ଓଡିଶା

odisha

ETV Bharat / sports

ICC T20 World Cup 2024: ଜୁନ୍‌ ୪ରୁ ଟି୨୦ ବିଶ୍ୱକପ ! ୪ ଗ୍ରୁପ୍‌ରେ ୨୦ ଦଳ - ଜୁନ ୪ରୁ ଜୁନ ୩୦ ମଧ୍ୟରେ ଖେଳାଯିବ ଟି୨୦ ବିଶ୍ବକପ୍‌

ଆଇସିସି ଟି୨୦ ବିଶ୍ବକପ୍‌ ୨୦୨୪ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ ମିଳିତ ଭାବେ ଆୟୋଜନ କରିବାକୁ ଥିବା ଏହି ହାଇପ୍ରୋଫାଇଲ ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ ଜୁନ ୪ରୁ ଜୁନ ୩୦ ମଧ୍ୟରେ ଖେଳାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

ICC T20 World Cup 2024
ICC T20 World Cup 2024

By

Published : Jul 30, 2023, 9:54 PM IST

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍‌ ୨୦୨୩ ଉପରେ ରହିଛି ସାରା ବିଶ୍ବର କ୍ରିକେଟ ପ୍ରେମୀଙ୍କ ନଜର । ଏହାରି ମଧ୍ୟରେ ଟି୨୦ ବିଶ୍ବକପ୍‌ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆଇସିସି ପୁରୁଷ ଟି୨୦ ବିଶ୍ବକପ୍‌ ୨୦୨୪ ଆମେରିକା ଓ ୱେଷ୍ଟଇଣ୍ଡିଜ୍‌ ମିଳିତ ଭାବେ ଆୟୋଜନ କରିବେ । ଏନେଇ ଆସିଥିବା ଏକ ରିପୋର୍ଟ ଅନୁସାରେ ଏହି ପ୍ରତିଯୋଗିତା ଜୁନ୍‌ ୪ରୁ ଜୁନ୍‌ ୩୦ ୨୦୨୪ ପର୍ଯ୍ୟନ୍ତ ଖେଳାଯିବ । ଏଥିରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରିବେ । ୨୭ ଦିନରେ ଖେଳାଯିବାକୁ ଥିବା ଏହି ଫଟାଫଟ କ୍ରିକେଟ ମହାକୁମ୍ଭରେ ମୋଟ ୫୫ଟି ମ୍ୟାଚ ଖେଳାଯିବ । ତେବେ ପ୍ରଥମ ଥର ପାଇଁ ଆମେରିକା ଏକ ବିଶ୍ବସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଟି୨୦ ବିଶ୍ବକପର ନବମ ସଂସ୍କରଣ ୨୦୨୪ ଜୁନ ୪ରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଖେଳାଯିବ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ପାଇଁ ଆମେରିକା ଓ ୱେଷ୍ଟଇଣ୍ଡିଜର ୧୦ଟି ଭେନ୍ୟୁ ଚିହ୍ନଟ କରାଯାଇଛି । ଚଳିତ ସପ୍ତାହରେ ଆଇସିସି ପକ୍ଷରୁ ଆମେରିକାର କେତେକ ସ୍ଥାନରେ ମ୍ୟାଚ ଆୟୋଜନ ପାଇଁ ସ୍ଥିତିକୁ ଯାଞ୍ଚ କରାଯାଇଛି । ଏଥିରୁ ୪ଟି ଭେନ୍ୟୁ ବିଶ୍ବକପ ଆୟୋଜନ ପାଇଁ ଚୂଡାନ୍ତ ହେବ । ଆଇସିସି, ୟୁଏସ୍‌ଏ କ୍ରିକେଟ ଓ କ୍ରିକେଟ ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ଖୁବଶୀଘ୍ର ବିଧିବଦ୍ଧ ଭାବେ କାର୍ଯ୍ୟସୂଚୀ ଘୋଷଣା କରାଯିବ ବୋଲି ରିପୋର୍ଟରେ ପ୍ରକାଶ କରାଯାଇଛି । ପ୍ରତିଯୋଗିତାରେ ୨୦ଟି ଦଳ ସାମିଲ ହେବେ ଏବଂ ଦଳଗୁଡ଼ିକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯିବ ବୋଲି ରିପୋର୍ଟରୁ ଜଣାପଡ଼ିଛି । ପ୍ରତି ଗ୍ରୁପରୁ ଶ୍ରେଷ୍ଠ ଦୁଇ ଦଳ ସୁପର-୮କୁ ଉନ୍ନୀତ ହେବେ । ଏହାପରେ ସୁପର-୮କୁ ଉନ୍ନୀତ ଦଳ ଗୁଡ଼ିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ । ପ୍ରତି ଗ୍ରୁପରୁ ଶ୍ରେଷ୍ଠ ଦୁଇଟି ଲେଖାଏଁ ଦଳ ସେମିଫାଇନାଲ ଖେଳିବେ । ପ୍ରତିଯୋଗିତା ପାଇଁ ୧୨ଟି ଦଳ ସିଧାସଳଖ ଯୋଗ୍ୟତା ହାସଲ କରିଥିବାବେଳେ ୮ଟି ଦଳ ଆଞ୍ଚଳିକ ଯୋଗ୍ୟତା ଆଧାରରେ ଯୋଗ୍ୟତା ହାସଲ କରିବେ ।

