ଓଡିଶା

odisha

ETV Bharat / sports

ICC ODI World Cup 2023: ପୁଣି ବଦଳିବ ବିଶ୍ବକପ୍‌ ସୂଚୀ ! ବିସିସିଆଇକୁ ଚିଠି ଲେଖିଲା HCA

ପୁଣି ବଦଳିପାରେ ବିଶ୍ବକପ୍‌ ଖେଳସୂଚୀ । କ୍ରମାଗତ ଅକ୍ଟୋବର ୯ ଓ ୧୦ ତାରିଖରେ ମ୍ୟାଚ୍‌ ଆୟୋଜନ ସହଜ ନୁହେଁ, ତେଣୁ ଏଥିରେ ପରିବର୍ତ୍ତନ ପାଇଁ ବିସିସିଆଇକୁ ଚିଠି ଲେଖି ଅନୁରୋଧ କରିଛି ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ । ଅଧିକ ପଢ଼ନ୍ତୁ

By

Published : Aug 20, 2023, 7:33 PM IST

ପୁଣି ବଦଳିବ ବିଶ୍ବକପ୍‌ ସୂଚୀ !
ପୁଣି ବଦଳିବ ବିଶ୍ବକପ୍‌ ସୂଚୀ !

ହାଇଦ୍ରାବାଦ: ଦିନିକିଆ ବିଶ୍ବକପ୍ ଖେଳସୂଚୀରେ ପୁଣି ହୋଇପାରେ ପରିବର୍ତ୍ତନ । ଏଥିପାଇଁ ବସିସିଆଇକୁ ଚିଠି ଲେଖିଛି ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ (ଏଚ୍‌ସିଏ) । ହାଇଦ୍ରାବାଦ ଉପ୍ପଲସ୍ଥିତ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଅକ୍ଟୋବର ୯ରେ ନ୍ୟୁଜିଲାଣ୍ଡ ଓ ନେଦରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଏହାର ପରଦିନ, ଅର୍ଥାତ ୧୦ ତାରିଖରେ ଏଠାରେ ପାକିସ୍ତାନକୁ ଭେଟିବ ଶ୍ରୀଲଙ୍କା । ତେବେ ଲଗାତାର ଦୁଇ ଦିନରେ ଦୁଇଟି ମ୍ୟାଚ୍ ଆୟୋଜନକୁ ନେଇ ଚିନ୍ତା ପ୍ରକଟ କରିବା ସହ ଏହି ସୂଚୀରେ ପରିବର୍ତ୍ତନ ପାଇଁ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍ ବିସିସିଆଇକୁ ଚିଠି ଲେଖିଛି ।

ଏହା ପୂର୍ବରୁ ୯ଟି ମ୍ୟାଚର ସୂଚୀରେ ପରିବର୍ତ୍ତନ କରାଯାଇଛି । ୧୦ ଅକ୍ଟୋବରରେ ଖେଳାଯିବାକୁ ଥିବା ମ୍ୟାଚ୍ ପୂର୍ବରୁ ଅକ୍ଟୋବର ୧୨ରେ ଖେଳା ଯାଇଥାଆନ୍ତା । କିନ୍ତୁ ଭାରତ-ପାକିସ୍ତାନ ମ୍ୟାଚ୍ ତାରିଖ ବଦଳିବା ଯୋଗୁଁ ହାଇଦ୍ରାବାଦରେ ଲଗାତାର ୨ ଦିନରେ ୨ଟି ମ୍ୟାଚ୍ ଖେଳାଯିବାକୁ ସୂଚୀ ରହିଛି । ତେଣୁ ଅକ୍ଟୋବର ୯ ଓ ୧୦ ତାରିଖରେ ଖେଳାଯିବାକୁ ଥିବା ୨ଟି ମ୍ୟାଚ୍ ମଧ୍ୟରେ ବ୍ୟବଧ୍ୟାନ ରଖିବାକୁ ବିସିସିଆଇକୁ ଚିଠି ଲେଖି ଅନୁରୋଧ କରିଛି ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ । ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ତାରିଖ ପରିବର୍ତ୍ତନ କରାଯାଉ ବୋଲି ଦାବି କରିଛି ଆସୋସିଏସନ୍ । ସେପଟେ ହାଇଦ୍ରାବାଦ ପୋଲିସ ମଧ୍ୟ ବ୍ୟାକ୍‌ ଟୁ ବ୍ୟାକ୍‌ ମ୍ୟାଚ୍‌ ତଥା ପାକିସ୍ତାନ ମ୍ୟାଚ୍‌ରେ ସୁରକ୍ଷା ପ୍ରଦାନ ଉପରେ ଚିନ୍ତା ପ୍ରକଟ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ICC World Cup: 9ଟି ମ୍ୟାଚ ଖେଳସୂଚୀରେ ପରିବର୍ତ୍ତନ, ଅଗଷ୍ଟ 25ରୁ ଟିକେଟ୍‌ ବିକ୍ରି

ପ୍ରକାଶଯୋଗ୍ୟ, ବିଶ୍ବକପରେ ହାଇଦ୍ରାବାଦରେ ୩ଟି ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚ୍ ଅକ୍ଟୋବର ୬ରେ ପାକିସ୍ତାନ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ । ଏହାପରେ କ୍ରମାଗତ ଭାବେ ଅକ୍ଟୋବର ୯ ଓ ୧୦ ତାରିଖରେ ଦ୍ବିତୀୟ ଓ ତୃତୀୟ ମ୍ୟାଚ୍‌ ଅନୁଷ୍ଠିତ ହେବ । ଯଦି ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍‌ର ଚିଠି ଅନୁସାରେ, ମ୍ୟାଚର ସ୍ଥାନ ଓ ତାରିଖ ବଦଳେ, ତେବେ ହାଇଦ୍ରାବାଦ ଯିବାକୁ ଯୋଜନା କରିଥିବା କ୍ରିକେଟପ୍ରେମୀଙ୍କ ପାଇଁ ସମସ୍ୟା ସୃଷ୍ଟି ହେବ । କାରଣ ଏବେ ଟିକେଟ୍ ବିକ୍ରି ଆରମ୍ଭକୁ ଆଉ ମାତ୍ର ସପ୍ତାହେ ବାକି ଅଛି । ତେବେ ଜୁନ୍ ୨୭ରେ ଆଇସିସି ପକ୍ଷରୁ ବିଶ୍ୱକପ୍‌ ଖେଳସୂଚୀ ଘୋଷଣା ହୋଇଥିଲା । କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ ୯ ମ୍ୟାଚର ତାରିଖ ପରିବର୍ତ୍ତନ ହୋଇଥିଲା । ଏନେଇ ନୂଆ ସୂଚୀ ଅଗଷ୍ଟ ୯ରେ ଜାରି କରିଥିଲା ଆଇସିସି । ପରିବର୍ତ୍ତିତ ସୂଚୀ ଅନୁସାରେ ଭାରତ-ପାକିସ୍ତାନ ମ୍ୟାଚ୍ ଅକ୍ଟୋବର ୧୫ ବଦଳରେ ୧୪ରେ ଖେଳାଯିବ । ସେହିଭଳି ୧୨ ନଭେମ୍ବରରେ କୋଲକାତାରେ ହେବାକୁ ଥିବା ପାକିସ୍ତାନ-ଇଂଲଣ୍ଡ ମ୍ୟାଚ୍‌ ୧୧ ନଭେମ୍ବରରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details