କୋଲକାତା:ଚଳିତ ଆଇସିସି କ୍ରିକେଟ ବିଶ୍ବକପରେ ଭାରତ ଏଯାବତ ଏକମାତ୍ର ଦଳ ଭାବେ ଅପରାଜେୟ ସାବ୍ୟସ୍ତ ହୋଇଛି । ମୋଟ 5ଟି ଯାକ ମ୍ୟାଚ୍ ଖେଳି ବିଜୟ ହାସଲ କରି 10 ପଏଣ୍ଟ ସହ ଟେବୁଲର ଦ୍ବିତୀୟ ସ୍ଥାନରେ ରହିଛି ରୋହିତ ସେନା । ଆଜି ଇଂଲଣ୍ଡ ବିପକ୍ଷରେ ବିଶ୍ବକପର ଷଷ୍ଠ ମ୍ୟାଚ୍ ଖେଳିବ ଭାରତ । ଏହା ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ତଥା ବିସିସିଆଇ ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଭାରତ ପାଇଁ ବଡ ଚ୍ୟାଲେଞ୍ଜ ହେବେ । ଇଡେନ ଗାର୍ଡେନରେ ବାଂଲେଦଶ ଓ ନେଦରଲାଣ୍ଡ ମ୍ୟାଚ୍ ଦେଖିବାକୁ ଆସିଥିବାବେଳେ ଏହି ପ୍ରତିକ୍ରିୟା ଦେଇଛନ୍ତି ସୌରଭ ଗାଙ୍ଗୁଲି ।
ସୌରଭ ଗାଙ୍ଗୁଲି କହିଛନ୍ତି, "ନକ୍ ଆଉଟ ଯାଏଁ ଭାରତ ପାଇଁ ବଡ ଚ୍ୟାଲେଞ୍ଜ ହେବେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା । ଦୁଇ ଦଳ ପ୍ରତ୍ୟାବର୍ତ୍ତନ ସହ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି । ଅଷ୍ଟ୍ରେଲିଆ ପ୍ରଥମ 2ଟି ମ୍ୟାଚ୍ ହାରିବା ପରେ ବାକି 4ଟି ମ୍ୟାଚ୍ ଜିତିଛି । ସେହିପରି ନେଦରଲାଣ୍ଡ ବିପକ୍ଷ ମ୍ୟାଚକୁ ଛାଡ଼ି ଦେଲେ ଅନ୍ୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଭଲ ପ୍ରଦର୍ଶନ କରିଛି । ଉଭୟ ଦଳ ଭାରତ ପଥରେ ବାଧକ ସାଜି ପାରନ୍ତି । ଘରୋଇ ଦଳର ପ୍ରଦର୍ଶନ ଭଲ ରହିଛି । ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ସମସ୍ୟା ଥିଲେ ବି ସନ୍ତୁଳିତ ଦଳ ରହିଛି । ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ତଥାପି ଭଲ ଭାରତୀୟ ଦଳ ରହିଛି । ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ କିଛି ସମସ୍ୟା ନାହିଁ ।"
ଏହା ବି ପଢନ୍ତୁ...Cricket World Cup 2023: ୬ଷ୍ଠ ବୋଲିଂ ଅପସନ୍ ହୋଇପାରିବେ କୋହଲି-ରୋହିତ