ଓଡିଶା

odisha

ETV Bharat / sports

Cricket World Cup 2023: ଦିନିକିଆରେ ୩୦୦ ଛକା, ବିରାଟ ରେକର୍ଡ ଭାଙ୍ଗିଲେ ରୋହିତ - Rohit Sharma Completes 300 ODI Sixes

ବିଶ୍ବକପ୍‌ ୨୦୨୩ରେ ପାକିସ୍ତାନ ବିପକ୍ଷ ବିଜୟ ସହ ଏକାଧିକ କୀର୍ତ୍ତିମାନ ରଚିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ଭାରତୀୟ ଅଧିନାୟକ ଭାବେ ପାକିସ୍ତାନ ବିପକ୍ଷରେ ଗୋଟିଏ ଇନିଂସରେ ସର୍ବାଧିକ ରନ ସଂଗ୍ରହ କରିବାରେ ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିବା ସହ ଅନ୍ତର୍ଜାତୀୟ ଦିନିକିଆରେ ୩୦୦ ଛକା ପୂରଣ କରିଛନ୍ତି । ଅଧିକ ପଢ଼ନ୍ତୁ

ଦିନିକିଆରେ ୩୦୦ ଛକା, ବିରାଟ ରେକର୍ଡ ଭାଙ୍ଗିଲେ ରୋହିତ
ଦିନିକିଆରେ ୩୦୦ ଛକା, ବିରାଟ ରେକର୍ଡ ଭାଙ୍ଗିଲେ ରୋହିତ

By ETV Bharat Odisha Team

Published : Oct 14, 2023, 10:15 PM IST

ଅହମ୍ମଦାବାଦ: ପାକିସ୍ତାନ ବିପକ୍ଷରେ ପୁଣି ଭାରତର ଦମଦାର ବିଜୟ । ବିଶ୍ବକପ୍‌ ୨୦୨୩ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ପାକିସ୍ତାନକୁ ୭ ୱିକେଟ୍‌ରେ ହରାଇ ପଏଣ୍ଟ୍ସ ଟେବୁଲରେ ଶୀର୍ଷକୁ ଉନ୍ନୀତ ହୋଇଛି ଟିମ୍‌ ଇଣ୍ଡଆ । ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୮୬ ରନର ବିସ୍ଫୋରକ ପାଳି ଖେଳିଥିଲେ । ଯଦିଓ ସେ ବିଶ୍ବକପ୍‌ରେ ନିଜର ୮ମ ଶତକରୁ ବଞ୍ଚିତ ହୋଇଛନ୍ତି, ହେଲେ ସେ ଏହି ମ୍ୟାଚ୍‌ରେ ଏକାଧିକ ରେକର୍ଡ ମଧ୍ୟ କରିଛନ୍ତି । ଭାରତୀୟ ଅଧିନାୟକ ଭାବେ ପାକିସ୍ତାନ ବିପକ୍ଷରେ ଗୋଟିଏ ପାଳିରେ ସର୍ବାଧିକ ରନ କରିବାରେ ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଏହା ସହିତ ଅନ୍ତର୍ଜାତୀୟ ଦିନିକିଆରେ ସେ ୩୦୦ ଛକା ପୂରଣ କରିଛନ୍ତି ।

ପାକିସ୍ତାନ ବିପକ୍ଷରେ ଧୂଆଁଧାର ପାଳି: ବିଶ୍ବକପ୍‌ ୨୦୨୩ରେ ପୁଣି ଇତିହାସକୁ ଦୋହରାଇଛି ଭାରତ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ବହୁ ପ୍ରତିକ୍ଷୀତ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ରେ ୭ ୱିକେଟ୍‌ରେ ଜିତି ମିଶନ ୮-୦ ସଫଳ କରିଛି ରୋହିତ ବାହିନୀ । ପ୍ରଥମେ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଘାତକ ଆକ୍ରମଣରେ ପାକିସ୍ତାନ କେବଳ ୧୯୧ ରନରେ ଅଲ୍‌ଆଉଟ୍‌ ହୋଇଥିଲା । ହେଲେ ଭାରତ କେବଳ ଓଭରରେ ୩ ୱିକେଟ୍‌ ହରାଇ ପୁଣିଥରେ ପାକିସ୍ତାନ ଉପରେ ବିଜୟଲାଭ କରିଛି । ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍‌ରେ ୮୬ ରନର ଧୂଆଁଧାର ପାଳି ଖେଳି ଭାରତ ବିଜୟର ମୁଖ୍ୟ କର୍ଣ୍ଣଧାର ସାଜିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ରୋହିତ-ଆୟରଙ୍କ ଦମଦାର ପାଳି, ୭ ୱିକେଟ୍‌ରେ ପାକ୍‌ ବିଜୟ କଲା ଭାରତ

