ନୂଆଦିଲ୍ଲୀ:ଆଇସିସି କ୍ରିକେଟ ବିଶ୍ବକପ 2023ର 38ତମ ଲିଗ ମ୍ୟାଚରେ ଯାହା ଘଟିଲା ତାହା କ୍ରିକେଟ ଇତିହାସରେ କେବେ ଘଟିନାହିଁ । ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କାର ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ପ୍ରଥମ ଖେଳାଳି ଭାବେ ଟାଇମଡ ଆଉଟ ହୋଇଥିଲେ । ମାଥ୍ୟୁସ ତାଙ୍କ ହେଲମେଟ ସମସ୍ୟା ନେଇ ସାକିବ ଓ ଅମ୍ପାୟାରଙ୍କୁ କହିଥିଲା ମାତ୍ର ତାଙ୍କ କଥା କେହି ଶୁଣି ନଥିଲେ ତାଙ୍କୁ ଆଉଟ ଘୋଷଣା କରାଯାଇଥିଲା । ଏହାକୁ ନେଇ ମାଥ୍ୟୁସ ଓ ବାଂଲାଦେଶ ଅଧିନାୟକ ମାଥ୍ୟୁସଙ୍କ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଛି । ମାଥ୍ୟୁସ ବାଂଲାଦେଶ ସାକିବଙ୍କ ଉପରେ ବର୍ଷିଛନ୍ତି । ବାଂଲାଦେଶ ଓ ସାକିବଙ୍କର ହିତାହିତ ଜ୍ଞାନ ନଥିବା କହିଛନ୍ତି ମାଥ୍ୟୁସ । ସେହିପରି ଖେଳୁଆଡ ମନୋଭାବ ପାଇଁ ନିୟମରେ ପରିବର୍ତ୍ତନ ହେଉ ବୋଲି କହିଛନ୍ତି ସାକିବ ।
ସାକିବ ଓ ବାଂଲାଦେଶର ହିତାହିତ ଜ୍ଞାନ ନାହିଁ: ଟାଇମଡ ଆଉଟ ହୋଇଥିବା ମାଥ୍ୟୁସ ବାଂଲାଦେଶ ଓ ସାକିବଙ୍କ ଉପରେ କ୍ଷୋଭ ଝାଡିଛନ୍ତି । ସେ କୌଣସି ଭୁଲ କରିନଥିବା କହିଛନ୍ତି । କ୍ରିଜରେ ପହଞ୍ଚିବାକୁ ମୋ ପାଖରେ 2ମିନିଟ ସମୟ ଥିଲା ପ୍ରସ୍ତୁତ ହୋଇସାରିଥିଲି । ହେଲମେଟ ଫିତା ଛିଣ୍ଡିଯିବାରୁ ତାହା ବଦଳାଇବା ପାଇଁ ଡ୍ରେସିଂ ରୁମକୁ ଜାଣାଇଥିଲି । ସାକିବ ଓ ବାଂଲାଦେଶ ଖେଳାଳିଙ୍କର ହିତାହିତ ଜ୍ଞାନ ନାହିଁ । ଯଦି ତୁମେ ଏତେ ତଳସ୍ତରକୁ ଯାଇ କ୍ରିକେଟ ଖେଳିବାକୁ ଚାହୁଁଛ ତେବେ ସେଠାରେ ବଡ ଧରଣର ତ୍ରୁଟି ରହିଛି । ମୋ ପାଖରେ ଆହୁରି 5 ସେକେଣ୍ଡ ସମୟ ଥିଲା ତାହାର ଭିଡିଓ ପ୍ରମାଣ ରହିଛି ।" ସାକିବଙ୍କୁ ଆଉଟ କରିବା ପରେ ମାଥ୍ୟୁସ ହାତରେ ଟାଇମ ଦେଖାଇ ମଧ୍ୟ ଇସାରା କରିଥିଲେ । ପୂର୍ବରୁସାକିବଅଲ୍ ହାସନଙ୍କ ଏପରି ନିଷ୍ପତିକୁ ଲଜ୍ଜା ଲାଗିବା କଥା ବୋଲି କହିଥିଲେ ମାଥ୍ୟୁସ ।
ଏହା ବି ପଢନ୍ତୁ...Cricket World Cup 2023: କେମିତି ଆଉଟ୍ ହେଲେ ମାଥ୍ୟୁସ୍ ? ଜାଣନ୍ତୁ କଣ Timed Out