ଭୁବନେଶ୍ୱର:ଚଳିତ କ୍ରିକେଟ ବିଶ୍ୱକପରେ ଭାରତୀୟ ଦଳର ଦେଖିବାକୁ ମିଳିଛି ଦମଦାର ପ୍ରର୍ଦଶନ । ଏହା ସହ ଟ୍ରଫି ହାସଲ କରିବା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ । ଏନେଇ କ'ଣ କହୁଛନ୍ତି କ୍ରିଡା ସମୀକ୍ଷକ ଚାଲନ୍ତୁ ଜାଣିବା । ଗୁରୁବାର ଖେଳାଯିବ ବିଶ୍ୱକପ କ୍ରିକେଟର ଆଉ ଏକ ଚମତ୍କାର ମ୍ୟାଚ । ଭାରତ ବନାମ ଶ୍ରୀଲଙ୍କା । ଏ ପର୍ଯ୍ୟନ୍ତ ଖେଳାଯାଇଥିବା ସମସ୍ତ ମ୍ୟାଚ ଜିତିସାରିଛି ଭାରତ । ଭାରତୀୟ ଖେଳାଳି ତଥା ରୋହିତ ବାହିନୀ ସଦସ୍ୟଙ୍କ ମନବଳ ଦୃଢ ରହିଛି । ଏହି ମ୍ୟାଚରେ ବିଜୟ ହେଲେ ସେମିଫାଇନାଲ ପାଇଁ ଖେଳିବା ସୁନିଶ୍ଚିତ ହେବ ଭାରତ ।
କ୍ରିଡା ସମୀକ୍ଷକ ସୁରେଶ ସ୍ୱାଇଁ କହିଛନ୍ତି, "ଏହି ମ୍ୟାଚ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ । ଭାରତ ଏହି ମ୍ୟାଚକୁ ହାଲକା ଭାବେ ଗ୍ରହଣ କରିବା କଥା ନୁହେଁ । ସମସ୍ତ ଖେଳାଳି ନିଜର ବେଷ୍ଟ ଦେବା ଟିମ ପାଇଁ ଶୁଭଙ୍କର ହେବ । କାରଣ ଏହି ମ୍ୟାଚରେ ଭାରତ ଜିତିଲେ ସେମିଫାଇନାଲ ଖେଳିବା ସୁନିଶ୍ଚିତ ହୋଇଯିବ । ତେଣୁ ଭାରତକୁ ଏହି ମ୍ୟାଚ ଜିତିବା ଆବଶ୍ୟକ ।ଭାରତୀୟ ଦଳ ପାଇଁ ଦୁର୍ବଳ ମୁହୂର୍ତ୍ତ ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ବିଗତ 2ଟି ମ୍ୟାଚରେ ସେ ଖେଳି ନାହାନ୍ତି । ଆଘାତ କାରଣରୁ ହାର୍ଦ୍ଦିକ ଟିମରେ ସାମିଲ ହୋଇପାରିନାହାନ୍ତି ।"
ଏହା ମଧ୍ୟ ପଢନ୍ତୁ....Cricket World Cup 2023: ନ୍ୟୁଜିଲାଣ୍ଡକୁ 358ରନ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା, ଡିକକ-ଡୁସେନଙ୍କ ଦମଦାର ଶତକ