ଅଧିନାୟକ ଭାବେ ପାକିସ୍ତାନ ବିପକ୍ଷରେ ସର୍ବାଧିକ ରନ: ୧୯୨ ରନର ପିଛା କରୁଥିବା ଭାରତ ପାଇଁ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମା ଆକ୍ରାମକ ସଟ୍‌ ଖେଳିଥିଲେ । ସେ ୬୩ ବଲରେ ୬ ଛକା ଓ ୬ ଚୌକା ବଳରେ ୮୬ ରନର ଇନିଂସ ଖେଳି ଆଉଟ୍‌ ହୋଇଥିଲେ । ତେବେ ସେ ଆଜି ଶତକ କରି ପାରିନଥିଲେ ମଧ୍ୟ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଏକ ରେକର୍ଡ ଭାଙ୍ଗି ଦେଇଛନ୍ତି । ୨୦୧୯ ମାଞ୍ଚେଷ୍ଟରରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌ରେ ରୋହିତ ୧୪୦ ରନର ପାଳି ଖେଳିଥିଲେ । ଏହି ମ୍ୟାଚ୍‌ରେ ଅଧିନାୟକ ଭାବେ ୭୭ ରନ କରିଥିଲେ ବିରାଟ କୋହଲି । ଏହା ପାକିସ୍ତାନ ବିପକ୍ଷରେ କୌଣସି ଭାରତୀୟ ଅଧିନାୟକଙ୍କ ସର୍ବାଧିକ ସ୍କୋର ଥିଲା । ହେଲେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୋହିତ ଅଧିନାୟକ ଭାବେ ପାକିସ୍ତାନ ବିପକ୍ଷରେ ୮୬ ରନ କରି କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି । ୧୯୯୯ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ୫୯ ରନର ପାଳି ଖେଳି ଏହି ତାଲିକାର ତୃତୀୟରେ ମହମ୍ମଦ ଆଝାରୁଦ୍ଦିନ ରହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...'45 Special': ଗେଲ୍‌ଙ୍କ ରେକର୍ଡ ଭାଙ୍ଗିଲେ ରୋହିତ, ହିଟମ୍ୟାନଙ୍କ ପାଇଁ ଗେଲ୍‌ଙ୍କ ସ୍ବତନ୍ତ୍ର ପୋଷ୍

ଦିନିକିଆରେ ୩୦୦ ଛକା ରେକର୍ଡ: ଦିନିକିଆ କ୍ରିକେଟ୍‌ରେ ୩୦୦ ଛକା ମାରିବାର କୀର୍ତ୍ତିମାନ ରଚିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ରୋହିତ ଏଭଳି କରି ଦିନିକିଆରେ ୩୦୦ରୁ ଅଧିକ ଛକା ମାରିଥିବା କିମ୍ବଦନ୍ତୀ ବ୍ୟାଟରଙ୍କ ତାଲିକାରେ ସାମିଲ୍ ହୋଇଛନ୍ତି । ଦିନିକିଆରେ ଫାର୍ମାଟ୍‌ରେ କେବଳ କ୍ରିସ୍ ଗେଲ ଓ ପାକିସ୍ତାନର ଶାହିଦ ଆଫ୍ରିଦି ପୂର୍ବରୁ ୩୦୦ ଛକା ପୂରଣ କରିଥିଲେ । ଏବେ ରୋହିତ ଶର୍ମା ଏହି ତାଲିକାରେ ସାମିଲ୍ ହୋଇଛନ୍ତି । ଏହି ୩ ଜଣଙ୍କୁ ଛାଡ଼ିଦେଲେ ଏପର୍ଯ୍ୟନ୍ତ ଅନ୍ୟ କୌଣସି ବ୍ୟାଟର ୩୦୦ଟି ଛକା ମାରିବାର ରେକର୍ଡ କରିନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details