ଦୁବାଇ: ଆଇସିସି ପକ୍ଷରୁ ଜାରି ନୂଆ ଦିନିକିଆ ମାନ୍ୟତା । ନୂଆ ମାନ୍ୟତା ଅନୁଯାୟୀ ଭାରତୀୟ କ୍ରିକେଟର ବିରାଟ କୋହଲି ଓ ରୋହିତ ଶର୍ମା ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି । ସେପଟେ ଦକ୍ଷିଣ ଆଫ୍ରିକାର ବ୍ୟାଟର କ୍ବିଣ୍ଟନ୍ ଡିକକ୍ ଟପ୍ ୫ ଜଣ ବ୍ୟାଟରଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ଭାରତ ବିପକ୍ଷରେ ତିନି ଟିକିଆ ସିରିଜ ବିଜୟ ପରେ ଦକ୍ଷିଣ ଆଫ୍ରିକା ଅନେକ ଖେଳାଳିଙ୍କ ମାନ୍ୟତାରେ ଉନ୍ନତି ହୋଇଛି ।
ଭାନ ଡାର ଡୁସେନ ଏହି ସିରିଜ୍ରେ ମୋଟ ୨୮୮ ରନ୍ କରିଥିଲେ । ଫଳରେ ସେ ୧୦ଟି ସ୍ଥାନ ଉପରକୁ ଉଠି ଟପ୍ ୧୦ ଜଣଙ୍କ ମଧ୍ୟରେ ସାମିଲ ହୋଇପାରିଛନ୍ତି । ସେପଟେ ଅଧିନାୟକ ଟେମ୍ବା ବାବୁମା କ୍ୟାରିଅରର ସର୍ବଶ୍ରେଷ୍ଠ ମାନ୍ୟତା ୫୯ତମ ସ୍ଥାନରେ ପହଞ୍ଚିଛନ୍ତି ।