ଦୁବାଇ:ପ୍ରକାଶ ପାଇଛି ICC ଟି୨୦ ମାନ୍ୟତା । ସଦ୍ୟ ପ୍ରକାଶିତ ବ୍ୟାଟିଂ ମାନ୍ୟତାରେ ଭାରତୀୟ ଓପନର ଶେଫାଳି ବର୍ମା ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଅନ୍ୟପଟେ ମଙ୍ଗଳବାର ପ୍ରକାଶିତ ଟି୨୦ ଖେଳାଳି ମାନ୍ୟତାରେ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ସୋଫି ଡିଭାଇନ ଯୁଗ୍ମ ଭାବେ ବିଶ୍ବର ନୂତନ ମହିଳା ନମ୍ବର ୧ ଅଲରାଉଣ୍ଡର ସ୍ଥାନରେ ପହଞ୍ଚିଛନ୍ତି । ବ୍ୟାଟିଂ ମାନ୍ୟତାର ପଞ୍ଚମ ସ୍ଥାନକୁ ମଧ୍ୟରେ ଲମ୍ଫ ମାରିଛନ୍ତି ଡିଭାଇନ ।
ନିକଟରେ ହୋଭ୍ରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟି୨୦ରେ ଅର୍ଦ୍ଧଶତକୀୟ ଇଂନିସ ଖେଳିବା ସହିତ ଡିଭାଇନ ବଲ୍ରେ ମଧ୍ୟ କମାଲ କରିଥିଲେ । ୨୬ ରନ୍ ବ୍ୟୟରେ ୨ଟି ୱିକେଟ ହାତେଇଥିଲେ ।