧିନାୟକ
ସଟ୍‌ ସିଲେକ୍ସନରେ ମାହିର୍‌ ଭାରତୀୟ ଅଧିନାୟକ

ହାଇଦ୍ରାବାଦ: ବିଶ୍ବକପ୍‌ ୨୦୨୩ ମହାସମର ଜାରି ରହିଛି । ତେବେ ବିଶ୍ବକପ୍‌ କ୍ରିକେଟ୍‌ର ବହୁ ପ୍ରତିକ୍ଷୀତ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ଆସନ୍ତାକାଲି (ଶନିବାର) ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହା ପୂର୍ବରୁ ସମସ୍ତଙ୍କ ନଜର ରହିଛି ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ । ବିଶ୍ବ କ୍ରିକେଟ୍‌ର ଏହି ହିଟ୍‌ମ୍ୟାନ୍‌ ଏବେ ନିଜ କ୍ୟାରିୟରର ସବୁଠାରୁ ପ୍ରାଇମ୍‌ ଫର୍ମରେ ରହିଛନ୍ତି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ୧୩୧ ରନର ବିସ୍ଫୋରକ ପାଳି ଖେଳିଥିଲେ । ୧୦ ହଜାରରୁ ଅଧିକ ଦିନିକିଆ ରନ୍‌ କରିଥିବା ହିଟ୍‌ମ୍ୟାନ୍‌ ଏବେ ସଟ୍‌ ଚୟନରେ ବେଶ ଉନ୍ନତି ଆଣିଛନ୍ତି ।

ସେ ପୁଲ୍‌ ସଟ୍‌ ହେଉବା କଟ୍‌ ହେଉ, ଫ୍ଲିକ୍‌ ହେଉ ବା ଷ୍ଟ୍ରେଟ୍‌ ଡ୍ରାଇଭ୍‌ ହେଉ, ରୋହିତଙ୍କ ପାଖରେ ବର୍ତ୍ତମାନ ଅନେକଗୁଡ଼ିଏ ସଟ୍‌ ଅଛି, ଯାହାକୁ ସେ ବିପକ୍ଷ ଦଳକୁ ଆକ୍ରମଣ କରିବା ପାଇଁ ବ୍ୟବହାର କରୁଛନ୍ତି । ୨୦୦୭ ଟି୨୦ ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ତତ୍‌କାଳୀନ ଟିମ୍‌ ମ୍ୟାନେଜର ତଥା ପୂର୍ବତନ ଭାରତୀୟ କ୍ରିକେଟର ଲାଲଚାନ୍ଦ ରାଜପୁତ ରୋହିତ ଶର୍ମାଙ୍କୁ ଏନେଇ ବେଶ ପ୍ରଶଂସା କରିଛନ୍ତି । ଇଟିଭି ଭାରତ ସହ ବାର୍ତ୍ତାଳାପ ବେଳେ ସେ କହିଛନ୍ତି, "ଟି୨୦ ଫର୍ମାଟ୍‌ ଅନେକ ଖେଳାଳିଙ୍କୁ ସେମାନଙ୍କର ସଟ୍‌ ଚୟନରେ ଉନ୍ନତି ଆଣିବାରେ ସାହାଯ୍ୟ କରିଛି ଏବଂ ଖେଳାଳିମାନଙ୍କୁ ଅଧିକ ସକରାତ୍ମକ କରିଛି । ରୋହିତ ଶର୍ମାଙ୍କର ଦକ୍ଷତା ଥିଲା, ତାଙ୍କ ପାଖରେ ବହୁତ ସମୟ ଥିଲା ଏବଂ ସେ ତାଙ୍କ ସଟ୍‌ ଚୟନରେ ଉନ୍ନତି ଆଣିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଆଫଗାନିସ୍ତାନ ବିପକ୍ଷରେ ବିସ୍ଫୋରକ ଶତକ, ହିଟ୍‌ମ୍ୟାନଙ୍କ ଏକାଧିକ ରେକର୍ଡ

