ଓଡିଶା

odisha

ETV Bharat / sports

ICC Womens T20 World Cup: ଆଜି ଇଣ୍ଡିଆ-ଇଣ୍ଡିଜ ମୁକାବିଲା

ଆସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବେ । ବିଜୟଧାରା ବଜାୟ ଲକ୍ଷ୍ୟରେ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ

ଭାରତ ୱେଷ୍ଟଇଣ୍ଡିଜ ମୁକାବିଲା
ICC Womens T20 World Cup

By

Published : Feb 15, 2023, 8:41 AM IST

କେପଟାଉନ: ସାଉଥ ଆଫ୍ରିକାର କେପଟାଉନରେ ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପ ଜାରି ରହିଛି । ଟି-ଟ୍ବେଣ୍ଟି ବିଶ୍ବକପ ଅଷ୍ଟମ ସଂସ୍କରଣର ପଞ୍ଚମ ଦିନରେ ଆଜି ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ମୁକାବିଲା ହେବ । ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚରେ ବିଜୟ ହାସଲ କରି ଦୃଢ ମନୋବଳରେ ରହିଛି ଭାରତୀୟ ଦଳ । ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଦ୍ବିତୀୟ ମୁକାବିଲା ଜିତି ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ । ସେହପରି ୱେଷ୍ଟ-ଇଣ୍ଡିଜ ଇଂଲଣ୍ଡ ବିପକ୍ଷରେ ତାର ପ୍ରଥମ ମୁକାବିଲା ଖେଳି ପରାସ୍ତ ହୋଇଥିଲା । ଦ୍ବିତୀୟ ମୁକାବିଲା ଜିତି ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ରହିଛି ୱେଷ୍ଟ-ଇଣ୍ଡିଜ ଦଳ । ସନ୍ଧ୍ୟା 6ଟା 30ରେ ଆରମ୍ଭ ହେବ ମ୍ୟାଚ ।

ଭାରତ ତାର ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ପରାସ୍ତ କରିଥିଲା । ଭାରତୀୟ ବ୍ୟାଟରଙ୍କ ବଳରେ ବିଜୟ ହାସଲ କରିଥିଲା । 6 ୱିକେଟରେ ପାକିସ୍ତାନକୁ ହରାଇଥିଲା ଭାରତ । 150ରନ ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ଟିମ୍‌ ଇଣ୍ଡଆର ଜେମିମା ରୋଡ୍ରିଗ୍ସ ଦମଦାର ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଆଜିର ମୁକାବିଲାରେ ଜେମିମାଙ୍କ ପାଖରୁ ସମାନ ପ୍ରଦର୍ଶନ ଆଶା କରୁଛନ୍ତି ଫ୍ୟାନ୍ସ । ରିଚା ଘୋଷ ମଧ୍ୟ ପ୍ରଥମ ମୁକାବିଲାରେ ଭଲ ପ୍ରଦର୍ଶନ କରିଥିଲେ । ଇଣ୍ଡିଜ୍‌ ବିପକ୍ଷରେ ଭାରତର ବୋଲିଂ ବିଭାଗକୁ ସୃଦୁଢ କରିବାକୁ ହେବ । ମୋଟାମୋଟି ଭାବେ କହିବାକୁ ଗଲେ ଉଭୟ ବୋଲିଂ ଓ ବ୍ୟାଟିଂ ଉପରେ ଭାରତୀୟ ଦଳ ଫୋକସ କଲେ ବିଜୟ ସହଜ ହେବ । ନିକଟରେ ସଦ୍ୟ ସମାପ୍ତ ମହିଳା ଟ୍ରାଇ ସିରିଜରେ ୱେଷ୍ଟ୍‌-ଇଣ୍ଡିଜକୁ ଦୁଇ ଥର ପରାସ୍ତ କରିଥିଲା ଭାରତ । ବିଶ୍ବକପରେ ୱେଷ୍ଟ-ଇଣ୍ଡିଜ ଉପରେ ଭାରତର ପଲ୍ଲା ଭାରି ରହିଛି ।

