ହାଇଦ୍ରାବାଦ:ଅକ୍ଟୋବର 5 ତାରିଖରୁ ଆରମ୍ଭ ହେବ ଦିନିକିଆ ବିଶ୍ବକପ । ଏହା ପୂର୍ବରୁ ବିଶ୍ବକପ ଆନ୍ଥେମ ଆଇସିସି ତରଫରୁ ରିଲିଜ୍ ହୋଇଛି । ଯାହାର ନାମ ରହିଛି ଓ୍ବାନଡେ ଏକ୍ସପ୍ରେସ । କ୍ରିକେଟ ପ୍ରେମୀଙ୍କୁ ଏହା ବେସ ପସନ୍ଦ ଆସୁଛି । ଦର୍ଶକଙ୍କ ଉତ୍ସାହକୁ ଦ୍ବିଗୁଣିତ କରିବା ପାଇଁ ବିଶ୍ବକପ ଆନ୍ଥେମ ପ୍ରସ୍ତୁତ ହୋଇଛି । ଏଥିରେ ବଲିଉଡ ଅଭିନେତା ରଣବୀର ସିଂ ନଜର ଆସିଛନ୍ତି । ଶ୍ଲୋକେ ଲାଲ ଓ ସାବେରି ବର୍ମା ଗୀତ ରଚନା କରିଛନ୍ତି । ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଏହାର ନିର୍ଦ୍ଦେଶନା ଓ ସ୍ବର ସଂଯୋଜନା କରିଛନ୍ତି । ନକସ ଅଜିଜ, ଶ୍ରୀରାମ ଚନ୍ଦ୍ରା, ଅମିତ ମିଶ୍ରା, ଜୋନିତା ଗାନ୍ଧୀ, ଅକ୍ଷା, ଚରଣ ଏଥିରେ କଣ୍ଠଦାନ କରିଛନ୍ତି। ରାପ୍ର ଛୁଙ୍କ ମଧ୍ୟ ରହିଛି ବିଶ୍ବକପ ଆନ୍ଥେମରେ । ଏକ ଟ୍ରେନରେ ଏହାର ଭିଡିଓ ସୁଟ ହୋଇଛି ।
ବିଶ୍ବକପ ପାଇଁ ଦିନ ଯେତିକି ପାଖେଇ ଆସୁଛି ଦର୍ଶକଙ୍କ ମଧ୍ୟରେସ୍ତି ଉତ୍ସାହ ବଢିବାରେ ଲାଗିଛି । ଏହି କ୍ରମରେ ବୁଧବାର ଭାରତୀୟଦଳର ଜର୍ସି ଉତ୍ନୋଚିଚ ହୋଇଯାଇଛି । ଆଦିଦାସ ପକ୍ଷରୁ ଏକ ଏକ କାର୍ଯ୍ୟକ୍ରମରେ ଜର୍ସି ପ୍ରଦର୍ଶିତ କରାଯାଇଥିଲା । BCCI ଏକ୍ସରେ ଏହାର ଭିଡିଓ ଜାରି କରାଯାଇଛି। ଯେଉଁଥିରେ ଶୁବମନ ଗଲ, ବିରାଟ କୋହଲି, ରୋହିତ ଶର୍ମା, ପାଣ୍ଡ୍ୟା ନୂଆ ଜର୍ସିରେ ନଜର ଆସିଛନ୍ତି । ସେହିପରି ଭାରତୀୟ ଦଳ ପାଇଁ 'ଇମପସିବଲ ନେହିଁ ହୈ ସପନା...ତିନକା ଡ୍ରିମ...ହୈ ଅପନା' ସଙ୍ଗୀତ ମଧ୍ୟ ପ୍ରସ୍ତୁତ ହୋଇଛି । ଜର୍ସିରେ ଆଦିଦାସର ଲୋଗର ରଙ୍ଗ ପରିବର୍ତ୍ତନ କରାଯାଇଛି। ଜର୍ସି କାନ୍ଧରେ ରହିଥିବା ତିନୋଟି ଷ୍ଟ୍ରିପକୁ ନାରଙ୍ଗୀ, ଧଳା ଓ ସବୁଜ ରଙ୍ଗ ଦିଆଯାଇଛି । ଭିଡିଓରେ ଭାରତର ତୃତୀୟ ବିଶ୍ବକପ ସ୍ବପ୍ନ ଉପରେ ଅବଲୋକନ କରାଯାଇଛି । 1983 ଓ 2011ରେ ଭାରତ ବିଶ୍ବକପ ହାତେଇଥିଲା । ତେଣୁ ଚଳିତ ଥର ମଧ୍ୟ ବିଶ୍ବ ବିଜୟୀ ହେବାକୁ ଭାରତର ଲକ୍ଷ୍ୟ ରହିଛି ।