ନୂଆଦିଲ୍ଲୀ:ଆଇସିସି ପକ୍ଷରୁ ନୂଆ ଟି ଟ୍ବେଣ୍ଟି କ୍ରିକେଟ, ଦିନିକିଆ ଓ ଟେଷ୍ଟ କ୍ରିକେଟ ମାନ୍ୟତା ତାଲିକା ପ୍ରକାଶ ପାଇଛି । ଟି-ଟ୍ବେଣ୍ଟି କ୍ରିକେଟ ମାନ୍ୟତାର ଶୀର୍ଷରେ ସ୍ଥାନ ବଜାୟ ରଖିଛନ୍ତି ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ । କିନ୍ତୁ ODIରେ ତଳକୁ ଖସି ଆସିଛନ୍ତି ଶୁବମନ ଗିଲ । ଗୋଟିଏ ସ୍ଥାନ ଉପରକୁ ଉଠି ପୁଣି ଦିନିକିଆରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି ପାକିସ୍ତାନ କ୍ରିକେଟର ବାବର ଆଜମ । ସେହିପରି ଟେଷ୍ଟ କ୍ରିକେଟରେ ଟପ୍ ଟେନ୍ରେ ରହିଛନ୍ତି ରୋହିତ ଶର୍ମା ।
ଏହା ମଧ୍ୟ ପଢନ୍ତୁ-ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍: ଟସ୍ ଜିତି କଙ୍ଗାରୁ ଟିମର ବ୍ୟାଟିଂ ନିଷ୍ପତ୍ତି
ଟି-20 ମାନ୍ୟତା ତାଲିକା:ଟି-ଟ୍ବେଣ୍ଟି ମାନ୍ୟାତା ତାଲିକାରେ ଭାରତୀୟ ଟିମର 2 ଜଣ ଖେଳାଳି ଟପ୍ ଟେନ୍ରେ ରହିଛନ୍ତି । ସୂର୍ଯ୍ୟକୁମାର ଯାଦବ 887 ରନ କରି ପ୍ରଥମ ସ୍ଥାନରେ ରହିଛନ୍ତି । ସେହିପରି ଦ୍ୱିତୀୟ ସ୍ଥାନରେ ପାକିସ୍ତାନ କ୍ରିକେଟର ମହମ୍ମଦ ରିଆଜ ଓ ତୃତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ଆଦିଲ ମାର୍କମ ରହିଛନ୍ତି । ରୁତୁରାଜ ଗାଏକଓ୍ବାଡ 674 ରନ୍ ସହ ସପ୍ତମ ସ୍ଥାନରେ ରହିଛନ୍ତି । ବୋଲିଂରେ ରବି ବିଷ୍ଣୋଇ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ଇଂଲଣ୍ଡର ଆଦିଲ ରସିଦ ଟି-ଟ୍ବେଣ୍ଟି ବୋଲିଂ ମାନ୍ୟତାର ଶିର୍ଷ ସ୍ଥାନରେ ରହିଛନ୍ତି ।