ଦୁବାଇ: କ୍ରିକେଟର ସର୍ବୋଚ୍ଚ ପରିଚାଳନା ବୋର୍ଡ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଶୁକ୍ରବାର କ୍ରିକେଟ ନିୟମରେ କିଛି ପରିବର୍ତ୍ତନ କରିଛି । ଧୀମା ବୋଲିଂ(slow over-rate) ପାଇଁ ଦଣ୍ଡ କଠୋର ହୋଇଥିବାବେଳେ, ଦ୍ବିପାକ୍ଷିକ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ରେ ଡ୍ରିଙ୍କ୍ସ ପାଇଁ ଅତିରିକ୍ତ ବିକଳ୍ପ ନିୟମ ହୋଇଛି । ଏହି ନୂଆ ନିୟମ ଚଳିତ ମାସରୁ ଲାଗୁହେବ ।
ଜାନୁଆରୀ ୧୬ରେ ସବିନା ପାର୍କରେ ୱେଷ୍ଟଇଣ୍ଡିଜ ଓ ଆୟରଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ରୁ ଏହି ନିୟମ ଲାଗୁ ହେବ । ଫଳରେ ଏଣିକି ଟି-୨୦ ମ୍ୟାଚ୍ରେ ଧିମା ଓଭର ରେଟ୍ କରିବା ଏବେ ଟିମଗୁଡ଼ିକୁ ଆହୁରି ମହଙ୍ଗା ପଡ଼ିବ। ପୂର୍ବରୁ ମ୍ୟାଚ୍ ପରେ ଧିମା ଓଭର ପାଇଁ ଦଣ୍ଡ ମିଳୁଥିଲା। ମାତ୍ର ଏବେ ମ୍ୟାଚ୍ ମଝିରେ ହିଁ ଫିଲ୍ଡିଂ ଟିମକୁ ଦଣ୍ଡ ଭୋଗିବାକୁ ପଡିବ ।
ଏହାମଧ୍ୟ ପଢନ୍ତୁ: ବାରବାଟୀରେ BCCI ଟିମ, ଫେବୃଆରୀରେ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ୍
- ICC ପକ୍ଷରୁ ଘୋଷଣା କରାଯାଇଛି ଯେ, "ପ୍ଲେଇଂ କଣ୍ଡିସନର ଓଭର ରେଟ୍ ଅଧିନିୟମ ୧୩.୮ରେ ଏହି ଦଣ୍ଡ ବ୍ୟବସ୍ଥା ଅନୁଯାୟୀ,ଫିଲ୍ଡିଂ କରୁଥିବା ଟିମ ଇନିଂସର ଶେଷ ଓଭରର ପ୍ରଥମ ବଲ୍ ଧାର୍ଯ୍ୟ କିମ୍ବା ପୁନଃଧାର୍ଯ୍ୟ ହୋଇଥିବା ସମୟ ଅନୁସାରେ ପକାଇବେ ।