ଓଡିଶା

odisha

ETV Bharat / sports

Cricket World Cup 2023: ବୁମ୍‌ରାଙ୍କୁ ୪ ୱିକେଟ୍‌ ସଫଳତା, ଆଫଗାନିସ୍ତାନ ୨୭୨/୮ - ଭାରତ ଆଗରେ ବିଜୟ ପାଇଁ ୨୭୩ ରନର ଲକ୍ଷ୍ୟ

ବିଶ୍ବକପ୍‌ ୨୦୨୩ରେ ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦିଲ୍ଲୀରେ ଅରୁଣ ଜେଟଲୀ ଷ୍ଟାଡିୟମରେ ମୁକାବିଲା ଖେଳାଯାଉଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଭାରତୀୟ ବୋଲିଂ ବିଭାଗକୁ ବେଶ ଟକ୍କର ଦେଇଥିଲା ଆଫଗାନିସ୍ତାନ । ଅଧିନାୟକ ହସମତୁଲ୍ଲା ଶାହିଦିଙ୍କ ୮୦ ରନର ଦମଦାର ପାଳି ବଳରେ ଦଳ ୨୭୨ ରନରେ ଅଟକିଛି । ଭାରତ ଆଗରେ ବିଜୟ ପାଇଁ ୨୭୩ ରନର ଲକ୍ଷ୍ୟ । ଅଧିକ ପଢ଼ନ୍ତୁ

ବୁମ୍‌ରାଙ୍କୁ ୪ ୱିକେଟ୍‌ ସଫଳତା, ଆଫଗାନିସ୍ତାନ ୨୭୨/୮
ବୁମ୍‌ରାଙ୍କୁ ୪ ୱିକେଟ୍‌ ସଫଳତା, ଆଫଗାନିସ୍ତାନ ୨୭୨/୮

By ETV Bharat Odisha Team

Published : Oct 11, 2023, 6:08 PM IST

Updated : Oct 11, 2023, 6:24 PM IST

ନୂଆଦିଲ୍ଲୀ: ବିଶ୍ବକପ୍‌ ୨୦୨୩ରେ ଭାରତ ଏହାର ଦ୍ବିତୀୟ ମ୍ୟାଚ୍‌ ଖେଳୁଛି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଖେଳୁଛି ଟିମ୍‌ ଇଣ୍ଡିଆ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଆଜି ଭାରତୀୟ ବୋଲିଂ ବିଭାଗକୁ ବେଶ ଚ୍ୟାଲେଞ୍ଜ କରିଥିଲା । ତେବେ ସ୍ପିଡ୍‌ଷ୍ଟାର ଯଶପ୍ରୀତ ବୁମ୍‌ରା ଆଜି ୪ ୱିକେଟ୍‌ ସଫଳତା ପାଇଥିଲେ । ସେପଟେ ଅଧିନାୟକ ହସମତୁଲ୍ଲା ଶାହିଦିଙ୍କ ୮୦ ରନର ଦମଦାର ପାଳି ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ ହରାଇ ଆଫଗାନିସ୍ତାନ ୨୭୨ ରନ ସଂଗ୍ରହ କରିଛି । କ୍ରମାଗତ ଦ୍ବିତୀୟ ବିଜୟ ସହ ବିଶ୍ବକପ୍‌ ୨୦୨୩ରେ ନିଜର ବିଜୟଧାରା ଜାରି ରଖିବା ପାଇଁ ଭାରତକୁ ୨୭୩ ରନ୍‌ର ଆବଶ୍ୟକ ରହିଛି ।

ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଆଫଗାନିସ୍ତାନ ଅଧିନାୟକ ହସମତୁଲ୍ଲା ଶାହିଦି । ଦଳକୁ ଭଲ ଆରମ୍ଭ ମଧ୍ୟ ଦେଇଥିଲେ ଦୁଇ ଓପନର ରାମାନୁଲ୍ଲା ଗୁର୍‌ବାଜ ଓ ଇବ୍ରାହିମ୍‌ ଜଦ୍ରନ । ହେଲେ ଜଦ୍ରନ ୨୨ ରନ କରି ଯଶପ୍ରୀତ ବୁମ୍‌ରାଙ୍କ ପ୍ରଥମ ଶିକାର ପାଲଟିଥିଲେ । ଏହାପରେ ଦଳୀୟ ସ୍କୋର ୬୩ ହୋଇଥିବାବେଳେ ଅନ୍ୟତମ ଓପନର ଗୁର୍‌ବାଜ (୨୧) ମଧ୍ୟ ଆଉଟ୍‌ ହୋଇଥିଲେ । ଏହାପର ଓଭରରେ ତୁରନ୍ତ ରେହମତ ଶାହଙ୍କୁ ପାଭିଲୟନ ଫେରାଇ ଦେଇଥିଲେ ଶାର୍ଦ୍ଦୁଲ ଠାକୁର ।

ତେବେ ଅଧିନାୟକ ହସମତୁଲ୍ଲା ଶାହିଦି ଓ ଆଜମତୁଲ୍ଲା ଓମରଜାଇ ପରିସ୍ଥିତିକୁ ସମ୍ଭାଳିଥିଲେ । ଉଭୟ ବୁଝି ବିଚାରି ଭାରତୀୟ ବୋଲରଙ୍କୁ ପ୍ରହାର କରିଥିଲେ । ଉଭୟଙ୍କ ଭାଗିଦାରୀ ଦଳକୁ ମଜଭୁତ ସ୍ଥିତିକୁ ନେଇଥିଲା । ଏହାପରେ ୬୯ ବଲରୁ ୬୨ ରନ କରିଥିବା ଓମରଜାଇଙ୍କୁ କ୍ଲିନ୍‌ ବୋଲ୍ଡ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଅଧିନାୟକ ହସମତୁଲ୍ଲା ଦଳ ପାଇଁ ସର୍ବାଧିକ ୮୦ ରନର ଗୁରୁତ୍ବପୂର୍ଣ୍ଣ ପାଳି ଖେଳି ଆଉଟ୍‌ ହୋଇଥିଲେ । ଯଦିଓ ଅନ୍ୟ କୌଣସି ବ୍ୟାଟର ୨୦ ରନ ସ୍ପର୍ଶ କରିବାରେ ସକ୍ଷମ ହୋଇନାହାନ୍ତି, ହେଲେ ଦଳ ୨୭୨ ରନ କରି ଏକ ଲଢ଼ୁଆ ସ୍ଥିତିରେ ପହଞ୍ଚିଛି ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଟସ୍ ଜିତି ଆଫଗାନିସ୍ତାନର ବ୍ୟାଟିଂ ନିଷ୍ପତ୍ତି, ଆଜିର ଟିମ୍‌ରେ ଅଶ୍ବିନୀଙ୍କ ସ୍ଥାନରେ ସାର୍ଦୁଲ

ଭାରତ ପକ୍ଷରୁ ଯଶପ୍ରୀତ ବୁମ୍‌ରା ଚିରାଚରିତ ଭାବେ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଇତିଲେ । ସେ ୧୦ ଓଭରରୁ ୩୯ ରନ ବ୍ୟୟରେ ୪ ୱିକେଟ୍‌ ଅକ୍ତିଆର କରିଥିଲେ । ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ପାଇଁ ୨ଟି ବହୁମୂଲ୍ୟ ୱିକେଟ୍‌ ହାସଲ କରିଥିଲେ । ସେହିଭଳି ଶାର୍ଦ୍ଦୁଲ ଠାକୁର ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ । ଦଳର ଷ୍ଟାର ବୋଲର ମହମ୍ମଦ ସିରାଜ ଯଦିଓ ଦଳକୁ କୌଣସି ସଫଳତା ଦେଇନାହାନ୍ତି, ଦଳ ପାଇଁ ବେଶ ମହଙ୍ଗା ମଧ୍ୟ ସାବ୍ୟସ୍ତ ହୋଇଥିଲେ । ସେ ୯ ଓଭରରେ ସର୍ବାଧିକ ୭୬ ରନ ବ୍ୟୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 11, 2023, 6:24 PM IST

ABOUT THE AUTHOR

...view details