ଓଡିଶା

odisha

ETV Bharat / sports

ICC World Cup 2023: ଆଜିଠୁ ଟିକେଟ୍ ବିକ୍ରି, ଭାରତ ମ୍ୟାଚର 3ଟି ଭେନ୍ୟୁ ପାଇଁ ମିଳିବ ଟିକେଟ୍ - ବିଶ୍ବକପ ଟିକେଟ ବିକ୍ରି

ଆଇସିସି ଦିନିକିଆ ବିଶ୍ବକପ କ୍ରିକେଟ ପାଇଁ ଆଜିଠୁ ଟିକେଟ୍ ବିକ୍ରି ଆରମ୍ଭ ହେବ । ଭାରତ ମ୍ୟାଚର 3ଟି ଭେନ୍ୟୁ ପାଇଁ ଆଜି ଟିକେଟ କିଣିପାରିବେ କ୍ରିକେଟପ୍ରେମୀ । ଅଧିକ ପଢନ୍ତୁ

ICC World Cup 2023
ଆଜିଠୁ ଟିକେଟ୍ ବିକ୍ରି

By ETV Bharat Odisha Team

Published : Aug 31, 2023, 8:53 AM IST

ନୂଆଦିଲ୍ଲୀ: ଆଇସିସି କ୍ରିକେଟ ବିଶ୍ବକପ ପାଇଁ ସମୟ ପାଖଉଛି । ଅକ୍ଟୋବର 5 ତାରିଖରୁ ଆଇସିସି ଦିନିକିଆ ବିଶ୍ବକପ ଆରମ୍ଭ ହେବ । ଏ ନେଇ ଆଜିଠୁ ଟିକେଟ ବିକ୍ରି ଆରମ୍ଭ ହେବ । ଭାରତର 3ଟି ଭେନ୍ୟୁରେ ହେବାକୁ ଥିବା ମ୍ୟାଚ ପାଇଁ ଆଜି ଟିକେଟ ବିକ୍ରି ହେବ । ଚେନ୍ନାଇ, ଦିଲ୍ଲୀ ଓ ପୁଣେରେ ହେବାକୁ ଥିବା ଭାରତର ମ୍ୟାଚ ପାଇଁ ଟିକେଟ କିଣିପାରିବେ କ୍ରିକେଟପ୍ରେମୀ । 3 ମ୍ୟାଚର ଅନଲାଇନରେ ଟିକେଟ୍ ବିକ୍ରି ନେଇ ଆଇସିସି ପକ୍ଷରୁ ସୂଚନା ମିଳିଛି । ଆଇସିସିର ଅଫିସିଆଲ ୱେବସାଇଟ ଟିକେଟ୍ସ.କ୍ରିକେଟୱାର୍ଲ୍ଡକପ.କମରେ ଟିକେଟ ରାତି 8ଟାରୁ ଉପଲବ୍ଧ ହେବ ।

ସେପ୍ଟେମ୍ବର 1, 2, ଓ 3ତାରିଖରେ ଭାରତ ଅନ୍ୟ ମ୍ୟାଚର ଟିକେଟ ମିଳିବ । ସେପ୍ଟେମ୍ବର 15 ତାରିଖରେ ସେମି ଫାଇନାଲ ଓ ଫାଇନାଲ ପାଇଁ ଟିକେଟ ବିକ୍ରି ହେବ । ଅକ୍ଟୋବର 5ରୁ ବିଶ୍ବକପ ଆରମ୍ଭ ହୋଇ ନଭେମ୍ବର 19 ତାରିଖରେ ଶେଷ ହେବ । ଆଜି ଭାରତର 3ଟି ଭେନ୍ୟୁରେ ହେବାକୁ ଥିବା ମ୍ୟାଚର ଟିକେଟ ବିକ୍ରି ହେବ । ଚେନ୍ନାଇରେ ଅକ୍ଟୋବର 8 ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ । ଅକ୍ଟୋବର 11 ତାରିଖରେ ଦିଲ୍ଲୀରେ ଆଫଗାନିସ୍ତାନ ବିପକ୍ଷରେ ଓ 19 ତାରିଖରେ ପୁଣେରେ ବାଂଲାଦେଶ ବିପକ୍ଷରେ ଖେଳିବ ।

ଏହା ବି ପଢନ୍ତୁ...ICC World Cup 2023: ଅକ୍ଟୋବର 5ରୁ ଆରମ୍ଭ ହେବ ବିଶ୍ବକପ, 14ରେ ଭାରତ-ପାକ୍ ଫାଇଟ୍

ଏହା ବି ପଢନ୍ତୁ...World Cup 2023: ସେପ୍ଟେମ୍ବର 29ରୁ ୱାର୍ମ ଅଫ ମ୍ୟାଚ, ଇଂଲଣ୍ଡ-ନେଦରଲାଣ୍ଡସ ବିପକ୍ଷରେ ଖେଳିବ ଭାରତ

ପ୍ରକାଶ ଥାଉ କି, ଅକ୍ଟୋବର 5ରୁ ନଭେମ୍ବର 19 ତାରିଖ ଯାଏ ଭାରତରେ ଆଇସିସି ପୁରୁଷ ଦିନିକିଆ ବିଶ୍ବକପ ଖେଳାଯିବ । ମୋଟ 10ଟି ଦଳକୁ ନେଇ 10ଟି ଭେନ୍ୟୁରେ ବିଶ୍ବକପ ମ୍ୟାଚ ଖେଳାଯିବ । ସମସ୍ତ 10ଟି ଭେନ୍ୟୁ ଗୁଡିକ ହେଲା ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା । ଅକ୍ଟୋବର 14 ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମ୍ୟାଚ୍‌ ରହିଛି । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ ।

ଆୟୋଜକ ଭାରତ ଅକ୍ଟୋବର 8 ତାରିଖରେ 5 ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ । ନଭେମ୍ବର 19 ତାରିଖରେ ଫାଇନାଲ ଖେଳାଯିବ । ବିଶ୍ବକପ ଆରମ୍ଭ ପୂର୍ବରୁ ସେପ୍ଟେମ୍ବର 29ରୁ ୱାର୍ମଅଫ ମ୍ୟାଚ ଖେଳାଯିବ । ଭାରତ ଇଂଲଣ୍ଡ ଓ ନେଦରଲାଣ୍ଡସ ବିପକ୍ଷରେ ଖେଳିବ ।

ABOUT THE AUTHOR

...view details