ଏହା ମଧ୍ୟ ପଢ଼ନ୍ତୁ...ICC T20 World Cup 2024: ପ୍ରସ୍ତୁତି ପାଇଁ ଭାରତ ହାତରେ ୧୯ଟି ମ୍ୟାଚ୍

ତେବେ ଟି୨୦ ବିଶ୍ବକପ୍‌ ୨୦୨୪ ପାଇଁ ଏପର୍ଯ୍ୟନ୍ତ ୧୫ଟି ଦେଶ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନେଦରଲାଣ୍ଡ୍‌ସ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ, ୱେଷ୍ଟଇଣ୍ଡିଜ୍‌, ଆମେରିକା, ଆୟରଲାଣ୍ଡ, ସ୍କଟଲାଣ୍ଡ ଓ ପପୁଆ ନ୍ୟୁଗିନି ଯୋଗ୍ୟତା ହାସଲ କରିସାରିଛନ୍ତି । ୨୦୨୨ ଟି୨୦ ବିଶ୍ବକପର ଶ୍ରେଷ୍ଠ ୮ ଦଳ ଭାରତ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ନେଦରଲାଣ୍ଡସ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ସିଧାସଳଖ ଯୋଗ୍ୟତା ହାସଲ କରିଥିବାବେଳେ ଆଫଗାନିସ୍ତାନ ଓ ବାଂଲାଦେଶ ଆଇସିସି ଟି୨୦ ମାନ୍ୟତା ଆଧାରରେ ଯୋଗ୍ୟତା ହାସଲ କରିଛନ୍ତି । ସେହିଭଳି ଆୟୋଜକ ଭାବେ ୱେଷ୍ଟଇଣ୍ଡିଜ୍‌ ଓ ଆମେରିକା ଯୋଗ୍ୟତା ହାସଲ କରିଛନ୍ତି । ଅବଶିଷ୍ଟ ୫ଟି ଦଳ ଆମେରିକା, ଏସୀୟ ଓ ଆଫ୍ରିକା ଆଞ୍ଚଳିକ ଯୋଗ୍ୟତା ପର୍ଯ୍ୟାୟରୁ ଯୋଗ୍ୟତା ହାସଲ କରିବେ । ଡିସେମ୍ବର ୧ରେ ଯୋଗ୍ୟତା ପର୍ଯ୍ୟାୟ ଶେଷ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details