ଆଙ୍ଗୁଠିରେ ଆହତ ଯୋଗୁଁ ପାକିସ୍ତାନ ବିପକ୍ଷ ପ୍ରଥମ ମୁକାବିଲା ଖେଳି ନଥିଲେ ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନା । ଭାରତୀୟ ଦଳର ଉପଅଧିନାୟିକା ସ୍ମୃତି ମାନ୍ଧନା ଆଜିର ମ୍ୟାଚ୍‌ରେ ଖେଳିବା ନେଇ ସମ୍ଭାବନା ରହିଛି । ଭାରତ ତାର ପରବର୍ତ୍ତୀ ମ୍ୟାଚରେ 18 ତାରିଖରେ ଇଂଲଣ୍ଡ ଓ 20 ତାରିଖରେ ଆୟର୍ଲାଣ୍ଡକୁ ଭେଟିବ ।

ଏହା ବି ପଢନ୍ତୁ...Womens IPL Auction 2023 : ବିକ୍ରି ହେଲେ 87 ଖେଳାଳି, ବିକ୍ରି ହେଲେନି ଓଡ଼ିଶା ଖେଳାଳି

ଅନ୍ୟପଟେ ଇଂଲଣ୍ଡଠୁ ପ୍ରଥମ ମ୍ୟାଚ୍‌ ହାରିବା ପରେ ଆଜି ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ରହିଛି ୱେଷ୍ଟ-ଇଣ୍ଡିଜ । ହ୍ୟାଲି ମ୍ୟାଥ୍ୟୁସଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବେ ଖେଳାଳି । ଯଥା ସମ୍ଭବ ବିଜୟ ଖାତା ଖୋଲିବାକୁ ଦଳ ବ୍ୟାକୁଳ । ତେଣୁ ଆଜି ସବୁ କଳବଳ କୌଶଳ ଲଗାଇବ । ମହିଳା ତ୍ରିରାଷ୍ଟ୍ରୀୟ ମ୍ୟାଚରେ ପରାସ୍ତ ହୋଇଥିବା ଦଳ ଭାରତକୁ ବିଶ୍ବକପ ଲିଗ୍‌ ପର୍ଯ୍ୟାୟରେ ପରାସ୍ତ କରି ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ।

ପ୍ରକାଶ ଥାଉ କି, ଟି-ଟ୍ବେଣ୍ଟି ମହିଲା ବିଶ୍ବକପରେ ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଶ୍ରୀଲଙ୍କା ପରାସ୍ତ କରିଥିଲା । ଦ୍ବିତୀୟ ମ୍ୟାଚରେ ଇଂଲଣ୍ଡ ୱେଷ୍ଟ-ଇଣ୍ଡିଜକୁ ହରାଇ ବିଜୟୀ ହୋଇଥିଲା । ସେହିପରି ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା । ଗତକାଲି ଅନ୍ୟ ଏକ ମ୍ୟାଚରେ ଅଷ୍ଟ୍ରେଲିଆ ବାଂଲାଦେଶକୁ 8 ୱିକେଟରେ ହରାଇ ଦ୍ବିତୀୟ ବିଜୟ ହାସଲ କରିଛି । ଘରୋଇ ସାଉଥ ଆଫ୍ରିକା ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ଗତ 12 ତାରିଖରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଶ୍ରୀଲଙ୍କା ବିଜୟ ହାସଲ କରିଛି । ଆୟର୍ଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ 4 ୱିକେଟରେ ବିଜୟ ହାସଲ କରିଛି । ଆଜି ପାକିସ୍ତାନ ଓ ଆୟର୍ଲାଣ୍ଡ ମଧ୍ୟରେ ଅନ୍ୟ ଏକ ମ୍ୟାଚ ଖେଳାଯିବ ।

ABOUT THE AUTHOR

...view details