ଓଡିଶା

odisha

ETV Bharat / sports

ICC T-20 Rankings: ଶୀର୍ଷରେ ରିଜୱାନ, ଚତୁର୍ଥ ସ୍ଥାନକୁ ଖସିଲେ SKY

ଜାରି ହୋଇଛି ନୂଆ ଆଇସିସି ( International Cricket Council ) ଟି-୨୦ ମାନ୍ୟତା । ନୂତନ ଆଇସିସି ଟି୨୦ ମାନ୍ୟତା ବ୍ୟାଟିଂ ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି ମହମ୍ମଦ ରିଜୱାନ । ଅଧିକ ପଢନ୍ତୁ

By

Published : Sep 7, 2022, 5:31 PM IST

ICC T-20 Rankings : ଚତୁର୍ଥ ସ୍ଥାନକୁ ଖସିଲେ SKY, ଶୀର୍ଷ ସ୍ଥାନରେ ମହମ୍ମଦ ରିଜୱାନ
ICC T-20 Rankings : ଚତୁର୍ଥ ସ୍ଥାନକୁ ଖସିଲେ SKY, ଶୀର୍ଷ ସ୍ଥାନରେ ମହମ୍ମଦ ରିଜୱାନ

ହାଇଦ୍ରାବାଦ:ଜାରି ହୋଇଛି ନୂଆ ଆଇସିସି ( International Cricket Council ) ଟି-୨୦ ମାନ୍ୟତା । ପାକିସ୍ତାନ ଅଧିନାୟକ ବାବର ଆଜମକୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ପାକିସ୍ତାନ ୱିକେଟ କିପର ବ୍ୟାଟର ମହମ୍ମଦ ରିଜୱାନ ( Mohammad Rizwan ) । ନୂତନ ଆଇସିସି ଟି-୨୦ ମାନ୍ୟତା ତାଲିକାରେ ହିଟ ମ୍ୟାନ ରୋହିତ ଶର୍ମା ଚାରି ସ୍ଲଟ ଆଗକୁ ବଢିଥିବା ବେଳେ ଭାରତୀୟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଗୋଟିଏ ସ୍ଲଟ ତଳକୁ ଖସିଛନ୍ତି ।

ଆଜି ( ବୁଧବାର ) ପ୍ରକାଶ ପାଇଛି ଆଇସିସି ନୂତନ ଟି-୨୦ ମାନ୍ୟତା । ଭାରତୀୟ ଅଧିନାୟକ ତଥା ହିଟ ମ୍ୟାନ ରୋହିତ ଶର୍ମା ଏସିଆ କପରେ ଚାଲିଥିବା ସୁପର 4 ମ୍ୟାଚରେ ଶ୍ରୀଲଙ୍କା ବିପକ୍ଷରେ ବ୍ୟାଟିଂ କରି ଧୂଆଁଧାର ଅର୍ଦ୍ଧଶତକ ଇନିଂସ ଖେଳିଥିଲେ । ତେବେ ସେ ନୂତନ ଆଇସିସି ଟି-୨୦ ମାନ୍ୟତା ବ୍ୟାଟିଂ ତାଲିକାରେ ଚାରି ସ୍ଲଟ ଆଗକୁ ବଢିବାରେ ସଫଳ ହୋଇଛନ୍ତି । ରୋହିତ ଚାରି ସ୍ଲଟ ଆଗକୁ ବଢି ୧୩ ନମ୍ବର ସ୍ଥାନରେରେ ରହିଛନ୍ତି । ସେହିପରି ଷ୍ଟାର ବ୍ୟାଟର ବିରାଟ କୋହଲି ବି ଏଥିରେ ବାଜି ମାରିଛନ୍ତି । ପାକିସ୍ତାନ ବିପକ୍ଷରେ ୬୦ ରନର ଇନିଂସ ଖେଳି ସେ ତାଲିକାରେ ୨୯ ନମ୍ବର ସ୍ଥାନରେ ରହିଛନ୍ତି । ସେପଟେ ଗୋଟେ ସ୍ଲଟ ତଳକୁ ଖସିଛନ୍ତି ରାଇଟ ହ୍ୟାଣ୍ଡ ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ସୂର୍ଯ୍ୟକୁମାର ଆଗରୁ ଆଇସିସି ଟି-୨୦ ମାନ୍ୟତା ତାଲିକାରେ ତିନି ନମ୍ବର ସ୍ଥାନରେ ଥିବା ବେଳେ ଏବେ ସେ ଗୋଟେ ସ୍ଲଟ ତଳକୁ ଖସି ୪ ନମ୍ବର ସ୍ଥାନରେ ରହିଛନ୍ତି ( Suryakumar Yadav has dropped one spot to fourth place in the latest ICC Mens T20I ) । ସେପଟେ ଆଇସିସି ଟି-୨୦ ବୋଲିଂ କ୍ଷେତ୍ରରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବୀନ ୮ ସ୍ଲଟ ଆଗକୁ ବଢି ୫୦ ସ୍ଥାନରେ ରହିଥିବା ବେଳେ ଫାଷ୍ଟ ବୋଲର ଅର୍ଶଦୀପ ସିଂହ ୬୨ ସ୍ଥାନରେ ରହିଛନ୍ତି ।

ସେପଟେ ପାକିସ୍ତାନ ଅଧିନାୟକ ବାବର ଆଜମକୁ ପଛରେ ପକାଇ ଶୀର୍ଷ ସ୍ଥାନ ଜାହିର କରିଲେ ପାକିସ୍ତାନ ୱିକେଟ କିପର ମହମ୍ମଦ ରିଜୱାନ । ନୂତନ ଆଇସିସି ଟି-୨୦ ମାନ୍ୟତା ବ୍ୟାଟିଂ ତାଲିକାରେ ଶୀର୍ଷ ସ୍ଥାନରେ ରହିଛନ୍ତି ମହମ୍ମଦ ରିଜୱାନ ( Mohammad Rizwan has become the new No.1 ranked T20I batter in the world )। ରିଜୱାନଙ୍କର ଏସିଆ କପରେ ଚମତ୍କାର ପ୍ରଦର୍ଶନ ଜାରି ରହିଛି ( Rizwan has been in stunning form in the Asia Cup ) । ସେ ୩ ଟି ମ୍ୟାଚରୁ ୧୯୨ ରନ ସଂଗ୍ରହ କରିଛନ୍ତି ।

ABOUT THE AUTHOR

...view details