ଦୁବାଇ: ICC ମାନ୍ୟତାର ନମ୍ବର ୧ ବ୍ୟାଟର ସ୍ଥାନରେ ରହିଛନ୍ତି ଭାରତୀୟ ମହିଳା ଦିନିକିଆ ଟିମର କ୍ୟାପଟେନ ମିତାଲି ରାଜ । ୭୬୨ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ICC ମାନ୍ୟତାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ମିତାଲି । ଦକ୍ଷିଣ ଆଫ୍ରିକାର ଲିଜଲେ ଲି ୭୬୧ ରେଟିଂ ପଏଣ୍ଟ ସହିତ ଦ୍ବିତୀୟ ଓ ଅଷ୍ଟ୍ରେଲିଆର ଆଲେସ ହେଲି ୭୫୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।
ଇଂଲଣ୍ଡର ଟିମ ବ୍ୟୁମୋଣ୍ଟ ଚତୁର୍ଥ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆର ଏମି ସଟର୍ଥୱେଟ୍ ଗୋଟିଏ ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ପହଞ୍ଚିଯାଇଛନ୍ତି । ଅଷ୍ଟ୍ରେଲୀୟ କ୍ୟାପଟେନ ମେଗ ଲାନିଙ୍ଗ୍ ମାନ୍ୟତାର ଷଷ୍ଠ ସ୍ଥାନରେ ଥିବାବେଳେ, ଭାରତୀୟ ଓପନର ସ୍ମୃତି ମାନ୍ଧାନା ସପ୍ତମରେ ରହିଛନ୍ତି ।