ହାଇଦ୍ରାବାଦ:ବୁଧବାର ଜାରି ହୋଇଛି ନୂତନ ଆଇସିସି ଟି୨୦ ମନ୍ୟତା ( ICC T20I Rankings ) । ଜାରି ହୋଇଥିବା ଆଇସିସି ଟି୨୦ ମାନ୍ୟତାରେ ବାଜିମାତ କରିଛନ୍ତି ଭାରତୀୟ ୩୬୦ ଡିଗ୍ରୀ ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ସେ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ମାନ୍ୟତାକୁ ଉନ୍ନୀତ ହୋଇଛନ୍ତି । ବୁଧବାର ଜାରି ହୋଇଥିବା ନୂତନ ଆଇସିସି ଟି୨୦ ମାନ୍ୟତାରେ ସୂର୍ଯ୍ୟକମାର ଯାଦବ ( Suryakumar Yadav ) ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଏହା ସହିତ ସୂର୍ଯ୍ୟକୁମାର ଯାଦବଙ୍କର ରେଟିଂ ପାଏଣ୍ଟ ରହିଛି ୮୦୧ । ସେପଟେ ପୁଣି ଥରେ ପାକିସ୍ତାନ ଅଧିନାୟକ ବାବର ଆଜମ ( Pakistan Captain Babar Azam ) ସୂର୍ଯ୍ୟକୁମାର ଯାଦବଙ୍କ ପଛରେ ରହି ୭୯୯ ରେଟିଂ ପଏଣ୍ଟ ସହିତ ଆଇସିସି ଟି୨୦ ମାନ୍ୟତାରେ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ମହମ୍ମଦ ରିଜୱାନ ୮୬୧ ରେଟିଂ ସହିତ ଶୀର୍ଷ ସ୍ଥାନରେ ସ୍ଥିର ରହିଛନ୍ତି ।
ଏହା ବି ପଢନ୍ତୁ...IND vs SA T20: ଆଜି ପ୍ରଥମ ଟି-ଟ୍ବେଣ୍ଟି, ଟିମ ଇଣ୍ଡିଆ ଫୋକସରେ ଡେଥ ଓଭର
କ୍ରିକେଟ ମଇଦାନରେ ୩୬୦ ଦିଗରେ ବ୍ୟାଟିଂ କରୁଥିବା ତଥା ଭାରତର ଏହି ଷ୍ଟାଇଲିସ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କର ଦମଦାର ପ୍ରଦର୍ଶନ ଜାରି ରହିଛି । ଗତ କିଛି ଦିନ ହେବ ସେ ଜବରଦସ୍ତ ଫର୍ମରେ ଥିବା ନଜର ଆସିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି୨୦ ମ୍ୟାଚରେ ତାଙ୍କର ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତର ବିଜୟ ସହଜ ହୋଇଥିଲା । ସୂର୍ଯ୍ୟକୁମାର ଯାଦବଙ୍କ ୬୯ ରନର ଇନିଂସ ଦଳୀୟ ସ୍କୋରକୁ ଆଗକୁ ବଢାଇବାକୁ ସହାୟକ ହୋଇଥିଲେ । ସେହିପରି ଏହି ଡାହାଣ ହାତି ବ୍ୟାଟର ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି୨୦ ମ୍ୟାଚରେ ୨୫ ବଲରୁ ୪୬ ରନର ଇନିଂସ ଖେଳିଥିଲେ । ଏହା ସହିତ ସେ ସେ ଏସିଆ କପରେ ହଂକଂ ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରି 26 ବଲରୁ ୬୮ ରନ କରି ଅପରାଜିତ ରହିଥିଲେ । ତାଙ୍କର ଏଭଳି ଲଢୁଆ ପ୍ରଦର୍ଶନ ପାଇଁ ସେ ଆଇସିସି ଟି୨୦ ମାନ୍ୟତାରେ ଦ୍ବିତୀୟ ସ୍ଥାନ ହାସଲ କରିବାରେ ସଫଳ ହୋଇପାରିଛନ୍ତି ।
ସେପଟେ ପାକିସ୍ତାନ ବ୍ୟାଟର ମହମ୍ମଦ ରିଜୱାନ ( Pakistan Cricketer Mohammed Rizwan ) ସର୍ବାଧିକ ୮୬୧ ରେଟିଂ ସହିତ ଆଇସିସି ଟି-୨୦ ମାନ୍ୟତାରେ ଶୀର୍ଷ ସ୍ଥାନରେ ସ୍ଥିର ରହିଛନ୍ତି । ଅଛନ୍ତି ଦକ୍ଷିଣ ଆଫ୍ରିକାର ଏଡେନ ମାକ୍ରମ ଗୋଟିଏ ସ୍ଥାନ ତଳକୁ ଖସି ଚତୁର୍ଥ ସ୍ଥାନରେ ରହିଛନ୍ତି । ତାଙ୍କର ରେଟିଂ ରହିଛି ୭୯୨ । ସେହିପରି ୭୦୭ ରେଟିଂ ସହିତ ଆଇସିସି ଟି୨୦ ମାନ୍ୟତାରେ ପଞ୍ଚମ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ । ବୁଧବାର ଜାରି ହୋଇଥିବା ଆଇସିସି ଟି୨୦ ମାନ୍ୟତାରେ ଟପ ଟେନରେ ସୂର୍ଯ୍ୟକୁମାର ଯାଦବଙ୍କୁ ଛାଡିଦେଲେ ଅନ୍ୟ କୌଣସି ଭାରତୀୟ ବ୍ୟାଟର ସ୍ଥାନ ପାଇନାହାଁନ୍ତି ।