ସେ ଆହୁରି କହିଛନ୍ତି, "ରୋହିତଙ୍କର ସଟ୍‌ ଚୟନ ଦକ୍ଷତା ବେଶ ସ୍ଥିର । ସେଇଥିପାଇଁ ସେ ଦିନିକିଆ କ୍ରିକେଟ୍‌ରେ ତିନୋଟି ଦ୍ବିଶତକ, ଟେଷ୍ଟ କ୍ରିକେଟ୍‌ ଓ ଟି୨୦ କ୍ରିକେଟ୍‌ରେ ମଧ୍ୟ ଶତକ ହାସଲ କରିଛନ୍ତି । ସଟ୍‌ ଚୟନରେ ଉନ୍ନତି ଆଣିବା ପାଇଁ ପ୍ରୟାସ କରିବା ଜଣେ ବ୍ୟାଟର୍‌ ପାଇଁ ଗୁରୁତ୍ବପୂର୍ଣ୍ଣ, କାରଣ ତୁମକୁ ବହୁମୁଖୀ କ୍ରିକେଟର ହେବାକୁ ପଡିବ । କାରଣ ତୁମେ ସବୁବେଳେ ଗୋଟିଏ ସଟ୍‌ ଖେଳିପାରିବ ନାହିଁ, ତୁମକୁ ସବୁ ପ୍ରକାର ସଟ୍‌ ଖେଳିବାକୁ ପଡିବ । ଆଉ ଏସବୁକୁ ବହୁତ ଭଲ ଭାବରେ ଆୟତ୍ତ କରିପାରିଛନ୍ତି ରୋହିତ ।"

ସେପଟେ ରୋହିତ ଶର୍ମାଙ୍କ ପୂର୍ବତନ ପ୍ରଶିକ୍ଷକ ଦିନେଶ ଲାଡ୍‌ କହିଛନ୍ତି, "ରୋହିତ ଶର୍ମା କ୍ରିକେଟ୍‌ ପାଇଁ ବହୁତ ସମୟ ଦେଇଛନ୍ତି ତେଣୁ ତାଙ୍କର ଏହି ବିକାଶ ଘଟିଛି । ୨୦୦୯ରୁ ୨୦୧୧ ରୋହିତ ଶର୍ମାଙ୍କ ଖରାପ ସମୟ ଥିଲା, ସେ କ୍ରିକେଟ୍ ପାଇଁ ପର୍ଯ୍ୟାପ୍ତ ସମୟ ଦେଇନଥିଲେ । ତାଙ୍କୁ ବିଶ୍ବକପ୍‌ ଦଳରୁ ବାଦ ଦିଆଯିବା ତାଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । କିନ୍ତୁ ଏହାପରେ ଯେତେବେଳେ ମୁଁ ତାଙ୍କୁ ବୁଝାଇଲି, ସେ କ୍ରିକେଟ୍ ପାଇଁ ଅଧିକ ସମୟ ଦେବା ଆରମ୍ଭ କଲେ ଏବଂ ଏହାର ଫଳାଫଳ ଆଜି ସମସ୍ତେ ଦେଖୁଛନ୍ତି ।" ଦଳରେ ମଧ୍ୟକ୍ରମରେ ବା ଏହାପରେ ବ୍ୟାଟିଂ କରିବାକୁ ଆସୁଥିବା ରୋହିତ ଶର୍ମାଙ୍କୁ ୨୦୧୩ ଚମ୍ପିଆନ୍ସ ଟ୍ରଫି ସମୟରେ ଓପନିଂ କରିବାକୁ ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନୀ ପରାମର୍ଶ ଦେଇଥିଲେ । ଯାହା ରୋହିତଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିଥିଲା ବୋଲି ତାଙ୍କର କୋଚ୍‌ ଦିନେଶ ଲାଡ୍‌ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details