ଓଡିଶା

odisha

ETV Bharat / sports

ICC Mens T20I Player of the Year: Skyଙ୍କୁ ICCର ବଡ ସମ୍ମାନ

ବର୍ଷ ୨୦୨୨ର ଟି୨୦ କ୍ରିକେଟର ଅଫ ଦି ଇୟର ICC ଘୋଷଣା କରିଛି । ୨୦୨୨ ବର୍ଷର ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ Skyଙ୍କୁ ଟି୨୦ କ୍ରିକେଟର ଅଫ ଦି ଇୟର ଘୋଷଣା କରିଛି ICC । ଅଧିକ ପଢନ୍ତୁ

ସୂର୍ଯ୍ୟକୁମାର ଯାଦବ
ସୂର୍ଯ୍ୟକୁମାର ଯାଦବ

By

Published : Jan 25, 2023, 8:50 PM IST

ହାଇଦ୍ରାବାଦ : ଚମକିଲେ ସୂର୍ଯ୍ୟ । ବିବେଚିତ ହେଲେ ଟି୨୦ ପ୍ଲେୟର ଅଫ ଦି ଇୟର । ICC ଟି୨୦ କ୍ରିକେଟର ଅଫ ଦି ଇୟର ଆଜି ( ବୁଧବାର ) ଘୋଷଣା ହୋଇଛି । ଏହି ଏହି ପୁରସ୍କାରକୁ ବାଜି ମରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ବର୍ଷ ୨୦୨୨ର ଟି୨୦ କ୍ରିକେଟର ଅଫ ଦି ଇୟର ICC ଘୋଷଣା କରିଛି । ୨୦୨୨ ବର୍ଷର ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ Skyଙ୍କୁ ଟି୨୦ କ୍ରିକେଟର ଅଫ ଦି ଇୟର ଘୋଷଣା କରିଛି ICC । ସୂର୍ଯ୍ୟକୁମାର ଯାଦବ ଏହି ରେସରେ ଇଂଲଣ୍ଡର ସାମ କରନ, ଜିମ୍ବାୱେର ସିକନ୍ଦର ରାଜା ଏବଂ ପାକିସ୍ତାନର ମହମ୍ମଦ ରିଜୱାନଙ୍କୁ ପଛରେ ପକାଇ ଏହି ICCର ଏହି ମହତ୍ବପୂର୍ଣ୍ଣ ପୁରସ୍କାର ହାତେଇବାରେ ସଫଳ ହୋଇଛନ୍ତି । ସୂର୍ଯ୍ୟୁକୁମାର ଯାଦବ ଟି୨୦ ଫର୍ମାଟରେ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଏବେ ଟି୨୦ ଫର୍ମାଟରେ ୨୦୨୨ ବର୍ଷର କ୍ରିକେଟର ଅଫି ଦି ଇୟର ହୋଇଛନ୍ତି ।

ବର୍ଷ ୨୦୨୨ରେ ସୂର୍ଯ୍ୟୁକୁମାର ଯାଦବ ୩୧ ଟି ମ୍ୟାଚରୁ ୧୧୬୪ ରନ ସଂଗ୍ରହ କରିଥିଲେ । ଏଥିରେ ଦୁଇଟି ଶତକ ଏବଂ ୯ ଟି ଅର୍ଦ୍ଧଶତକ ସାମିଲ ରହିଛି । ଯାହା ପାଖାପାଖି ଆଭରେଜ ୪୭ ରହିଛି । ଏହା ସହିତ ତାଙ୍କର ଷ୍ଟ୍ରାଇକ ରେଟ ୧୮୭.୪୩ ରହିଛି । ୨୦୨୨ ବର୍ଷରେ ସୂର୍ଯ୍ୟୁକୁମାର ଯାଦବ ତାଙ୍କର ତେଜ ଦେଖାଇଥିଲେ । ସେ ୨୦୨୨ ବର୍ଷରେ ୬୮ ଟି ଛକା ଏବଂ ୧୦୬ ଟି ଚୌକା ମାରିଥିଲେ । ସେ ଗୋଟିଏ କ୍ରିକେଟ କ୍ୟାଲେଣ୍ଡରରେ ଟି୨୦ ଫର୍ମାଟରେ ୧୦୦୦ରୁ ଅଧିକ ରନ ସଂଗ୍ରହ କରିବାରେ ପ୍ରଥମ ଭାରତୀୟ କ୍ରିକେଟର ହୋଇଥିଲେ । ସେହିପରି ICC ନିକଟରେ ଟି୨୦ ଟିମ ଅଫ ଦି ଇୟର ଘୋଷଣା କରିଥିଲା । ଯେଉଁଥିରେ ଟିମ ଇଣ୍ଡିଆର ତିନି ଜଣ କ୍ରିକେଟ ସାମିଲ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଏବଂ ବିରାଟ କୋହଲିଙ୍କ ନାମ ଏଥିରେ ସାମିଲ ହୋଇଛି ।

ICCର ଟି୨୦ ପ୍ଲେୟର ଅଫ ଦି ଇୟର ଭାବରେ ପ୍ରଥମ କ୍ରିକେଟର ହେଲେ SKY

ସୂର୍ଯ୍ୟକୁମାର ଯାଦବ ଗୋଟିଏ କ୍ରିକେଟ କ୍ୟାଲେଣ୍ଡରରେ ଟି୨୦ ଫର୍ମାଟରେ ୧୦୦୦ରୁ ଅଧିକ ରନ ସଂଗ୍ରହ କରିବାରେ ପ୍ରଥମ ଭାରତୀୟ କ୍ରିକେଟର ହୋଇଥିଲେ । ୨୦୨୨ ବର୍ଷର ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ Skyଙ୍କୁ ICC ଟି୨୦ କ୍ରିକେଟର ଅଫ ଦି ଇୟର ଘୋଷଣା କରିଛି । ଏହି ପୁରସ୍କାର ପାଇବାରେ ସୂର୍ଯ୍ୟୁକୁମାର ଯାଦବ ପ୍ରଥମ ଭାରତୀୟ କ୍ରିକେଟର ହୋଇଛନ୍ତି । ଏବେ ସୂର୍ଯ୍ୟୁକୁମାର ଯାଦବ ଟି୨୦ ଫର୍ମାଟରେ ନମ୍ବର ୧ ବ୍ୟାଟର ରହିଛନ୍ତି । ତାଙ୍କର ରେଟିଂ ପଏଣ୍ଟ ୯୦୮ ରହିଛି । ସେ ଏପର୍ଯ୍ୟନ୍ତ ୪୫ ଟି ଟି୨୦ ମ୍ୟାଚ ଖେଳି ୧୫୭୮ ରନ ସଂଗ୍ରହ କରିଛନ୍ତି । ଏଥିରେ ୩ ଟି ଶତକ ଏବଂ ୧୩ ଅର୍ଦ୍ଧଶତକ ସାମିଲ ରହିଛି ।

ABOUT THE AUTHOR

...view details