ଓଡିଶା

odisha

ETV Bharat / sports

ICC ଦିନିକିଆ ରାଙ୍କିଙ୍ଗ ତାଲିକା: ଦ୍ବିତୀୟ ସ୍ଥାନ ବଜାୟ ରଖିଲେ କୋହଲି - ଦ୍ବିତୀୟ ସ୍ଥାନ ବଜାୟ ରଖିଲେ କୋହଲି

ଆଇସିସିର ସାପ୍ତାହିକ ଦିନିକିଆ ରାଙ୍କିଙ୍ଗ ତାଲିକାରେ ଦ୍ବିତୀୟ ସ୍ଥାନ ବଜାୟ ରଖିଲେ ଭାରତୀୟ ଅଧିନାୟକ ବିରାଟ କୋହଲି । ଅଧିକ ପଢ଼ନ୍ତୁ...

ICC ODI Rankings: Kohli holds onto second spot; Chameera and Perera register gains
ICC ଦିନିକିଆ ରାଙ୍କିଙ୍ଗ ତାଲିକା: ଦ୍ବିତୀୟ ସ୍ଥାନ ବଜାୟ ରଖିଲେ କୋହଲି

By

Published : Jun 2, 2021, 10:38 PM IST

ଦୁବାଇ: ଆଇସିସି ପ୍ରକାଶ କଲା ସାପ୍ତାହିକ ଦିନିକିଆ ରାଙ୍କିଙ୍ଗ ତାଲିକା । ବ୍ୟାଟିଂ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ବଜାୟ ରଖିଛନ୍ତି ଦ୍ବିତୀୟ ସ୍ଥାନ । ତୃତୀୟ ସ୍ଥାନରେ ରହିଛନ୍ତି ହିଟମ୍ୟାନ ରୋହିତ ଶର୍ମା । ସେପଟେ ବୋଲିଂ ତାଲିକାରେ ନିଜର ପଞ୍ଚମ ସ୍ଥାନ ପକ୍କା ରଖିଛନ୍ତି ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମରା ।

ଶ୍ରୀଲଙ୍କା ଦ୍ରୁତ ବୋଲର ଦୁଷ୍ମନ୍ତ ଚାମୀରା ଓ ଅଧିନାୟକ କୁସଲ ପରେରା ଆଇସିସିର ସଦ୍ୟତମ ରାଙ୍କିଙ୍ଗ ତାଲିକାରେ ଅନେକ ସ୍ଥାନ ଉପରକୁ ଉଠିଛନ୍ତି । ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ ସୁପର ଲିଗ ସିରିଜରେ ବାଂଲାଦେଶକୁ 97 ରନରେ ପରାସ୍ତ କରିବା ପରେ ଉଭୟଙ୍କ ସ୍ଥାନରେ ଉନ୍ନତି ହୋଇଛି ।

ଚାମୀରା ଏହି ମ୍ୟାଚରେ 16 ରନ ଦେଇ 5 ୱିକେଟ ନେଇଥିବାରୁ 27 ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଟତମ 33ତମ ସ୍ଥାନରେ ରହିଛନ୍ତି । ସିରିଜ ଆରମ୍ଭରେ ଚାମୀରା ରାଙ୍କିଙ୍ଗ ତାଲିକାରେ 72ତମ ସ୍ଥାନରେ ରହିଥିଲେ । ସେପଟେ ପରେରାଙ୍କ ଷଷ୍ଠ ଦିନିକିଆ ଶତକ ତାଙ୍କୁ 13 ଟି ସ୍ଥାନ ଉପରକୁ ଉଠାଇ 42ତମ ସ୍ଥାନରେ ପହଞ୍ଚାଇଛି ।

ଶ୍ରୀଲଙ୍କାର ଆଉ ଜଣେ ଖେଳାଳି ଧନଞ୍ଜୟ ଡି ସିଲଭା 10ଟି ସ୍ଥାନ ଉପରକୁ ଉଠି 85ତମ ସ୍ଥାନରେ ରହିଛନ୍ତି । ବୋଲିଂ ତାଲିକାରେ ମଧ୍ୟ ଦୁଇଟି ସ୍ଥାନ ଉପରକୁ ଉଠି 79ତମ ସ୍ଥାନରେ ପହଞ୍ଚିଛନ୍ତି ଡି ସିଲଭା ।

ବାଂଲାଦେଶର ଖଳାଳି ମହମ୍ମଦୁଲ୍ଲାଙ୍କ 53 ରନ୍‌ର ସ୍କୋର ତାଙ୍କୁ 36ତମ ସ୍ଥାନରେ ରଖିଛି । ଦ୍ରୁତ ବୋଲର ତାସ୍କିନ ଅହମଦ 12 ସ୍ଥାନ ଆଗକୁ ବଢ଼ି 88ତମ ସ୍ଥାନରେ ରହିଛନ୍ତି ।

@ANI

ABOUT THE AUTHOR

...view details