ଓଡିଶା

odisha

ICC Women's T20 World Cup: ଆଜି ଭାରତ-ପାକିସ୍ତାନ ମୁକାବିଲା

By

Published : Feb 12, 2023, 7:53 AM IST

ଆଇସିସି ମହିଳା ଟି ଟ୍ବେଣ୍ଟି ବିଶ୍ବକପରେ ଆଜି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଦଳ ଭାରତ ଓ ପାକିସ୍ତାନ । ଅଧିକ ପଢନ୍ତୁ

ଆଜି ଭାରତ-ପାକିସ୍ତାନ ମୁକାବିଲା
ICC Women's T20 World Cup

କେପଟାଉନ:ଦକ୍ଷିଣ ଆଫ୍ରିକାରେ ଆଇସିସି ମହିଳା ଟି-ଟ୍ବେଣ୍ଟି ବିଶ୍ବକପର ଅଷ୍ଟମ ସଂସ୍କରଣ ଶୁକ୍ରବାରଠୁ ଆରମ୍ଭ ହୋଇଯାଇଛି । ଚଳିତ ମହିଳା ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପରସ୍ପରକୁ ଭେଟିବେ । ଭାରତ ଓ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ ମ୍ୟାଚ ଖେଳାଯିବ । ରୋମାଞ୍ଚକ ମ୍ୟାଚ ଦେଖିବା ଅପେକ୍ଷାରେ ରହିଛନ୍ତି କ୍ରିକେଟପ୍ରେମୀ । କେପଟାଉନର ନ୍ୟୁଲାଣ୍ଡସ ଗ୍ରାଉଣ୍ଡରେ ସନ୍ଧ୍ୟା 6ଟା 30ରୁ ଆରମ୍ଭ ହେବ ମ୍ୟାଚ । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିଛି ହର୍ମନପ୍ରୀତଙ୍କ ଦଳ । ଅନ୍ୟପଟେ ପାକିସ୍ତାନ ମଧ୍ୟ ବିସମା ମାହରୁଫଙ୍କ ଅଧିନାୟକତ୍ବରେ ଭାରତକୁ ପରାସ୍ତ କରିବା ଟାର୍ଗେଟ ରଖିଛି ।

ଭାରତ ଓ ପାକିସ୍ତାନ ମଧ୍ୟରେ ସବୁବେଳେ କଡା ସଂଘର୍ଷ ଦେଖିବାକୁ ମିଳିଥାଏ । ଏସିଆ କପରେ ଅନୁଷ୍ଠିତ ମ୍ୟାଚରେ ପକିସ୍ତାନ ଭାରତକୁ ପରାସ୍ତ କରିଥିଲା । ଆଜିର ମୁକାବିଲାରେ ଭାରତ ପାକିସ୍ତାନକୁ ପରାସ୍ତ କରି ଏସିଆ କପ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ସବୁ ବିଭାଗରୁ ଦେଖିବାକୁ ଗଲେ ଭାରତ ପାକିସ୍ତାନଠୁ ଉନ୍ନତ ରହିଛି । ପାକିସ୍ତାନ ଉପରେ ଆଧିପତ୍ୟ ବିସ୍ତାର କରିବାର ଯଥେଷ୍ଟ କ୍ଷମତା ଦଳ ପାଖରେ ରହିଛି ।

ଭାରତ ପାଖରେ ଆହତ ସମସ୍ୟା ରହିଛି । ବ୍ୟାଟର ସ୍ମୃତି ମାନ୍ଧାନା ନ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଅଭ୍ୟାସ ମ୍ୟାଚରେ ତାଙ୍କ ଆଙ୍ଗୁଠିରେ ଆଘାତ ଥିବାରୁ ଆଜିର ମୁକାବିଲାରୁ ସେ ବାଦ ପଡିପାରନ୍ତି । ଅଧିନାୟକ ହର୍ମନପ୍ରୀତ ମଧ୍ୟ ଫିଟ ନାହାନ୍ତି । ଦଳ ପାଇଁ ଚୂଡାନ୍ତ ଏକାଦଶ ଚୟନ କରିବା କଷ୍ଟକର ହୋଇପାରେ । ଏହାଛଡା ଦଳର ଜେମିମା ରୋଡ୍ରିଗ୍ସ, ଦିପ୍ତୀ ଶର୍ମା ଓ ପୂଜା ବସ୍ତ୍ରାକାରଙ୍କ ଉପରେ ନଜର ରହିବ । ସଦ୍ୟ ସମାପ୍ତ ମହିଳା ତ୍ରିରାଷ୍ଟୀୟ ସିରିଜରେ ଭାରତ ରନର୍ସଅପ ହୋଇଥିଲା । ଦୀପ୍ତି ଶର୍ମାଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।

ସେପଟେ ପାକିସ୍ତାନକୁ ଦୁର୍ବଳ ଦଳ ଭାବରେ ଗଣା ଯାଉଥିଲେ ମଧ୍ୟ ବିପର୍ଯ୍ୟୟ ଘଟାଇବାରେ ଦଳ ପାଖରେ ଯଥେଷ୍ଟ କ୍ଷମତା ରହିଛି । ଭାରତ ବିପକ୍ଷରେ ଆଜି ପାକିସ୍ତାନ ସବୁ ଶକ୍ତି ଖଟାଇବାକୁ ପ୍ରୟାସ କରିବ । ବିଶମା ଫାରୁକ, ଫାତିମାଙ୍କ ଭଳି ପ୍ରମୁଖ ଖେଳାଳିଙ୍କ ପାଇଁ ଭାରତ ନୂଆ ରଣନୀତି ପ୍ରସ୍ତୁତ କରିଛି । ଭାରତ ମହିଳା ଟି-ଟ୍ବେଣ୍ଟି ବିଶ୍ବକପର ପରବର୍ତ୍ତୀ ମ୍ୟାଚ 15 ତାରିଖରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ ।

ଏହା ବି ପଢନ୍ତୁ...Border Gavaskar Trophy: ପ୍ରଥମ ଟେଷ୍ଟରେ ଗୋଟିଏ ଇନିଂସ ଓ ୧୩୨ରନରେ ଭାରତ ବିଜୟୀ

ପ୍ରକାଶ ଥାଉକି, ଆଇସିସି ମହିଳା ଟି-ଟ୍ବେଣ୍ଟି ବିଶ୍ବକପର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଶ୍ରୀଲଙ୍କା ପରାସ୍ତ କରିଛି । 3ରେ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଛି ଶ୍ରୀଲଙ୍କା । ସେହିପରି ଦ୍ବିତୀୟ ମ୍ୟାଚ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିଲା । 7 ୱିକେଟରେ ଇଣ୍ଡିଜକୁ ପରାସ୍ତ କରିଛି ଇଂଲଣ୍ଡ । ଅନ୍ୟ ଏକ ମ୍ୟାଚ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା । 97 ରନରେ ବିଜୟ ହାସଲ କରିଛି ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ।

ABOUT THE AUTHOR

...view details